ଖୋଲା ଆକାଶ ତଳେ ଶୋଇବେନି ପିଲା : ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଲେ ଓଏସସିପିସିଆର୍

ଶୀତର ଜାଡ଼ ଓ କୋଭିଡ ମହାମାରୀର ଆତଙ୍କ ଭିତରେ ଏଣିକି କୌଣସି ପିଲା ଖୋଲା ଆକାଶ ତଳେ ଶୋଇବେ ନାହିଁ ।

ଭୁବନେଶ୍ୱର : ଶୀତର ଜାଡ଼ ଓ କୋଭିଡ ମହାମାରୀର ଆତଙ୍କ ଭିତରେ ଏଣିକି କୌଣସି ପିଲା ଖୋଲା ଆକାଶ ତଳେ ଶୋଇବେ ନାହିଁ । ବିଶେଷ କରି ରାଜ୍ୟର ସହରମାନଙ୍କରେ । ଅଧିକାଂଶ ସମୟରେ ଖୋଲା ଆକାଶ ତଳେ ପିଲା ଶୋଉଥିବାର ଦେଖା ଦେଉଛି । ରାଜରାସ୍ତା କଡ଼ରେ ପିଲା ଅସୁରକ୍ଷିତ ଭାବରେ ଶୋଉଥିବା ବେଳେ ସେମାନଙ୍କର ଜୀବନପ୍ରତି ମଧ୍ୟ ବିପଦ ରହିଛି । ସେହିପରି କରୋନା ମହାମାରୀ ଚାଲିଥିବା ବେଳେ ଏବଂ ଡିସେମ୍ବରରେ ଏହାର ଦ୍ୱିତୀୟ ସଂକ୍ରମଣ ଆରମ୍ଭ ହେବା ନେଇ ଆସଙ୍କା କରାଯାଉଛି । ଏହାକୁ ନେଇ ରାଜ୍ୟର ସମସ୍ତ ସହରାଞ୍ଚଳରେ ପିଲାମାନଙ୍କୁ ସୁରକ୍ଷିତ ସ୍ଥାନରେ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଖୋଲା ଆକାଶ ତଳେ ରାତିରେ ଯେପରି ପିଲା ନସୁଅନ୍ତି ସେନେଇ ସମସ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ(ଓଏସସିପିଆର୍) ।
ରାଜ୍ୟର ସହରାଞ୍ଚଳରେ ଅନେକ ପିଲା ଖୋଲା ଆକାଶ ତଳେ ଶୋଉଥିବା ନେଇ ଅଭିଯୋଗ ହେବା ପରେ ଆୟୋଗ ନିଜ ଆଡୁ ଏକ ତଦନ୍ତ କରିଥିଲେ । ଯେଉଁଥିରେ ଶିଶୁମାନଙ୍କ ଅଧିକାର ଓ ସୁରକ୍ଷାର ବିଫଳ ଚିତ୍ର ସାମ୍ନାକୁ ଆସିଥିଲା ।

ଓଡ଼ିଶା ଶିଶୁ

ଏହାକୁ ନେଇ ଆୟୋଗର ଅଧ୍ୟକ୍ଷା ସଂଧ୍ୟାବତୀ ପ୍ରଧାନ ଏହି ନିର୍ଦ୍ଦେଶ ସମସ୍ତ ଜିଲ୍ଲାପାଳମାନଙ୍କୁ ଦେଇଛନ୍ତି । 15 ଦିନ ମଧ୍ୟରେ ଏହି ନିର୍ଦ୍ଦେଶର କାର୍ଯ୍ୟକାରୀ କରିବାକୁ ଏହି ନିର୍ଦ୍ଦେଶରେ କୁହାଯାଇଛି । ସହରାଞ୍ଚଳରେ ଅନେକ ବାସହରା ପିଲା ରହିଛନ୍ତି । ସେଥିମଧ୍ୟରୁ ଅଧିକାଂଶ ପିଲାଙ୍କର ଅଭିଭାବକ ନାହାନ୍ତି । ଏହି ପିଲାମାନଙ୍କୁ ସୁରକ୍ଷା ଦେବା ନିତ୍ୟାନ୍ତ ଆବଶ୍ୟକ ବୋଲି ଗଣମାଧ୍ୟମକୁ କହିଛନ୍ତି ଆୟୋଗର ଅଧ୍ୟକ୍ଷା ସଂଧ୍ୟାବତୀ ।
କ'ଣ କରିବେ ଜିଲ୍ଲାପାଳ ?

  • ଶିଶୁମାନଙ୍କର ଚିହ୍ନଟ କରିବା ସହ ସେମାନଙ୍କୁ ଆଣିବା ପାଇଁ ଏକ ସ୍ୱତନ୍ତ୍ର ଡ୍ରାଇଭ୍ ଆରମ୍ଭ କରିବେ ।
  • ନିରାଶ୍ରୟ ଶିଶୁମାନଙ୍କ ପାଇଁ ଏକ ଟେଲିଫୋନ୍ କିମ୍ବା ହ୍ୱାଟ୍ସଆପ୍ ନମ୍ବର ଜାରି କରିବେ । ଏଥିରେ ଯେକୌଣସି ଲୋକ ସୂଚନା ଦେଲାମାତ୍ରେ ଜିଲ୍ଲା ପ୍ରଶାସନ 30 ମିନିଟ୍ ମଧ୍ୟରେ ପିଲାଙ୍କୁ ନେଇ ଆସିବେ ।
  • ସହରାଞ୍ଚଳମାନଙ୍କରେ ସେଲଟର୍ ହୋମ ପ୍ରସ୍ତୁତ କରିବେ । ଅଥବା ଅସ୍ଥାୟୀ ସେଲଟର୍ ହୋମ୍ ତିଆରି କରିବେ ।
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+