ଓଡ଼ିଶାକୁ ନାହିଁ ବାତ୍ୟା ଭୟ: ବ୍ୟସ୍ତ ନ ହେବାକୁ ଚାଷୀଙ୍କୁ ପରାମର୍ଶ
Cyclone Update: ସାମ୍ଭାବ୍ୟ ବାତ୍ୟାକୁ ନେଇ ଆସିଲା ବଡ଼ ଖବର । ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଜାରି କରାଯାଇଥିବା ସୂଚନା ଅନୁସାରେ, ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟାର ପ୍ରଭାବ ଓଡ଼ିଶା ଉପରେ ପଡିବ ନାହିଁ । ତେଣୁ ଚାଷୀଙ୍କୁ ବ୍ୟସ୍ତ ନ ହେବା ପାଇଁ ପରାମର୍ଶ ଦେଇଛି ପାଣିପାଗ ବିଭାଗ ।
ସେହିପରି ଆସନ୍ତା ୨୬ ତାରିଖରୁ ରାଜ୍ୟରେ ପାଗ ପରିବର୍ତ୍ତନ ହେବା ସହ ୨୬ରୁ ୨୮ ତାରିଖ ଟ୍ରପ୍ ଲାଇନ୍ ପ୍ରଭାବରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବା ଏବଂ ତାପମାତ୍ରା କମିବା ସହ ଶୀତ ବଢିବା ନେଇ ପୂର୍ବାନୁମାନ କରାଯାଇଛି ।

ସୂଚନାଥାଉ ଯେ, ଦକ୍ଷିଣ ବଙ୍ଗୋପସାଗରରେ ସକ୍ରିୟ ଘୂର୍ଣ୍ଣିବଳୟ ଘନୀଭୂତ ହେବା ପାଇଁ ସଂଗଠିତ ହେଉଛି । ଆଜି ଘୂର୍ଣ୍ଣିବଳୟ ପ୍ରଭାବରେ ଘୂର୍ଣ୍ଣାୟମାନ ପବନର ବେଗ ବୃଦ୍ଧି ସହ ବାଦଲ ଆଚ୍ଛାଦାନରେ ମଧ୍ୟ ବୃଦ୍ଧି ଘଟିଛି । ଅଧିକ ଘନୀଭୂତ ହେଉଚି ଘୂର୍ଣ୍ଣିବଳ । କ୍ରିୟ ଘୂର୍ଣ୍ଣିବଳୟ ପଶ୍ଚିମ ଉତ୍ତର ପଶ୍ଚିମ ରେ ଗତି କରି ଆସନ୍ତାକାଲି ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ । ପରେ ସେହି ସମାନ ଦିଗ ଅର୍ଥାତ୍ ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଗତି କରି ୨୫ ବେଳକୁ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ଘନୀଭୂତ ହୋଇ ଅବପାତ ରେ ପରିଣତ ହେବା ନେଇ ସୂଚନା ଜାରି କରାଯାଇଛି ।












Click it and Unblock the Notifications