SDG India Index Ranking: ବିକାଶ କ୍ଷେତ୍ରରେ 21ତମ ସ୍ଥାନକୁ ଖସିଲା ଓଡିଶା
ନୀତି ଆୟୋଗ ଉପାଧ୍ୟକ୍ଷ ରାଜୀବ କୁମାର ଗୁରୁବାର ଏସଡିଜି ଇଣ୍ଡିଆ ଇଣ୍ଡେକ୍ସ ର଼୍ୟାଙ୍କି ର ତୃତୀୟ ସଂସ୍କରଣ ଜାରି କରିଛନ୍ତି। ଏହି ସୂଚକାଙ୍କରେ ଓଡିଶା 21 ନମ୍ବର ସ୍ଥାନରେ ରହିଛି । ଛତିଶଗଡ ଏବଂ ନାଗାଲାଣ୍ଡ ସହିତ ଓଡିଶା 61 ମାର୍କ ହାସଲ କରିଛି।
ଭୁବନେଶ୍ବର: ନୀତି ଆୟୋଗ ଉପାଧ୍ୟକ୍ଷ ରାଜୀବ କୁମାର ଗୁରୁବାର ଏସଡିଜି ଇଣ୍ଡିଆ ଇଣ୍ଡେକ୍ସ ର଼୍ୟାଙ୍କି ର ତୃତୀୟ ସଂସ୍କରଣ ଜାରି କରିଛନ୍ତି। ଏହି ସୂଚକାଙ୍କରେ ଓଡିଶା 21 ନମ୍ବର ସ୍ଥାନରେ ରହିଛି । ଛତିଶଗଡ ଏବଂ ନାଗାଲାଣ୍ଡ ସହିତ ଓଡିଶା 61 ମାର୍କ ହାସଲ କରିଛି। ଭାରତରେ ମିଳିତ ଜାତିସଂଘଙ୍କ ସହଯୋଗରେ ବିକଶିତ ଏସଡିଜି ଇଣ୍ଡିଆ ଇଣ୍ଡେକ୍ସ ୨୦୨୦-୨୧ ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶଙ୍କ ପ୍ରଗତିକୁ ୧୧୫ଟି ମାନଦଣ୍ଡରେ ଆକଳନ କରିଥାଏ। ଏହି ଅନୁସାରେ କେରଳ ଜାରି ବର୍ଷରେ ସୂଚକାଙ୍କର ପ୍ରଥମ ସ୍ଥାନରେ ଥିବା ବେଳେ ବିହାରର ପ୍ରଦର୍ଶନ ସବୁଠୁ ଖରାପ ରହିଛି।

ଗତ ବର୍ଷ ଓଡ଼ିଶା 58 ସ୍କୋର କରୁଥିବା 'ପ୍ରଦର୍ଶନକାରୀ' ଶ୍ରେଣୀଭୁକ୍ତ ହୋଇଥିଲା। ସେହିପରି ଗତବର୍ଷ ଦଶଟି ରାଜ୍ୟ / କେନ୍ଦ୍ର ଶାସିତ ଅଞ୍ଚଳ ଫ୍ରଣ୍ଟ-ରନର୍ ବର୍ଗରେ ଥିଲେ । ଯେଉଁମାନେ 65-99 ସ୍କୋର କରୁଥିଲେ । ସେହିପରି ଚଳିତ ବର୍ଷ ଉତ୍ତରପ୍ରଦେଶ, ଗୁଜୁରାଟ, ମହାରାଷ୍ଟ୍ର, ମିଜୋରାମ, ପଞ୍ଜାବ, ହରିୟାଣା, ତ୍ରିପୁରା, ଦିଲ୍ଲୀ, ଲକ୍ଷ୍ମୀଦୀପ, ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ, ଜାମ୍ମୁ କାଶ୍ମୀର ଏବଂ ଲଦାଖ ଫ୍ରଣ୍ଟ ରନର୍ସ ଶ୍ରେଣୀରେ ରହିଛନ୍ତି ।

ସେହିପରି ଜଳବାୟୁ ପରିବର୍ତ୍ତନ କ୍ଷେତ୍ରରେ ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ ସହିତ ଓଡ଼ିଶା ଶୀର୍ଷରେ ସ୍ଥାନ ପାଇଛି । ଏହି ବର୍ଗରେ ଓଡିଶା 70 ମିଶ୍ରିତ ସ୍କୋର ହାସଲ କରିଛି ଏବଂ ଫ୍ରଣ୍ଟ ରନର୍ସ ବର୍ଗରେ 6ଟି ରାଜ୍ୟ ମଧ୍ୟରେ ଶୀର୍ଷ ସ୍ଥାନ ହାସଲ କରିଛି । 65 ରୁ 99 ମଧ୍ୟରେ ସ୍କୋର କରିଥିବା ରାଜ୍ୟ ତାଲିକାରେ ଓଡିଶା ପରେ କେରଳ (69), ନାଗାଲାଣ୍ଡ (69), ଗୁଜୁରାଟ (67) , ମିଜୋରାମ (66), ଏବଂ ସିକ୍କିମ୍ (65) ରହିଛନ୍ତି ।

ସେହିପରି (ଗୋଲ୍ ନଂ 14 - ଲାଇଫ୍ ବିଲୋ ୱାଟର୍) ବର୍ଗରେ ମଧ୍ୟ ଶୀର୍ଷ ସ୍ଥାନ ହାସଲ କରିଛି ଓଡିଶା । ମିଶ୍ରିତ 82 ସ୍କୋର ସହିତ ସହିତ ଉପକୂଳବର୍ତ୍ତୀ ରାଜ୍ୟଗୁଡ଼ିକ ତାଲିକାରେ ଶୀର୍ଷରେ ରହିଛି ଓଡିଶା । ସେହିପରି ଦ୍ବିତୀୟ ସ୍ଥାନରେ ରହିଛି ଆନ୍ଧ୍ରପ୍ରଦେଶ । ଯିଏ କି 79 ସ୍କୋର୍ କରିଛି ।
ଓଡିଶା ଏବଂ ଆନ୍ଧ୍ରପ୍ରଦେଶ ଫ୍ରଣ୍ଟ ରନର୍ ବର୍ଗର ଯଥାକ୍ରମେ ପ୍ରଥମ ଓ ଦ୍ବିତୀୟ ସ୍ଥାନରେ ରହିଛନ୍ତି । ସେହିପରି ତାମିଲନାଡୁ ଆସ୍ପିରାଣ୍ଟ ବର୍ଗରେ (ସ୍କୋର 50 ରୁ କମ୍) ରହିଛି। ଅବଶିଷ୍ଟ ଉପକୂଳ ରାଜ୍ୟ ପ୍ରଦର୍ଶନକାରୀ ବର୍ଗରେ ଅଛନ୍ତି । ଏମାନେ ସମସ୍ତ 50 ରୁ 64 ମଧ୍ୟରେ ସ୍କୋର କରିଛନ୍ତି ।
ଜଳର ଗୁଣବତ୍ତା ମାପ କରୁଥିବା ତିନୋଟି ସୂଚକ ପାଇଁ (ବାୟୋକେମିକାଲ୍ ଅମ୍ଳଜାନ ଚାହିଦା, ଟୋଟାଲ୍ ନାଇଟ୍ରୋଜେନ୍ ଏବଂ pH ସ୍ତର) କୁ ନେଇ ଏହି ବର୍ଗରେ ସ୍କୋର ମିଳିଥାଏ ।












Click it and Unblock the Notifications