Get Updates
Get notified of breaking news, exclusive insights, and must-see stories!

ବଲାଙ୍ଗିର SDJM କୋର୍ଟରେ ଆତ୍ମସମର୍ପଣ କଲେ ନିଶା ମହାରଣା

ଯାତ୍ରା ମଞ୍ଚ ଅଭିନେତ୍ରୀ ନିଶା ମହାରଣା ବଲାଙ୍ଗିର ଏସଡିଜେଏମ କୋର୍ଟରେ ହାଜର ହୋଇଛନ୍ତି। ବଲାଙ୍ଗିର ସଦର ଥାନା ଚନ୍ଦନଭାଟି ଗାଁରେ ଗତ ଡିସେମ୍ବର ୧୨ ତାରିଖ ରାତିରେ ନିଶା ମହାରଣା ଅଶ୍ଳୀଳ ନୃତ୍ୟ ପରିବେଷଣ ଦେଇଥିଲେ। ଡିସେମ୍ବର ୧୪ରେ ତତ୍କାଳୀନ ଚନ୍ଦନଭାଟି ଫାଣ୍ଡି ଅଧିକାରୀ ରଞ୍ଜିତ ପ୍ରଧାନ ଏ ନେଇ ବଲାଙ୍ଗିର ସଦର ଥାନାରେ ଅଭିଯୋଗ କରିଥିଲେ। ସଦର ପୁଲିସ ଏ ନେଇ ଏକ ମାମଲା ରୁଜ୍ଜୁ କରି ତଦନ୍ତ ଆରମ୍ଭ କରିଥିଲା। ଡିସେମ୍ବର ୧୫ରେ ଯାତ୍ରା କମିଟି ସଭାପତି ଓ ସମ୍ପାଦକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଗିରଫଦାରୀ ଭୟରେ ନିଶା ଉଚ୍ଚ ନ୍ୟାୟାଳୟରେ ଆଗୁଆ ଜାମିନ ପାଇଁ ଆବେଦନ କରିଥିଲେ। ଉଚ୍ଚ ନ୍ୟାୟାଳୟ ନିଶାଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ ସହ ବଲାଙ୍ଗୀର ଏସଡିଜେଏମ କୋର୍ଟରେ ହାଜର ହେବା ପାଇଁ ନିଶାଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଆଜି ଅପରାହ୍ନ ପ୍ରାୟ ୧ଟା ୪୫ରେ ନିଶା ନିଜ ଓକିଲଙ୍କ ସହ ବଲାଙ୍ଗିର ଏସଡିଜେଏମ କୋର୍ଟରେ ହାଜର ହୋଇଛନ୍ତି ।

Nisha Maharana
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+