Get Updates
Get notified of breaking news, exclusive insights, and must-see stories!

ଶୀତରେ ଲାଗୁନି ବ୍ରେକ, ପ୍ରବଳ ଜାଡରେ ଜନଜୀବନ ଅସ୍ତବ୍ୟସ୍ତ

ରାଜ୍ୟରେ ଥମୁନି ଶୀତର ପ୍ରକୋପ । ୧୦ ଡିଗ୍ରୀ ତଳେ ୨୮ ସହରର ତାପମାତ୍ରା । ଜାନୁଆରୀ ମାସରେ ପ୍ରବଳ ଶୀତ ୭୦ ବର୍ଷର ରେକର୍ଡକୁ ଭାଙ୍ଗି ଦେଇଛି । ଝାରସୁଗୁଡ଼ାରେ ୪.୫ ଡିଗ୍ରୀ ରାତି ତାପମାତ୍ରା ରେକର୍ଡ କରାଯାଇଥିବାବେଳେ ଏହା ଜାନୁଆରୀ ମାସରେ ଗତ ୭୩ ବର୍ଷର ସବୁଠାରୁ ଥଣ୍ଡା ରାତି ପାଲଟିଛି ।

winter

ସେହିପରି ଭୁବନେଶ୍ବରରେ ୯.୨ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିବାବେଳେ ଏହା ଗତ ୨୨ ବର୍ଷରେ ସବୁଠାରୁ ଥଣ୍ଡା ରାତି ବୋଲି ଆକଳନ କରିଛି ପାଣିପାଗ ବିଭାଗ । ଗତ ଗୁରୁବାର ରାତିରେ ରାଉରକେଲାରେ ରାତି ତାପମାତ୍ରା ୩.୬ ଡିଗ୍ରୀ ରହିଥିବାବେଳେ ଏହା ଜାନୁଆରୀ ମାସରେ ସହରର ସବୁଠାରୁ ଥଣ୍ଡା ରାତି ବୋଲି ଜଣାପଡିଛି । ପ୍ରବଳ ଶୀତ ଲହରୀ ପାଇଁ ଆଜି ସୁନ୍ଦରଗଡ଼, ଝାରସୁଗୁଡ଼ା ଏବଂ ଅନୁଗୁଳକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

ଢେଙ୍କାନାଳ ଓ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ ମଧ୍ୟ ରାତି ତାପମାତ୍ରା ସାଧାରଣଠାରୁ କମ୍ ରହିବ । ଆସନ୍ତାକାଲି ଠାରୁ ରାତି ତାପମାତ୍ରାରେ ୨ ରୁ ୩ ଡିଗ୍ରୀ ସେଲସିୟସ୍ ବୃଦ୍ଧି ଘଟିବ । ଫଳରେ ଶୀତର ପ୍ରକୋପ ସାମାନ୍ୟ କମିପାରେ । ଥଣ୍ଡାର ଦାଉରୁ ରକ୍ଷା ପାଇବେ ରାଜ୍ୟବାସୀ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+