ସୁରୁଖୁରୁରେ ଚାଲିଛି ନୀତିକାନ୍ତି, ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ
ଆଜି ପବିତ୍ର ମହାଶିବରାତ୍ରୀ । ଚଳଚଞ୍ଚଳ ହୋଇଉଠିଛି ରାଜ୍ୟର ବିଭିନ୍ନ ଶୈବପୀଠ । ପ୍ରଭୁ ଲିଙ୍ଗରାଜଙ୍କ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଲାଣି । ରାତି ୧୦ଟାରେ ପ୍ରଭୁ ଲିଙ୍ଗରାଜଙ୍କ ଠାରେ ମହାଦୀପ ଉଠିବ ।
ପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି ନେଇ ପ୍ରତିକ୍ରିୟା ରଖିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ମନ୍ତ୍ରୀ କହିଛନ୍ତି, ସୁରୁଖୁରୁରେ ଚାଲଛି ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ନୀତିକାନ୍ତି । ସେବାୟତ ମାନେ ବି ନୀତିକାନ୍ତି ଠିକ୍ ସମୟରେ ସରିବା ନେଇ ପ୍ରତିଶ୍ରୁତି ଦେଇଥିଲେ । ସେଠି ଜିଲ୍ଲାପାଳ, ଡିସିପି ଓ ଅନ୍ୟ ଅଧିକାରୀ ଉପସ୍ଥିତ ଅଛନ୍ତି । ଭକ୍ତଙ୍କ ଦର୍ଶନ ପାଇଁ ଅନୁଧ୍ୟାନ ହୋଇଛି । ଦୀପ ବସାଇବାକୁ ରାତିରେ ଯେପରି ବିଶୃଙ୍ଖଳା ନହୁଏ, ସେଥିପାଇଁ ସ୍ଥାନ ନିର୍ଦ୍ଧାରଣ ହୋଇଛି । ମହାଦୀପ ଠିକ୍ ସମୟରେ ଉଠିବା ନେଇ କାମ ଚାଲଛି । ନୀତିକାନ୍ତି ନିର୍ଦ୍ଧାରିତ ସମୟର ଏକ ଘଣ୍ଟା ପୂର୍ବରୁ ଚାଲିଛି ।













Click it and Unblock the Notifications