ନିଟ୍-ୟୁଜି ପେପର ଲିକ୍ ମାମଲା: ଜଣେ ଅଭିଯୁକ୍ତକୁ ଭୁବନେଶ୍ବରରୁ ଗିରଫ କଲା ସିବିଆଇ
ଭୁବନେଶ୍ବର: NEET-UG ପେପର ଲିକ୍ ମାମଲାରେ ଭୁବନେଶ୍ବରରୁ ଆଉ ଜଣଙ୍କୁ ଗିରଫ କଲା ସିବିଆଇ । ଭୁବନେଶ୍ବରରୁ ସୁଶାନ୍ତ ସାମନ୍ତଙ୍କୁ ଗିରଫ କଲା ସିବିଆଇ। ପ୍ରଶ୍ନପତ୍ର ବିତରଣରେ ସଂମ୍ପୃକ୍ତ ଅଭିଯୋଗରେ ଗିରଫ କରାଯାଇଥିବା ସୂଚନା ମିଳିଛି ।
ସୁଶାନ୍ତଙ୍କୁ ୫ ଦିନିଆ ରିମାଣ୍ଡରେ ନେଲା ସିବିଆଇ । ମେଡିକାଲ ପ୍ରବେଶିକା ପରୀକ୍ଷା ମାମଲାରେ ଭୁବନେଶ୍ଵରରୁ ସୁଶାନ୍ତ କୁମାର ସାମନ୍ତ ନାମକ ଯୁବକଙ୍କୁ ଗିରଫ କରି ପାଟନା କୋର୍ଟରେ ହାଜର କରିଥିଲା ସିବିଆଇ । ନିଟ୍ ପ୍ରବେଶିକାର ପରୀକ୍ଷାର ପେପର ଯୋଗାଇବାରେ ସୁଶାନ୍ତର ହାତ ଥିବା କୁହାଯାଉଛି । ସୁଶାନ୍ତ କୁମାର ରାଉତ ନିଟ ପେପର ଲିକ୍ ମାମଲାର ମାଷ୍ଟରମାଇଣ୍ଡ ବୋଲି ଜତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି । ସୁଶାନ୍ତର ପ୍ରଶ୍ନପତ୍ର ବିତରଣରେ ସଂପୃକ୍ତି ଥିବା ଅଭିଯୋଗ ହୋଇଥିଲା । ସିବିଆଇ ତାଙ୍କୁ ଗିରଫ କରି କୋର୍ଟରେ ହାଜର କରିଥିଲା । ପରେ ତାଙ୍କୁ ୫ ଦିନିଆ ରିମାଣ୍ଡରେ ନେଇଛି ସିବିଆଇ ।
ବର୍ତ୍ତମାନ ସିବିଆଇ ରିମାଣ୍ଡରେ ୫ ଅଭିଯୁକ୍ତ ଅଛନ୍ତି

ଭୁବନେଶ଼୍ବରରୁ ସୁଶାନ୍ତଙ୍କୁ ଗିରଫ କରାଯାଇଥିବା ନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । ପୂର୍ବରୁ ନିଟ୍ ମାମଲାରେ ବିହାର, ମହାରାଷ୍ଟ୍ର ସମେତ ବିଭିନ୍ନ ରାଜ୍ୟରୁ ଅଭିଯୁକ୍ତମାନଙ୍କୁ ଗିରିଫ କରିଛି ଜାତୀୟ ତଦନ୍ତକାରୀ ସଂସ୍ଥା ସିବିଆଇ ।
ତେବେ ଗିରଫ ପରେ ସୁଶାନ୍ତକୁ ପାଟନା କୋର୍ଟରେ ହାଜର କରାଯାଇଥିଲା। ଏହି ମାମଲାରେ ସୁଶାନ୍ତକୁ ପଚରାଉଚରା ଲାଗି ୧୦ ଦିନିଆ ରିମାଣ୍ଡ ଦାବି କରିଥିଲା ସିବିଆଇ। ବର୍ତ୍ତମାନ ସିବିଆଇ ରିମାଣ୍ଡରେ ୫ ଅଭିଯୁକ୍ତ ଅଛନ୍ତି। ସୂଚନା ଥାଉକି ନିଟ୍ ପେପର ଲିକ ମାମଲାରେ ବର୍ତ୍ତମାନ ସୁଦ୍ଧା ସିବିଆଇ ୪୨ ଜଣଙ୍କୁ ଗିରଫ କରିସାରିଲାଣି। ଓଡ଼ିଶାକୁ ଏହି ମାମଲାରେ ୪ ଜଣ ଗିରଫ ହୋଇଛନ୍ତି। ଏହା ପୂର୍ବରୁ ଗତ ୪ ଅଗଷ୍ଟରେ ସିବିଆଇ ସଲଭର ଗ୍ଯାଙ୍ଗର ଜଣେ ସଦସ୍ୟକୁ ଗିରଫ କରିଥିଲା।












Click it and Unblock the Notifications