ଆସନ୍ତାକାଲି ୧୦ ଜିଲ୍ଲାରେ ହେବନି ବସ୍ ଧର୍ମଘଟ; ଲକ୍ଷ୍ମୀ ବସ୍ ଚାଲିଲେ ଧର୍ମଘଟ ହେବ କହିଥିଲା ସଂଘ
କାଲି ୧୦ ଜିଲ୍ଲାରେ ହେବନି ବସ୍ ଧର୍ମଘଟ । କଳାହାଣ୍ଡି ଜିଲ୍ଲା ସହ ପାଖ ୧୦ ଜିଲ୍ଲାରେ ଘରୋଇ ବସ୍ ଧର୍ମଘଟ ହେବନାହିଁ । କାଲି ବ୍ଲକ୍ରୁ ଜିଲ୍ଲାକୁ ଲକ୍ଷ୍ମୀ ବସ୍ ଚାଲିଲେ ଧର୍ମଘଟ ହେବ କହିଥିଲା ସଂଘ । ହେଲେ ଆଜି ରାଜ୍ୟ ସରକାରଙ୍କ ସହ ଆଲୋଚନା ପରେ ଧର୍ମଘଟରୁ ଓହରିଲେ ସାଙ୍ଗ । ଧର୍ମଘଟରୁ ଓହରିବା ନେଇ ସଂଘ ସଂପାଦକ ଦେବେନ୍ଦ୍ର ସାହୁଙ୍କ ସୂଚନା ଦେଉଛନ୍ତି ।
ବସ୍ ଧର୍ମଘଟ ନେଇ ୮ ତାରିଖରେ ନିଆଯିବ ନିଷ୍ପତ୍ତି ବୋଲି ଗତକାଲି ପ୍ରେସ୍ ମିଟ୍ରେ ଘରୋଇ ବସ୍ ମାଲକ ସଂଘ ଘୋଷଣା କରିଥିଲେ । ତାହା ସହ ୧ ତାରିଖରେ ୧୦ଟି ଜିଲ୍ଲାରେ ବସ୍ ଧର୍ମଘଟ ହେବ ବୋଲି କହିଥିଲେ । ଭବାନୀପାଟଣା ସହ ଆଖପାଖ ୧୦ ଜିଲ୍ଲାରେ ଧର୍ମଘଟ ଚେତାବନୀ ଦେଇଥିଲା ସଙ୍ଘ ।

ରାଜ୍ୟ ସରକାରଙ୍କ ଲକ୍ଷ୍ମୀ ବସ୍ ଯୋଜନାକୁ ପରିଷଦରେ ତୀବ୍ର ବିରୋଧ କରାଯାଇଥିଲା । ଗାଁରୁ ବ୍ଲକ ହେଡକ୍ବାର୍ଟରକୁ ଯାତ୍ରୀ ପରିବହନ ସୁଗମ କରିବା ଲକ୍ଷ୍ୟରେ ରାଜ୍ୟ ସରକାର ଲକ୍ଷ୍ମୀ ବସ୍ ଯୋଜନା ଆରମ୍ଭ କରିବାକୁ ଯାଉଛନ୍ତି । ଯାହାକି ଘରୋଇ ବସ୍ ମାଲିକଙ୍କୁ ଘୋର କ୍ଷତି ପହଞ୍ଚାଇବା ସହ ଏହା ଉପରେ ନିର୍ଭର କରି ଚଳୁଥିବା ହଜାର ହଜାର କର୍ମଚାରୀଙ୍କ ପେଟ ପାଟଣାକୁ ଲାତ ବୋଲି କହିଛି ଘରୋଇ ବସ୍ ମାଲିକ ସଂଘ ।
ରାଜ୍ୟରେ ଲକ୍ଷ୍ମୀବସ ଚଳାଚଳକୁ ବିରୋଧ କରି ଧର୍ମଘଟକୁ ଓହ୍ଲାଇଛି ଘରୋଇବସ ମାଲିକ ସଂଘ। ସଂଘ, ଲକ୍ଷ୍ମୀ ଯୋଜନାରେ ଘରୋଇ ବସ୍କୁ ସାମିଲ କରିବାକୁ ଦାବି ରଖିଛି । ଏପ୍ରସଙ୍ଗରେ ସରକାରଙ୍କ ସହ ବିଭିନ୍ନ ପର୍ଯ୍ୟାୟରେ ଆଲୋଚନା ମଧ୍ୟ ହୋଇଛି ।












Click it and Unblock the Notifications