ନିତି ଆୟୋଗ ଉପାଧ୍ୟକ୍ଷଙ୍କ ଓଡ଼ିଶା ପରିଦର୍ଶନ
ନିତି ଆୟୋଗ ଉପାଧ୍ୟକ୍ଷଙ୍କ ଓଡ଼ିଶା ପରିଦର୍ଶନ । ମୁଖ୍ୟମନ୍ତ୍ରାଙ୍କୁ ଭେଟିବା ସହିତ କ୍ରାଫ୍ଟ ମ୍ୟୁଜିୟମ୍ ‘ କଳାଭୂମି ' ପରିଦର୍ଶନ କରିଛନ୍ତି ।
ଭୁବନେଶ୍ୱର: ନିତି ଆୟୋଗର ଉପାଧ୍ୟକ୍ଷ ସୁମନ କୁମାର ବେରୀ ଓ ସଦସ୍ୟ ଡ . ବିନୋଦ କେ. ପାଉଲଙ୍କ ସହ ନିତି ଆୟୋଗର ଅନ୍ୟ ସରକାରୀ ଅଧିକାରୀମାନେ ସରକାରୀ ଗସ୍ତରେ ଓଡ଼ିଶା ଆସିଛନ୍ତି । ନିତି ଆୟୋଗର ଉପାଧ୍ୟକ୍ଷ ଓ ସଦସ୍ୟ ଆଜି ସକାଳେ ଭୁବନେଶ୍ୱରସ୍ଥ ବିଶ୍ଵ ଦକ୍ଷତା କେନ୍ଦ୍ର ପରିଦର୍ଶନ କରିଥିଲେ । ତା'ପରେ ସେମାନେ ମହିଳାମାନଙ୍କ ଦ୍ଵାରା ପରିଚାଳିତ ଏକ ଉଦ୍ୟୋଗ , ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର , ୫ ' ଟି'ରେ ରୂପାନ୍ତରିତ ହୋଇଥିବା ଉଚ୍ଚବିଦ୍ୟାଳୟ , ଅଙ୍ଗନବାଡ଼ି କେନ୍ଦ୍ର ଏବଂ ପିପିଲିଠାରେ ଥିବା ୱେଲ୍ନେସ୍ କେନ୍ଦ୍ର ଇତ୍ୟାଦି ସହ ରାଜ୍ୟ ସରକାରଙ୍କ ଦ୍ଵାରା କାର୍ଯ୍ୟକାରୀ କରାଯାଇଥିବା ବିକାଶମୂଳକ କାର୍ଯ୍ୟକ୍ରମଗୁଡ଼ିକୁ ନିରୀକ୍ଷଣ କରିଥିଲେ ।

ନିତି ଆୟୋଗର ମାନ୍ୟବର ଉପାଧ୍ୟକ୍ଷ ଓଡ଼ିଶାର ମୁଖ୍ୟ ଶାସନ ସଚିବ , ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଏବଂ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀମାନଙ୍କୁ ନେଇ ଲୋକସେବା ଭବନର କନ୍ଭେନ୍ସନ୍ ସେଣ୍ଟରରେ ଏକ ବୈଠକ କରାଯାଇଥିଲା । ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ସ୍ଵାଗତ ଅଭିଭାଷଣ ଦେଇଥିଲେ । ଓଡ଼ିଶାର ମୁଖ୍ୟ ଶାସନ ସଚିବ ସଭା ଆରମ୍ଭ କରିଥିଲେ । ରାଜ୍ୟ ସରକାରଙ୍କ ପକ୍ଷରୁ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ଦ୍ଵାରା ଏକ ପାୱାର ପଏଣ୍ଟ ମାଧ୍ୟମରେ ଉପସ୍ଥାପନ କରାଯାଇଥିଲା ଏବଂ ପଞ୍ଚାୟତିରାଜ ଓ ପାନୀୟ ଜଳ ଏବଂ ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ରାଜ୍ୟରେ ସରକାରଙ୍କ ଦ୍ଵାରା କାର୍ଯ୍ୟକାରୀ ହୋଇଥିବା ସଫଳତା ଉପରେ ଆଲୋକପାତ କରିଥିଲେ ।
