Get Updates
Get notified of breaking news, exclusive insights, and must-see stories!

ବୁଢୀ ଠାକୁରାଣୀ ଯାତ୍ରାରେ ନିଶା ମହାରଣାଙ୍କ ପୋଷ୍ଟର ଧରି ବୁଲିଲେ ଶ୍ରଦ୍ଧାଳୁ

ଗଞ୍ଜାମ: ଆଜି ବ୍ରହ୍ମପୁର ମା' ବୁଢୀ ଠାକୁରାଣୀ ଯାତ୍ରାର ଶେଷ ଦିନ । ତେବେ ଠାକୁରାଣୀଙ୍କ ଯାତ୍ରା ବେଶ ଜାକଜମକରେ ଚାଲିଥିବା ବେଳେ ଯାତ୍ରାରେ ଏହି ସମୟରେ ଏକ ଅପସଂସ୍କୃତିର ଝଲକ ଦେଖିବାକୁ ମିଳିଛି ।

ଯାତ୍ରାର ଭିଡ଼ ମଧ୍ୟରେ କିଛି ଶ୍ରଦ୍ଧାଳୁ ଯାତ୍ରା ଅଭିନେତ୍ରୀ ନିଶା ମହାରଣାଙ୍କ ପୋଷ୍ଟର ଧରି ଯାତ୍ରାରେ ବୁଲୁଥିବାର ଦେଖିବାକୁ ମିଳିଥିଲା । ଠାକୁରାଣୀ ପୂଜା ଆଉ ଶ୍ରଦ୍ଧାଳୁଙ୍କ ଗହଣରେ ଏହି ଭଳି ଚିତ୍ର ପ୍ରଦର୍ଶନକୁ ସାଧାରଣରେ ନିନ୍ଦା କରାଯାଇଥିଲା । ଏପରିକି ସଂସ୍କୃତିର ଅପବ୍ୟବହାର କରୁଥିବା ନେଇ କିଛି ଶ୍ରଦ୍ଧାଳୁଙ୍କୁ ପୋଲିସ ଥାନାକୁ ନେଇ ତାଗିଦ କରିଥିବା ଜଣାପଡିଛି ।

Nisha Maharana

ଉଲ୍ଲେଖଥାଉ କି, ଆଜି ବ୍ରହ୍ମପୁର ମା' ବୁଢୀ ଠାକୁରାଣୀ ଯାତ୍ରାର ଶେଷ ଦିନ । ଦିନ ସାରା ଅସ୍ଥାୟୀ ମଣ୍ଡପରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ ମା' । ମଧ୍ୟରାତ୍ରୀରେ ମୁଖ୍ୟମନ୍ଦିରକୁ ଫେରିବେ । ବାପଘରୁ ଭାରତୁରା ନେଇ ଶାଶୂଘରକୁ ଯିବେ ମାଆ ସାଆନ୍ତାଣୀ । ଝିଅ ବିଦାବେଳେ ବାପଘର ସାହିରେ ଦେଖିବାକୁ ମିଳିବ ଭାବପୂର୍ଣ୍ଣ ଦୃଶ୍ୟ । ଏହାପରେ ବେଷଭୂଷା ସହ ଦେଶିବେହେରା ସାହିରୁ ମୁଖ୍ୟ ମନ୍ଦିରକୁ ବାହାରିବ ବିରାଟ ପଟୁଆର । ବିଭିନ୍ନ ସାହି ପରିକ୍ରମା କରିବା ସହ ମାନସିକଧାରୀ ଶ୍ରଦ୍ଧାଳୁମାନେ ନିଜ ମାନସିକ ଘଟକୁ ଧରି ମାଆଙ୍କ ପଛେ ପଛେ ଯାତ୍ରା କରିବେ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+