ଲିଙ୍ଗରାଜ ମନ୍ଦିରରେ ଆରମ୍ଭ ହେଲା ନୀତିକାନ୍ତି
ଲିଙ୍ଗରାଜ ମନ୍ଦିରରେ ଆରମ୍ଭ ହେଲା ନୀତିକାନ୍ତି । ପ୍ରଶାସନ ସହ ବୈଠକ ପରେ ଲିଙ୍ଗରାଜ ମନ୍ଦିରରେ ନୀତି ଆରମ୍ଭ ହୋଇଛି ।
ଭୁବନେଶ୍ୱର: ଲିଙ୍ଗରାଜ ମନ୍ଦିରରେ ଆରମ୍ଭ ହେଲା ନୀତିକାନ୍ତି । ପ୍ରଶାସନ ସହ ବୈଠକ ପରେ ଲିଙ୍ଗରାଜ ମନ୍ଦିରରେ ନୀତି ଆରମ୍ଭ ହୋଇଛି । ସୂଚନାଥାଉ କି ପ୍ରଶାସନିକ ଅବହେବଳା ଅଭିଯୋଗ କରି ବନ୍ଦ ରହିଥିଲା ନୀତିକାନ୍ତି । ପ୍ରଶାସନର ହସ୍ତକ୍ଷେପ ପରେ ଜିଦରୁ ଓହରିଲେ ବ୍ରାହ୍ମଣ ନିଯୋଗ ।

ସେବାୟତ, ଜିଲ୍ଲାପାଳ ଓ ଦେବୋତ୍ତର କମିଶନଙ୍କ ମିଟିଂ ପରେ ନୀତି ଆରମ୍ଭ ହୋଇଛି। ସେହିପରି ଆସନ୍ତାକାଲି ଠିକ୍ ସମୟରେ ଜାଗର ମହାଦୀପ ଉଠିବ ବୋଲି ମଧ୍ୟ କହିଛନ୍ତି ବ୍ରାହ୍ମଣ ନିଯୋଗ ସଂପାଦକ ବିରଞ୍ଚି ପତି।
ଲିଙ୍ଗରାଜ ମନ୍ଦିରରେ ଦୀର୍ଘ ଦିନ ଧରି ବନ୍ଦ ଥିବା ହାଣ୍ଡିଭଂଗା ଯାତ୍ରା ସୁରୁଖୁରୁରେ ହେବ ବୋଲି ଜଣାପଡିଛି। ସେଥିପାଇଁ ୧୦ରୁ ୧୫ ଦିନ ସମୟ ମାଗିଛନ୍ତି ଦେବୋତ୍ତର କମିଶନ। ହାଇକୋର୍ଟ ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରାଯିବାର ମଧ୍ୟ ପ୍ରତିଶ୍ରୁତି ଦିଆଯାଇଛି। ଏଥିସହ କାଲି ମନ୍ଦିର ପରିସରରେ କୋଭିଡ଼ କଟକଣା ମାନି ଦୀପ ଜାଳିପାରିବେ ଭକ୍ତ। ପୂର୍ବ ନିଷ୍ପତ୍ତି ଅନୁଯାୟୀ ଧାଡ଼ିରେ ଦର୍ଶନ କରିପାରିବେ ଭକ୍ତ। ଆଜି କପିଳନାଥ ସେବାୟତ ଓ ଶ୍ରୀଲିଙ୍ଗରାଜଙ୍କ ସେବାୟତଙ୍କ ଭିତରେ ଲାଗି ରହିଥିବା ବିବାଦକୁ ନେଇ ନୀତିକାନ୍ତି ବନ୍ଦ ରହିଥିଲା।












Click it and Unblock the Notifications