Get Updates
Get notified of breaking news, exclusive insights, and must-see stories!

ପୁରୀକୁ ମିଳିପାରେ ବଡ ଉପହାର; ଚିଲିକାରେ ସ୍ଥାୟୀ ବ୍ରିଜ୍ ନିର୍ମାଣ ନେଇ ଘୋଷଣା କରିପାରନ୍ତି ଗଡକରୀ

ପୁରୀକୁ ମିଳିପାରେ ବଡ ଉପହାର । ନୀତିନ ଗଡକରୀ କିଛି ବଡ଼ ଘୋଷଣା କରିପାରନ୍ତି । ଆସନ୍ତା ୧୫ ତାରିଖରେ କେନ୍ଦ୍ର ସଡ଼କ ଓ ପରିବହନମନ୍ତ୍ରୀ ନୀତିନ ଗଡ଼କରୀ ଓଡିଶା ଗସ୍ତରେ ଆସିବେ । ପୁରୀ ଯାଇ ଜଗନ୍ନାଥଙ୍କ ଦର୍ଶନ କରିବା ସହ ସଂସଦୀୟ କ୍ଷେତ୍ରର ସମୀକ୍ଷା କରିବାର କାର୍ଯ୍ୟକ୍ରମ ରହିଛି । ଆଉ ଏ ନେଇ ପୁରା ଚଳଚଞ୍ଚଳ ପୁରୀ । କେନ୍ଦ୍ରୀୟ ନେତାମାନଙ୍କ ଗସ୍ତକୁ ନେଇ ଓଡିଶା ବିଜେପି ଶିବିରରେ ତତ୍ପରତା ପ୍ରକାଶ ପାଇଛି ।

ତେବେ ପୁରୀ ଗସ୍ତରେ ଆସି କିଛି ବଡ ଘୋଷଣା କରିପାରନ୍ତି କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ । ଚିଲିକାରେ ସ୍ଥାୟୀ ବ୍ରିଜ୍ ନିର୍ମାଣ ନେଇ ଘୋଷଣା କରିପାରନ୍ତି ଗଡକରୀ । ଚିଲିକା ସାତପଡ଼ା ଦେଇ କୃଷ୍ଣପ୍ରସାଦ ବ୍ଲକକୁ ସଂଯୋଗ କରୁଥିବା ଜହ୍ନିକୁଦା ଘାଟ ନିକଟକୁ ଦୀର୍ଘ ୫କିଲୋମିଟର ଚିଲିକାରେ ସ୍ଥାଇ ସେତୁ ନିର୍ମାଣ କରିବା ନେଇ ଘୋଷଣା ହୋଇପାରେ ବୋଲି କୁହାଯାଉଛି । ଚିଲିକାର ଜହ୍ନିକୁଦା ସାତପଡ଼ାରେ ସ୍ଥାୟୀ ସେତୁ ନିର୍ମାଣ ହେବା ନେଇ ଆଗରୁ ଆନ୍ଦୋଳନ ହୋଇଥିଲା ।

Nitin gadkari

ସେହିପରି ପୁରୀ କୋଣାର୍କ ରୋଡରେ ସିଦ୍ଧ ମହାବୀର ରେଲୱେ କ୍ରସିଂ କ୍ରସ ବେଳେ ଲୋକମାନେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେଣୁ ଲୋକଙ୍କ ସୁବିଧା ନେଇ ଓଭରବ୍ରିଜର ଶିଳାନ୍ୟାସ କରିପାରନ୍ତି କେନ୍ଦ୍ର କେନ୍ଦ୍ର ସଡ଼କ ଓ ପରିବହନମନ୍ତ୍ରୀ ନୀତିନ ଗଡ଼କରୀ । ଆଉ କିଛି ବଡ଼ ଘୋଷଣା ବି ହୋଇପାରେ ।

ଆସନ୍ତା ୨୨ ତାରିଖରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଓଡିଶା ଆସିବେ । ଏହାଛଡା ମାସ ଶେଷରେ ବିଜେପି ଜାତୀୟ ସଭାପତି ଜେପି ନଡ୍ଡାଙ୍କର ଓଡିଶା ଗସ୍ତ କାର୍ଯ୍ୟକ୍ରମ ରହିଛି । କେନ୍ଦ୍ରୀୟ ନେତାମାନେ ଓଡିଶାର ବିଭିନ୍ନ ସଂସଦୀୟ କ୍ଷେତ୍ର ବୁଲି କେନ୍ଦ୍ରୀୟ ଯୋଜନା ଲୋକଙ୍କ ପାଖରେ ପଂହଚିବା ଓ ସଙ୍ଗଠନ ସ୍ଥିତିର ସମୀକ୍ଷା କରିବେ ବୋଲି ସୂଚନା ମିଳିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+