ଏଥର ହେବନି ଐତିହାସିକ ବାଲିଯାତ୍ରା, ଜିଲ୍ଲା ପ୍ରଶାସନର ବଡ ନିଷ୍ପତ୍ତି
ଗତବର୍ଷ ପରି ଏ ବର୍ଷ କଟକର ଐତିହାସିକ ବାଲିଯାତ୍ରା ହେବନାହିଁ। ମହାମାରୀ କରୋନାକୁ ଦେଖି ବାଲିଯାତ୍ରା ବନ୍ଦ ରଖିବାକୁ ନିଷ୍ପତ୍ତି ନେଇ କଟକ ଜିଲ୍ଲା ପ୍ରଶାସନ।
କଟକ: ଗତବର୍ଷ ପରି ଏ ବର୍ଷ କଟକର ଐତିହାସିକ ବାଲିଯାତ୍ରା ହେବନାହିଁ। ମହାମାରୀ କରୋନାକୁ ଦେଖି ବାଲିଯାତ୍ରା ବନ୍ଦ ରଖିବାକୁ ନିଷ୍ପତ୍ତି ନେଇ କଟକ ଜିଲ୍ଲା ପ୍ରଶାସନ। ବାଲିଯାତ୍ରା ବନ୍ଦ ନେଇ କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚଇନୀ ସୂଚନା ଦେଇଛନ୍ତି। କରୋନା ପାଇଁ ଗତବର୍ଷ ମଧ୍ୟ ବନ୍ଦ ରହିଥିଲା କଟକ ବାଲିଯାତ୍ରା।

ରାଜ୍ୟରେ ଏବେ ସଂକ୍ରମଣ ତଳମୁହାଁ ହୋଇଛି, ହେଲେ ଜନସମାଗମ ବଢିଲେ ଏହା ବୃଦ୍ଧି ପାଇବାର ଆଶଙ୍କା ରହିଛି । ଏପରି ସ୍ଥିତିରେ ବାଲିଯାତ୍ରା ସମ୍ଭବ ନୁହେଁ ବୋଲି କହିଛନ୍ତି କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚଇନି ।
ତେବେ ତୃତୀୟ ଲହରକୁ ଦୃଷ୍ଟିରେ ରଖି ସତର୍କ ନହେଲେ କରୋନା ସଂଗ୍ରମଣ ଭୟଙ୍କର ହେବ ବୋଲି ଆଶଙ୍କା କରାଯାଉଛି। ଏପରି ସ୍ଥିତିରେ କଟକର ଐତିହାସିକ ବାଲିଯାତ୍ରା ନକରିବା ପାଇଁ କଟକ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଛି।












Click it and Unblock the Notifications