ବାତ୍ୟା ହେବନି, କେବଳ ୩ଦିନ ଲାଗିରହିବ ବର୍ଷା: IMD ଡିଜି
ଟଳିଲା ବାତ୍ୟା ଆଶଙ୍କା । ଅକ୍ଟୋବରରେ ସୃଷ୍ଟି ହେବାକୁ ଥିବା ସମ୍ଭାବ୍ୟ ବାତ୍ୟା ଉପରେ ପୁର୍ଣ୍ଣଛେଦ୍ ପଡିଛି । ବାତ୍ୟା ନୁହେଁ, କେବଳ ବର୍ଷା ହେବ ବୋଲି ଆଜି ସ୍ପଷ୍ଟ କରିଛନ୍ତି ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି) ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର।
ଭୁବନେଶ୍ୱର: ଟଳିଲା ବାତ୍ୟା ଆଶଙ୍କା । ଅକ୍ଟୋବରରେ ସୃଷ୍ଟି ହେବାକୁ ଥିବା ସମ୍ଭାବ୍ୟ ବାତ୍ୟା ଉପରେ ପୁର୍ଣ୍ଣଛେଦ୍ ପଡିଛି । ବାତ୍ୟା ନୁହେଁ, କେବଳ ବର୍ଷା ହେବ ବୋଲି ଆଜି ସ୍ପଷ୍ଟ କରିଛନ୍ତି ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି) ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର।

ପୂର୍ବ କେନ୍ଦ୍ରିୟ ବଙ୍ଗୋପସାଗରରେ ସୃଷ୍ଟ ଘୁର୍ଣ୍ଣିବଳୟକୁ ନେଇ ବାତ୍ୟାର ରୂପ ନେବ ନାହିଁ । ଏବେ ଘୂର୍ଣ୍ଣବଳୟ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି । ଏହାର ପ୍ରଭାବରେ ରାଜ୍ୟରେ ୩ଦିନ ବର୍ଷା ଲାଗି ରହିବ ବୋଲି ସେ କହିଛନ୍ତି ।
ଏହା ଧୀରେ ଧୀରେ ଗତି କରି ୧୫ ତାରିଖରେ ଦକ୍ଷିଣ ଓଡ଼ିଶା ଓ ଉତ୍ତର ଆନ୍ଧ୍ର ଉପକୂଳରେ କେନ୍ଦ୍ରୀଭୂତ ହେବ। ଏହାର ପ୍ରଭାବରେ ଆଜି ଠାରୁ ୧୭ ତାରିଖ ଯାଏ ଓଡ଼ିଶାରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ସେହିପରି ଅଳ୍ପ କିଛି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ ବୋଲି ପୂର୍ବାନୁମାନ କରାଯାଇଛି।
ଆଇଏମ୍ଡି ଡିଜି ଶ୍ରୀ ମହାପାତ୍ର କହିଛନ୍ତି, ଆଜି ଓ ଆସନ୍ତାକାଲି ଉପକୂଳ ଓଡ଼ିଶାରେ ବର୍ଷା ହେବ। ପରେ ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷା ହେବ। ଲଘୁଚାପ କ୍ଷେତ୍ର ଭାବେ ରହି ଏହା ଉପକୂଳ ଅତିକ୍ରମ କରିବ। ତେଣୁ ଏହା କୌଣସି ବାତ୍ୟା ନୁହେଁ। ଏହାର ପ୍ରଭାବରେ କେବଳ ବର୍ଷା ହେବ। ଉପକୂଳ ଅଞ୍ଚଳରେ ସମୁଦ୍ର ଉପରେ ପବନରେ ବେଗ ଘଣ୍ଟା ପ୍ରତି ୪୦ରୁ ୫୦ କିଲୋମିଟର ରହିପାରେ। ତେଣୁ ମତ୍ସଜୀବୀମାନେ ସମୁଦ୍ର ଭିତରକୁ ନଯିବା ଉଚିତ୍।












Click it and Unblock the Notifications