ଭୁବନେଶ୍ୱରରେ ଗଡକରୀ: ୧୯ ପ୍ରକଳ୍ପର କରିବେ ଲୋକାର୍ପଣ ଓ ଶିଳାନ୍ୟାସ
Nitin Gadkari: ଭୁବନେଶ୍ୱରରେ ପହଞ୍ଚିଲେ ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡକରୀ । ଆଜି ଦିନିକିଆ ଗସ୍ତରେ ଆସିଛନ୍ତି କେନ୍ଦ୍ର ମନ୍ତ୍ରୀ । ଗଡକରୀ ଏହି ଗସ୍ତ ସମୟରେ ରାଜ୍ୟକୁ ପ୍ରାୟ ୪ହଜାର କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପ ଭେଟିଦେବା ନେଇ ସୂଚନା ରହିଛି ।
ସୂଚନା ଅନୁସାରେ, ଆଜି ଭୁବନେଶ୍ୱର ବରମୁଣ୍ଡା ପଡ଼ିଆରେ ଆୟୋଜନ ହେବାକୁ ଥିବା କାର୍ଯ୍ୟକ୍ରମରେ ସାମିଲ ହୋଇ ଗଡ଼କରୀ ୧୯ଟି ପ୍ରକଳ୍ପର ଶିଳାନ୍ୟାସ ଓ ଲୋକର୍ପଣ କରିବେ । ଯେଉଁଥିରେ ରହିଛି ୨ହଜାର ୯୦୫ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ୧୩ଟି ଜାତୀୟ ରାଜପଥ, ୪୨୭ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ୪ଟି ସିଆରଆଇଏଫ୍ ବ୍ରିଜର ଶିଳାନ୍ୟାସ କରିବେ ଗଡକରେ ।

ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ସୂଚନା ଅନୁସାରେ, ୮୪୧ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା ୨ଟି ଜାତୀୟ ରାଜପଥକୁ ନୀତିନ ଗଡ଼କରି ଉଦଘାଟନ କରିବେ । ମନ୍ତ୍ରୀ ଆହୁରି କହିଛନ୍ତି, ଚଳିତବର୍ଷ ବିଭିନ୍ନ ଜାତୀୟ ରାଜପଥ ପ୍ରକଳ୍ପ ବାବଦକୁ ରାଜ୍ୟ ସରକାର ୨୮ହଜାର କୋଟିର ଅନୁଦାନ ଦାବି କରିଥିବାବେଳେ ଏ ବାବଦକୁ କେନ୍ଦ୍ର ମନ୍ତ୍ରୀ ୯ହଜାର କୋଟି ଟଙ୍କାର ଅନୁଦାନ ଘୋଷଣା କରିପାରନ୍ତି। ଓଡ଼ିଶା ଏବେ ରାସ୍ତା ସଂଯୋଗୀକରଣରେ ସାରା ଦେଶରେ ୮ନମ୍ବର ସ୍ଥାନରେ ଥିବାବେଳେ ଖୁବ୍ ଶୀଘ୍ର ଯେପରି ପ୍ରଥମ ସ୍ଥାନ ହାସଲ କରିବ, ସେଥିପାଇଁ କେନ୍ଦ୍ର ମନ୍ତ୍ରୀ କିଛି ବଡ଼ ଘୋଷଣା କରିପାରନ୍ତି।
ଗତକାଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କେନ୍ଦ୍ର ମନ୍ତ୍ରୀଙ୍କୁ ଚିଠି ଲେଖି ଭୁବନେଶ୍ୱରରୁ ପୁରୀ, ମେରାଇନ୍ ଡ୍ରାଇଭ ରୋଡ୍, ପୁରୀରୁ ସାତପଡ଼ା ରାସ୍ତାର ପ୍ରଶସ୍ତୀକରଣ ସହ କେତେକ ୪ଥାକିଆ ରାସ୍ତାକୁ ୬ଥାକିଆ କରିବାକୁ ପୂର୍ବରୁ ଦିଆଯାଇଥିବା ପ୍ରସ୍ତାବ ସମ୍ପର୍କରେ କେନ୍ଦ୍ର ମନ୍ତ୍ରୀଙ୍କୁ ପୁଣି ଅବଗତ କରାଇଛନ୍ତି। ସେହିପରି ଉପକୂଳ ରାଜପଥ ପାଇଁ ଏବେ ଆର୍ଥିକ ଅନୁମତି ମିଳିଛି। କିନ୍ତୁ ପ୍ରାଶାସନିକ ଅନୁମତି ମିଳି ନ ଥିବାରୁ ଟେଣ୍ଡର ବିଳମ୍ବ ହେଉଛି। ଉପକୂଳ ରାଜପଥ, କ୍ୟାପିଟାଲ୍ ରିଜନ୍ ରିଙ୍ଗ୍ ରୋଡ୍ ଭଳି ପ୍ରମୁଖ ରାସ୍ତାର କାମ ଖୁବ୍ ଶୀଘ୍ର ଆରମ୍ଭ ହେବ ବୋଲି ଶ୍ରୀ ହରିଚନ୍ଦନ ସୂଚନା ଦେଇଛନ୍ତି।
