For Quick Alerts
Turn On Notification  
For Daily Alerts
Oneindia App Download

ସଫଳ ଟିକାକରଣ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ପ୍ରସଂଶା କଲେ ନିରଞ୍ଜନ

ରାଜ୍ୟରେ ସଫଳ ଟିକାକରଣ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ଟିକାକରଣ ସଫଳତାକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ନିରଞ୍ଜନ ।

|

ଭୁବନେଶ୍ୱର: ରାଜ୍ୟରେ ସଫଳ ଟିକାକରଣ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ଟିକାକରଣ ସଫଳତାକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ନିରଞ୍ଜନ । ଉଲ୍ଲେଖଥାଉ କି, ରାଜଧାନୀ ଭୁବନେଶ୍ବର ସମେତ ରାଜ୍ୟର ସମସ୍ତ ଜିଲ୍ଲାରେ ଆରମ୍ଭ ହୋଇଛି କୋଭିଡ ଟିକାରକରଣ ।

Niranjan Patnaik

ସେହିପରି ରାଜ୍ୟର ସମସ୍ତ ବିପିଏଲ ଧାରୀ ଓ ବରିଷ୍ଠ ନାଗରିକଙ୍କୁ ମାଗଣାରେ କୋଭିଡ୍ ଟିକା ଯୋଗାଇ ଦେବାକୁ ନିରଞ୍ଜନ ଅନୁରୋଧ କରିଛନ୍ତି । ମାଗଣା ଟିକା ଦେଲେ ରାଜ୍ୟବାସୀ ଉପକୃତ ହେବେ ବୋଲି ନିରଞ୍ଜନ ଚିଠିରେ ଉଲ୍ଲେଖ କରିଛନ୍ତି ।

ଶନିବାର ରାଜ୍ୟର ୧୬୧ଟି ଟିକାକରଣ କେନ୍ଦ୍ରରେ ଭ୍ୟାକ୍ସିନ୍ ଦିଆଯାଇଥିଲା । ପ୍ରଥମ ଦିନରେ ୧୬ ହଜାର ୪୦୫ ଜଣଙ୍କୁ ଟିକା ଦେବାକୁ ଲକ୍ଷ୍ୟ ରଖା ଯାଇଥିବା ବେଳେ ୧୩ ହଜାର ୯୮୦ ଜଣଙ୍କୁ ଦିଆଯାଇଥିଲା । ଏହିଭଳି ଭାବେ ରାଜ୍ୟରେ ପ୍ରଥମ ଦିନରେ ଲକ୍ଷ୍ୟର ୮୫ ପ୍ରତିଶତ ଟିକାକରଣ ହୋଇଥିଲା ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Niranjan praised the Chief Minister for his successful vaccination
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X