ପୁରୀ ଗସ୍ତରେ ନୀତି ଆୟୋଗ ଉପାଧ୍ୟକ୍ଷ, ଶ୍ରୀଜିଉଙ୍କ କଲେ ଦର୍ଶନ
ତିନି ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ନୀତି ଆୟୋଗ ଉପାଧ୍ୟକ୍ଷ ରାଜୀବ କୁମାର ଏବଂ ତାଙ୍କ ଟିମ୍ ପୁରୀ ଯାଇ ଶ୍ରୀଜିଉଙ୍କ ଦର୍ଶନ କରିଛନ୍ତି ।
ପୁରୀ: ତିନି ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ନୀତି ଆୟୋଗ ଉପାଧ୍ୟକ୍ଷ ରାଜୀବ କୁମାର ଏବଂ ତାଙ୍କ ଟିମ୍ ପୁରୀ ଯାଇ ଶ୍ରୀଜିଉଙ୍କ ଦର୍ଶନ କରିଛନ୍ତି । ପୁରୀରେ ପହଞ୍ଚିବା ପରେ ପ୍ରଥମେ ଶ୍ରୀମନ୍ଦିର ଐତିହ୍ୟ କରିଡର ବୁଲି ଦେଖିଥିଲେ । ଗସ୍ତକୁ ଦୃଷ୍ଟିରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ।

ଗୁରୁବାର ଦିନ ସକାଳ ସମୟରେ ସେ ପୁରୀ ଯାଇ ମହାପ୍ରଭୁ ଶ୍ରୀଜଗନ୍ନାଥ ଦର୍ଶନ କରିଛନ୍ତି । ତାଙ୍କ ସହିତ ପତ୍ନୀ ମଧ୍ୟ ରହିଥିଲେ । ତେବେ ନୀତି ଆୟୋଗ ଉପାଧ୍ୟକ୍ଷଙ୍କ ଏହି ଗସ୍ତ ଅବସରରେ , ତାଙ୍କ ସହିତ ଜିଲ୍ଲାପାଳ ଓ ଅତିରିକ୍ତ ଜିଲ୍ଲାପାଳ ମଧ୍ୟ ଉପସ୍ଥିତ ରହିଛନ୍ତି ।
ପୁରୀରେ ପହଞ୍ଚିବା ପରେ ଜିଲ୍ଲାପାଳ ରାଜୀବ କୁମାର, ତାଙ୍କ ପରିବାର ଏବଂ ନୀତି ଆୟୋଗ ଟିମକୁ ସ୍ବାଗତ କରିଥିଲେ । ପରେ କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଶ୍ରୀଜିଉଙ୍କ ଦର୍ଶନ କରିଥିଲେ । ଦର୍ଶନ ସରିବା ପରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତି ପ୍ରଶାସକ ମହାପ୍ରଭୁଙ୍କ ଫୋଟୋ ଓ ରଥ ଦଉଡ଼ି, ବାନା ଓ ନିର୍ମାଲ୍ୟ ପ୍ରଦାନ କରିଥିଲେ । ମହାପ୍ରଭୁଙ୍କ ଦର୍ଶନ ସହ ଐତିହ୍ୟ କରିଡର କାର୍ଯ୍ୟ ଦେଖି ବେଶ ଖୁସି ପ୍ରକଟ କରିଛନ୍ତି ନୀତି ଆୟୋଗ ଟିମ୍ । ପରେ କୋଣାର୍କ, ଚିଲ୍ଲିକା ବୁଲି ଦେଖିବାର କାର୍ଯ୍ୟକ୍ରମ ରହିଛି ।












Click it and Unblock the Notifications