ଉପାଧ୍ୟକ୍ଷ ଏବଂ ମାନ୍ୟବର ସଦସ୍ୟ ରାଜ୍ୟ ସରକାରଙ୍କ ଦ୍ଵାରା କାର୍ଯ୍ୟକାରୀ ହେଉଥିବା କାର୍ଯ୍ୟଗୁଡ଼ିକର ସଫଳତାକୁ ନେଇ ପ୍ରଶଂସା କରିଥିଲେ । ରାଜ୍ୟ ସରକାରଙ୍କ ଦ୍ଵାରା ବିକାଶମୂଳକ କାର୍ଯ୍ୟ ନିମନ୍ତେ ନିଆଯାଉଥିବା ଉଦ୍ୟମଗୁଡ଼ିକୁ ସେମାନେ ନିରୀକ୍ଷଣ କରିବା ସହ ସଫଳତା ନିମନ୍ତେ ଆଶ୍ୱାସନା ଦେଇଥିଲେ । ଉପାଧ୍ୟକ୍ଷ ଓ ମାନ୍ୟବର ସଦସ୍ୟ ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିଥିଲେ ଏବଂ ଦିଲ୍ଲୀରେ ଅଗଷ୍ଟ 7 ତାରିଖରେ ହେବାକୁ ଥିବା ' ନିତି ଆୟୋଗର ସପ୍ତମ ପରିଚାଳନା ପରିଷଦ ବୈଠକ'କୁ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କରିଥିଲେ । ତା'ପରେ ଉପାଧ୍ୟକ୍ଷ ଓ ସଦସ୍ୟ ଭୁବନେଶ୍ଵରସ୍ଥ ଓଡ଼ିଶା କ୍ରାଫ୍ଟ ମ୍ୟୁଜିୟମ୍ ' କଳାଭୂମି ' ପରିଦର୍ଶନ କରିଥିଲେ ।
-
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
କେନ୍ଦ୍ର ସରକାରଙ୍କୁ କଡ଼ା ନିର୍ଦ୍ଦେଶ, କୋଭିଡ ୧୯ ଭ୍ୟାକସିନ ଯୋଗୁଁ ଯେଉଁ ଜୀବନ ଯାଇଛି, ସେମାନଙ୍କୁ କ୍ଷତିପୂରଣ ମିଳୁ -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ -
ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇଇଲେ ନୂଆ ରେକର୍ଡ କଲେ ଜସପ୍ରିତ ବୁମରାହ -
ବାଚସ୍ପତିଙ୍କ ବିପକ୍ଷରେ ବିରୋଧୀଙ୍କ ଅବିଶ୍ୱାସ ପ୍ରସ୍ତାବ ଖାରଜ -
ଓଡ଼ିଶାର ଏହି ୯ଟି ଷ୍ଟେସନ ଦେଇ ଚାଲିବ ଅମୃତ ଭାରତ ଟ୍ରେନ୍ -
ଗ୍ୟାସ ସଙ୍କଟକୁ ଏଡାଇବା ପାଇଁ କେନ୍ଦ୍ର ସରକାରଙ୍କ ବଡ ନିଷ୍ପତ୍ତି; ଲାଗୁ କଲେ ESMA ଆଇନ -
ମଧ୍ୟପ୍ରାଚ୍ୟରେ ଲକ୍ଷ ଲକ୍ଷ ଫସିଛନ୍ତି ଓଡ଼ିଆ, ଫେରାଇ ଆଣିବାର ଅନୁରୋଧ କଲେ ନବୀନ -
ମହାରାଷ୍ଟ୍ର ରାଜ୍ୟସଭା ନିର୍ବାଚନ; ୨୬ ନେତା ନିର୍ଦ୍ୱନ୍ଦ୍ୱରେ ବିଜୟୀ -
ଡାଇବେଟିସରେ ରୋଗୀ ଭାତ ଖାଇବା ଉଚିତ୍ ନା ନୁହେଁ, ଜାଣନ୍ତୁ ଏନେଇ....











Click it and Unblock the Notifications