ଓଡିଶାକୁ ନାହିଁ ବାତ୍ୟା ବିପଦ, ତଥାପି ଆମେ ସଜାଗ ଅଛୁ: SRC
ସମ୍ଭାବ୍ୟ ବାତ୍ୟା ନେଇ ଏସଆରସିଙ୍କ ପ୍ରେସମିଟ୍ । ବାତ୍ୟା ସ୍ଥଳଭାଗ ଛୁଇଁବା ଆଶଙ୍କା ନାହିଁ । ତଥାପି ଯେକୌଣସି ପରିସ୍ଥିତିର ମୁକାଲିବା କରିବାକୁ ପ୍ରଶାସନ ସମ୍ପୂର୍ଣ୍ଣ ପ୍ରସ୍ତୁତ ବୋଲି ଏସଆରସି ପ୍ରଦୀପ ଜେନା କହିଛନ୍ତି ।
ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟା ନେଇ ଏସଆରସିଙ୍କ ପ୍ରେସମିଟ୍ । ବାତ୍ୟା ସ୍ଥଳଭାଗ ଛୁଇଁବା ଆଶଙ୍କା ନାହିଁ । ତଥାପି ଯେକୌଣସି ପରିସ୍ଥିତିର ମୁକାଲିବା କରିବାକୁ ପ୍ରଶାସନ ସମ୍ପୂର୍ଣ୍ଣ ପ୍ରସ୍ତୁତ ବୋଲି ଏସଆରସି ପ୍ରଦୀପ ଜେନା କହିଛନ୍ତି । ଓଡିଶା ଉପକୂଳ ଛୁଇଁବନି ବାତ୍ୟା । ଉପକୂଳ ବାହାରେ ଗତି କରିବ । ପ୍ରଭାବରେ ବର୍ଷା ହେବ । ପବନର ବେଗ ୫୦ରୁ ୬୦ କିମି ଘଣ୍ଟା ପ୍ରତି ରହିବ କହିଛନ୍ତି SRC ।

ତେବେ ଲଘୁଚାପ କ୍ଷେତ୍ର ଅବପାତର ରୂପ ନେଇସାରିଛି । ଏହା ଏବେ ପୁରୀରୁ 1250 କିଲୋମିଟର ଦୂରରେ ଅଛି । 10 ତାରିଖରେ ସମୁଦ୍ର ମଧ୍ୟରେ ଡାହାଣକୁ ମୋଡ଼ି ହୋଇ ଗତିକରିବ । ସେତେବେଳେ ଏହା ଉପକୂଳରୁ ଯଥେଷ୍ଟ ଦୂରରେ ଗତି କରିବ । ଫଳରେ ବାତ୍ୟା ଓଡ଼ିଶା ଉପକୂଳ ଛୁଇଁବାର ଆଶଙ୍କା ନାହିଁ । ଏନେଇ କାଲି ଆହୁରି ସ୍ପଷ୍ଟ ସୂଚନା ଆସିବ ।
ସୂଚନାଥାଉ କି, ଦକ୍ଷିଣ-ଆଣ୍ଡାମାନ ସାଗର ଏବଂ ପାର୍ଶ୍ଵବର୍ତ୍ତୀ ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ସୃଷ୍ଟି ହେବାକୁ ଥିବା ବାତ୍ୟା ଲ୍ୟାଣ୍ଡଫଲ୍ କରିବନି ବୋଲି ଅପରାହ୍ନରେ ସୂଚନା ଦେଇଥିଲେ IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ।
୧୦ ରାତିରେ ବାତ୍ୟା ଦିଗ ପରିବର୍ତ୍ତନ କରିବ । ଦିଗ ବଦଳାଇ ଉତ୍ତର-ଉତ୍ତର ପୂର୍ବ ଦିଗକୁ ଗତି କରିବାର ସମ୍ଭବନା ରହିଛି । ଦିଗ ବଦଳାଇବା ପରେ ଓଡ଼ିଶା ହେଉ କି ଆନ୍ଧ୍ର, ବାତ୍ୟା କେଉଁଠାରେ ଲ୍ୟାଣ୍ଡଫଲ୍ କରିବନି । ଲ୍ୟାଣ୍ଡଫଲ୍ ନକରି ବାତ୍ୟା ସମୁଦ୍ର ଉପରେ ଚାଲିଯିବ ବୋଲି କହିଛନ୍ତି IMD ଡିଜି । ସମାନ୍ତରାଳ ଭାବେ ସମୁଦ୍ରରେ ଓଡ଼ିଶା ଊପକୂଳ ଦେଇ ଗତି କରିବ ।
ତେବେ ୧୦ ତାରିଖରେ ଗଞ୍ଜାମ, ଗଜପତି ଓ ପୁରୀରେ ବର୍ଷା ହେବାର ସମ୍ଭାବନା ଅଛି । ସେହିପରି ୧୧ ତାରିଖରେ ଗଞ୍ଜାମ, ପୁରୀ, ଖୋର୍ଦ୍ଧା ଓ କଟକରେ ବର୍ଷା ହେବ । ବାତ୍ୟା ମୁକାବିଲା ପାଇଁ ପ୍ରଶାସନ ପ୍ରସ୍ତୁତ ରହିଛି । ୧୮ ଜିଲ୍ଲାରେ ୮୬୨ ପ୍ରସ୍ତୁତ ରହିଛି ସ୍ଥାୟୀ ବାତ୍ୟା ଆଶ୍ରୟସ୍ଥଳୀ । ଆବଶ୍ୟକ ହେଲେ ସାଢେ ୭ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର ପାଇଁ ପ୍ରଶାସନ ପ୍ରସ୍ତୁତ ରହିଛି । ଆଇଏମଡି ସୂଚନା ଅନୁସାରେ ପବନ ଅଧିକ ହେବନି । ତଥାପି ଜିଲ୍ଲାପାଳମାନେ ସତର୍କ ଅଛନ୍ତି । ରେସପନ୍ସ ଟିମ୍ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି । ଆବଶ୍ୟକ ଅନୁସାରେ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ଏସଆରସି ।












Click it and Unblock the Notifications