ଏ ବର୍ଷ ବି ହେବନି ଐତିହାସିକ ବାଲିଯାତ୍ରା
ଗତବର୍ଷ ପରି ଚଳିତ ବର୍ଷ ମଧ୍ୟ ହେବନି ଐତିହାସିକ ବାଲିଯାତ୍ରା । କୋଭିଡ୍ କଟକଣା ଜାରି ରହିଥିବାରୁ ଚଳିତ ବର୍ଷ ବାଲିଯାତ୍ରା ଆୟୋଜନ ଲାଗି ଜିଲ୍ଲା ପ୍ରଶାସନ ପକ୍ଷରୁ କୌଣସି ପ୍ରସ୍ତୁତି ନାହିଁ ବୋଲି କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ କହିଛନ୍ତି ।
କଟକ: ଗତବର୍ଷ ପରି ଚଳିତ ବର୍ଷ ମଧ୍ୟ ହେବନି ଐତିହାସିକ ବାଲିଯାତ୍ରା । କୋଭିଡ୍ କଟକଣା ଜାରି ରହିଥିବାରୁ ଚଳିତ ବର୍ଷ ବାଲିଯାତ୍ରା ଆୟୋଜନ ଲାଗି ଜିଲ୍ଲା ପ୍ରଶାସନ ପକ୍ଷରୁ କୌଣସି ପ୍ରସ୍ତୁତି ନାହିଁ ବୋଲି କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ କହିଛନ୍ତି ।
ବାଲିଯାତ୍ରା ଆୟୋଜନ ନ ହେବା ଖବର କ୍ଷୁଦ୍ର ବ୍ୟବସାୟୀଙ୍କଠାରୁ ଆରମ୍ଭ କରି କୁଟୀର ଶିଳ୍ପ, ହସ୍ତଶିଳ୍ପ ବ୍ୟବସାୟୀଙ୍କ ସମେତ ମଧ୍ୟମବର୍ଗର ବ୍ୟବସାୟୀ ଏବଂ ମିଶନ ଶକ୍ତି ତଥା ସ୍ୱୟଂ ସହାୟିକା ଗୋଷ୍ଠୀଙ୍କୁ ପୁଣି ନିରାଶ କରିଛି । କୁଟୀର ଶିଳ୍ପ ବ୍ୟବସାୟ ବାଧାପ୍ରାପ୍ତ ହେବ ବୋଲି ବୁଦ୍ଧିଜୀବୀମାନେ ମତ ଦେଇଛନ୍ତି।

ରାଜ୍ୟରେ ଏହି ସର୍ବବୃହତ ଯାତ୍ରାରେ ଛୋଟବଡ ମିଶି ୨ହଜାରରୁ ଅଧିକ ବ୍ୟବସାୟୀ ବ୍ୟବସାୟ କରିଥାନ୍ତି। ପ୍ରତିଦିନ କୋଟିକୋଟି ଟଙ୍କାର କାରବାର ହୋଇଥାଏ। ବାଲିଯାତ୍ରା ବନ୍ଦ ହୋଇଯିବା ଦ୍ୱାରା ପ୍ରଶାସନର ବହୁ ରାଜସ୍ୱହାନୀ ହେଉଛି। ଅନ୍ୟପଟେ ଜିଲ୍ଲାପାଳ କହିଛନ୍ତି ରାଜ୍ୟରେ କୋଭିଡ କଟକଣା ରହିଥିବାରୁ ମେଳା, ମହୋତ୍ସବ, ବଡ ପ୍ରଦର୍ଶନୀ ପାଇଁ କଟକଣା ରହିଛି। ତେଣୁ ଏହାକୁ ଦୃଷ୍ଟିରେ ରଖି ବାଲିଯାତ୍ରାର ଆୟୋଜନ କରାଯାଉନାହିଁ।
ଏ ସମ୍ପର୍କରେ କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ କହିଛନ୍ତି, ରାଜ୍ୟରେ କୋଭିଡ୍ କଟକଣା ରହିଥିବାରୁ ମେଳା, ମହୋତ୍ସବ, ବଡ଼ ପ୍ରଦର୍ଶନୀ ପାଇଁ କଟକଣା ରହିଛି । ତେଣୁ ଏହାକୁ ଦୃଷ୍ଟିରେ ରଖି ବାଲିଯାତ୍ରା ଆୟୋଜନ କରାଯାଉନାହିଁ ବୋଲି ଶ୍ରୀ ଚୟନୀ କହିଛନ୍ତି ।












Click it and Unblock the Notifications