ଅପରପକ୍ଷେ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ ବରମୁଣ୍ଡା ପଡ଼ିଆରେ ହେବାକୁ ଥିବା ସଭାରେ ଯୋଗ ଦେବା ପୂର୍ବରୁ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ସହ ଓଡ଼ିଶାର ବିଭିନ୍ନ ପ୍ରକଳ୍ପ ନେଇ ଆଲୋଚନା କରିବାର କାର୍ଯ୍ୟକ୍ରମ ସ୍ଥିର ହୋଇଛି। ଆସନ୍ତାକାଲିର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଦୁଇ ଉପମୁଖ୍ୟମନ୍ତ୍ରୀ କେ.ଭି. ସିଂହଦେଓ, ପ୍ରଭାତୀ ପରିଡ଼ା, ପୂର୍ତ୍ତ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ, ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ସମେତ ମନ୍ତ୍ରିମଣ୍ଡଳର ସଦସ୍ୟମାନେ ଏବଂ ବିଧାୟକମାନେ ଯୋଗଦେବେ ବୋଲି ଜଣାପଡ଼ିଛି।
-
ଇରାନ ରାଷ୍ଟ୍ରପତିଙ୍କ ସହ କଥା ହେଲେ ମୋଦି, କହିଦେଲେ.. -
ଯୁଦ୍ଧ ବନ୍ଦ ପାଇଁ ଆମେରିକା ଆଗରେ ଏହି ୩ ସର୍ତ୍ତ ରଖିଲା ଇରାନ -
ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବିରୋଧରେ ଥାନାରେ ଏତଲା -
ଟିଏମସି ପ୍ରତିନିଧିଙ୍କୁ ସମୟ ଦେଲେନି ରାଷ୍ଟ୍ରପତି -
ଆସନ୍ତା ଶିକ୍ଷା ବର୍ଷରୁ ତୃତୀୟରୁ ଅଷ୍ଟମ ଶ୍ରେଣୀ ପିଲାଙ୍କୁ ମିଳିବ ଶାରୀରିକ ଶିକ୍ଷା -
ଫାରୁକ୍ ଅବ୍ଦୁଲ୍ଲାଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରୱାନା -
ଆସନ୍ତା ୧୫ରୁ ରାଜ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା! -
ମିଳୁନି ସିଲିଣ୍ଡର ; ଘରେ ଲୁଚାଇ ରଖିଥିଲେ ୫୫ ଗ୍ୟାସ୍ ସିଲିଣ୍ଡର, ଜବତ କଲା ପ୍ରଶାସନ -
ଯୁଦ୍ଧ ପ୍ରଭାବ ; ମହଙ୍ଗା ହେବ ପାଣି, ବଢିଲା ଠିପି ଦର -
କ୍ରସ ଭୋଟିଂ ଭୟ: ବେଙ୍ଗାଳୁରୁ ଗଲେ କଂଗ୍ରେସ ବିଧାୟକ -
ପୁଣି ଆଫଗାନିସ୍ତାନ ଉପରେ ପାକିସ୍ତାନର ଆକ୍ରମଣ, ଅନେକ ମୃତାହତ -
ହର୍ମୁଜ ପ୍ରଣାଳୀ ବନ୍ଦ ରହିବା ଉଚିତ୍- ମୋଜତାବା












Click it and Unblock the Notifications