ଓଡ଼ିଶାରେ ୨୮ଟି ପ୍ରକଳ୍ପର ଶିଳାନ୍ୟାସ କଲେ ଗଡ଼କରୀ
ଭୁବନେଶ୍ୱର: ଓଡ଼ିଶାରେ ୬ ହଜାର ୬ ଶହ କୋଟି ଟଙ୍କାର ୨୮ଟି ଜାତୀୟ ରାଜପଥ ପ୍ରକଳ୍ପର ଭୂମିପୂଜନ ଓ ଲୋକାର୍ପଣ କରିଛନ୍ତି କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡକରୀ । ପୁରୀରେ ଭିଡିଓ କନଫରେନ୍ସି ମାଧ୍ୟମରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଇ ୨୮ଟି ଜାତୀୟ ରାଜପଥ ପ୍ରକଳ୍ପର ଲୋକାର୍ପଣ ଏବଂ ଭୂମିପୂଜନ କରିଛନ୍ତି । ଆଜି ପୁରୀ ଶରଧାବାଲି ଠାରେ ଏନେଇ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ କେନ୍ଦ୍ର ସଡ଼କ ପରିବହନ ଓ ରାଜମାଗ ମନ୍ତ୍ରୀ ନୀତିନ ଗଡକରୀ ନିଜର ପାରିବାରିକ ସମସ୍ୟା ଯୋଗୁ ପୁରୀରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଯୋଗ ଦେଇନପାରି ଭର୍ଚୁଆଲ ମାଧ୍ୟମରେ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ପୁରୀ ବାସିନ୍ଦାଙ୍କ ଦୀର୍ଘ ଦିନର ଦାବି ସିଦ୍ଧମହାବୀର ରେଳ ଓଭର ବ୍ରିଜ୍ ପ୍ରକଳ୍ପର ଶିଳାନ୍ୟାସ କରିଥିଲେ କେନ୍ଦ୍ର ସଡ଼କ ପରିବହନ ଓ ରାଜମାଗ ମନ୍ତ୍ରୀ ।

ଆଜି ଉଦଘାଟିତ ହୋଇଥିବା ପ୍ରକଳ୍ପଗୁଡ଼ିକ ମଧ୍ୟରେ ୧୬ ନମ୍ବର ଜାତୀୟ ରାଜପଥର ଚଣ୍ଡିଖୋଲରୁ ଭଦ୍ରକ ସେକ୍ସନର ୬ ଲେନ୍ କାମ ଓ ୪୯ ନମ୍ବର ଜାତୀୟ ରାଜପଥର ବାହରାଗୋଡ଼ା-ସିଂଗଡ଼ା ସେକ୍ସନର ୪ ଲେନ୍ କାମ ରହିଛି । ଏହି ପ୍ରକଳ୍ପଗୁଡିକ ଯାତ୍ରା ସମୟ ହ୍ରାସ କରିବ ଏବଂ ଇନ୍ଧନ ସଞ୍ଚୟ କରିବ । ଏଥିସହିତ ପୂର୍ବ ଉପକୂଳରେ ଥିବା ବନ୍ଦରଗୁଡ଼ିକ ସହ ସହଜରେ ଯୋଗାଯୋଗ ସୁବିଧା ହେବ, ଯାହା ଶିଳ୍ପ କାର୍ଯ୍ୟକଳାପକୁ ବଢ଼ାଇବ ।












Click it and Unblock the Notifications