Get Updates
Get notified of breaking news, exclusive insights, and must-see stories!

SDG India Index: ଜଳବାୟୁ ପରିବର୍ତ୍ତନ (Climate action)ରେ ଓଡିଶା ନମ୍ବର ୱାନ

ନୀତି ଆୟୋଗ ଉପାଧ୍ୟକ୍ଷ ରାଜୀବ କୁମାର ଗୁରୁବାର ଏସଡିଜି ଇଣ୍ଡିଆ ଇଣ୍ଡେକ୍ସ ର଼୍ୟାଙ୍କି ର ତୃତୀୟ ସଂସ୍କରଣ ଜାରି କରିଛନ୍ତି। ଏହି ସୂଚକାଙ୍କର ଜଳବାୟୁ ପରିବର୍ (Climate action) ଶ୍ରେଣୀରେ ଓଡିଶା ଅନ୍ୟ ରାଜ୍ୟ ମାନଙ୍କ ପଛରେ ପକାଇ ପ୍ରଥମ ସ୍ଥାନ ଅଧିକାର କରିଛି ।

ଭୁବନେଶ୍ବର: ନୀତି ଆୟୋଗ ଉପାଧ୍ୟକ୍ଷ ରାଜୀବ କୁମାର ଗୁରୁବାର ଏସଡିଜି ଇଣ୍ଡିଆ ଇଣ୍ଡେକ୍ସ ର଼୍ୟାଙ୍କି ର ତୃତୀୟ ସଂସ୍କରଣ ଜାରି କରିଛନ୍ତି। ଏହି ସୂଚକାଙ୍କର ଜଳବାୟୁ ପରିବର୍ତ୍ତନ (Climate action) ଶ୍ରେଣୀରେ ଓଡିଶା ଅନ୍ୟ ରାଜ୍ୟ ମାନଙ୍କ ପଛରେ ପକାଇ ପ୍ରଥମ ସ୍ଥାନ ଅଧିକାର କରିଛି । ତେବେ ଓଡିଶା ସହିତ ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ ଶୀର୍ଷ ସ୍ଥାନ ପାଇଛି ।

SDG India Index

ତେବେ ଏହି ବର୍ଗରେ ଓଡିଶା 70 ମିଶ୍ରିତ ସ୍କୋର ହାସଲ କରିଛି ଏବଂ ଫ୍ରଣ୍ଟ ରନର୍ସ ବର୍ଗରେ 6ଟି ରାଜ୍ୟ ମଧ୍ୟରେ ଶୀର୍ଷ ସ୍ଥାନ ହାସଲ କରିଛି । 65 ରୁ 99 ମଧ୍ୟରେ ସ୍କୋର କରିଥିବା ରାଜ୍ୟ ତାଲିକାରେ ଓଡିଶା ପରେ କେରଳ (69), ନାଗାଲାଣ୍ଡ (69), ଗୁଜୁରାଟ (67) , ମିଜୋରାମ (66), ଏବଂ ସିକ୍କିମ୍ (65) ରହିଛନ୍ତି ।

SDG India Index Ranking

ସେହିପରି (ଗୋଲ୍ ନଂ 14 - ଲାଇଫ୍ ୱାଟର୍) ବର୍ଗରେ ମଧ୍ୟ ଶୀର୍ଷ ସ୍ଥାନ ହାସଲ କରିଛି ଓଡିଶା । ମିଶ୍ରିତ 82 ସ୍କୋର ସହିତ ସହିତ ଉପକୂଳବର୍ତ୍ତୀ ରାଜ୍ୟଗୁଡ଼ିକ ତାଲିକାରେ ଶୀର୍ଷରେ ରହିଛି ଓଡିଶା । ସେହିପରି ଦ୍ବିତୀୟ ସ୍ଥାନରେ ରହିଛି ଆନ୍ଧ୍ରପ୍ରଦେଶ । ଯିଏ କି 79 ସ୍କୋର୍ କରିଛି ।

SDG India Index Ranking

ଓଡିଶା ଏବଂ ଆନ୍ଧ୍ରପ୍ରଦେଶ ଫ୍ରଣ୍ଟ ରନର୍ ବର୍ଗର ଯଥାକ୍ରମେ ପ୍ରଥମ ଓ ଦ୍ବିତୀୟ ସ୍ଥାନରେ ରହିଛନ୍ତି । ସେହିପରି ତାମିଲନାଡୁ ଆସ୍ପିରାଣ୍ଟ ବର୍ଗରେ (ସ୍କୋର 50 ରୁ କମ୍) ରହିଛି। ଅବଶିଷ୍ଟ ଉପକୂଳ ରାଜ୍ୟ ପ୍ରଦର୍ଶନକାରୀ ବର୍ଗରେ ଅଛନ୍ତି । ଏମାନେ ସମସ୍ତ 50 ରୁ 64 ମଧ୍ୟରେ ସ୍କୋର କରିଛନ୍ତି । |

ଜଳର ଗୁଣବତ୍ତା ମାପ କରୁଥିବା ତିନୋଟି ସୂଚକ ପାଇଁ (ବାୟୋକେମିକାଲ୍ ଅମ୍ଳଜାନ ଚାହିଦା, ଟୋଟାଲ୍ ନାଇଟ୍ରୋଜେନ୍ ଏବଂ pH ସ୍ତର) କୁ ନେଇ ଏହି ବର୍ଗରେ ସ୍କୋର ମିଳିଥାଏ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+