ନୀତିନ ଗଡ଼କରିଙ୍କ ଓଡ଼ିଶା ଗସ୍ତ ବାତିଲ; କିଛି ଅନିବାର୍ଯ୍ୟ କାରଣ ପାଇଁ ଆସିବେନି
ଓଡ଼ିଶା ଆସିବେନି ନୀତିନ ଗଡ଼କରି । କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରିଙ୍କ ଓଡ଼ିଶା ଗସ୍ତ ବାତିଲ। କିଛି ଅନିବାର୍ଯ୍ୟ କାରଣ ପାଇଁ ଆସିବେନି । ଏନ ଏଚର କିଛି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବାର ଥିଲା। ତାଙ୍କ ବଦଳରେ ଅଶ୍ୱିନୀ ବୈଷ୍ଣବ ଭିତ୍ତିପ୍ରସ୍ତର ସ୍ଥାପନ କରିବେ ।

ପୁରୀ କୋଣାର୍କ ରୋଡରେ ସିଦ୍ଧ ମହାବୀର ରେଲୱେ କ୍ରସିଂ କ୍ରସ ବେଳେ ଲୋକମାନେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେଣୁ ଲୋକଙ୍କ ସୁବିଧା ନେଇ ଓଭରବ୍ରିଜର ଶିଳାନ୍ୟାସ କରିଥାନ୍ତେ କେନ୍ଦ୍ର ସଡ଼କ ଓ ପରିବହନମନ୍ତ୍ରୀ ନୀତିନ ଗଡ଼କରୀ । ଆଉ କିଛି ବଡ଼ ଘୋଷଣା ବି ହେବାର ଥିଲା ।
ଆସନ୍ତା ୨୨ ତାରିଖରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଓଡିଶା ଆସିବେ । ଏହାଛଡା ମାସ ଶେଷରେ ବିଜେପି ଜାତୀୟ ସଭାପତି ଜେପି ନଡ୍ଡାଙ୍କର ଓଡିଶା ଗସ୍ତ କାର୍ଯ୍ୟକ୍ରମ ରହିଛି । କେନ୍ଦ୍ରୀୟ ନେତାମାନେ ଓଡିଶାର ବିଭିନ୍ନ ସଂସଦୀୟ କ୍ଷେତ୍ର ବୁଲି କେନ୍ଦ୍ରୀୟ ଯୋଜନା ଲୋକଙ୍କ ପାଖରେ ପଂହଚିବା ଓ ସଙ୍ଗଠନ ସ୍ଥିତିର ସମୀକ୍ଷା କରିବେ ବୋଲି ସୂଚନା ମିଳିଛି।
ସେହିପରି ଭର୍ଚୁଆଲରେ ଯୋଡି ହୋଇ ୬ ହଜାର ୬ଶହ କୋଟି ଟଙ୍କା ପୁଞ୍ଜିନିବେଶରେ ମୋଟ୍ ୨୮ଟି ଏନ୍ଏଚ୍ ପ୍ରକଳ୍ପର ଭୂମିପୂଜା ଓ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ ।












Click it and Unblock the Notifications