ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ଲୁଟ୍ ଘଟଣା: ଗୁଗଲରୁ ସର୍ଚ୍ଚ କରି ଧନୀ ଲୋକଙ୍କୁ ଟାର୍ଗେଟ୍ କରୁଥିଲା 'ସ୍ପାଇଡର ସତୀଶ'
Crime News: ନିରଞ୍ଜନ ପଟ୍ଟନାୟକଙ୍କ ଘରେ ଚୋରି ଘଟଣାରେ ଅଭିଯୁକ୍ତ 'ସ୍ପାଇଡର ସତୀଶ'କୁ ଗିରଫ କରିଛି ପୋଲିସି । ଅଭିଯୁକ୍ତକୁ ବିଜୟୱାଡାରୁ ଗିରଫ କରାଯାଇଛି । ଏନେଇ ପ୍ରେସମିଟ କରି ପୋଲିସ କମିଶନରଙ୍କ ପକ୍ଷରୁ ସୂଚନା ଜାରି କରାଯାଇଛି ।
ପୋଲିସ ପକ୍ଷରୁ ଜାରି କରାଯାଇଥିବା ସୂଚନା ଅନୁସାରେ, ୪ ଶହ ସିସିଟିଭି ଓ ୧୦ ହଜାର ମୋବାଇଲ୍ ଯାଞ୍ଚ କରାଯିବା ପରେ ସତୀଶ ରେଡ୍ଡୀ ଓରଫ୍ ସ୍ପାଇଡର ସତୀଶକୁ ଧରିବାରେ ସଫଳ ହୋଇଛି କମିଶନରେଟ୍ ପୋଲିସ । ଲୁଟେରା ସହ ଚୋରି ହୋଇଥିବା ହୀରା ଅଳଙ୍କାର ମଧ୍ୟ ଜବତ କରାଯାଇଛି । 'ସ୍ପାଇଡର ସତୀଶ' ଗୁଗଲରୁ ସର୍ଚ୍ଚ କରି ଧନୀ ଲୋକଙ୍କୁ ଟାର୍ଗେଟ୍ କରୁଥିଲା ଏବଂ ତା ନାଁରେ ୭୦ଟି ମାମଲା ରହିଛି ।

ସୂଚନା ଅନୁସାରେ, ବିଶାଖାପାଟଣାରୁ ଲୁଟେରାକୁ କାବୁ କରିଛି ପୋଲିସ । ଅଭିଯୁକ୍ତ ପାଖରୁ ସୁନା, ହୀରା ଏବଂ ଟଙ୍କା ଜବତ କରାଯାଇଛି । ସେହିପରି ଉକ୍ତ ଅଭିଯୁକ୍ତ ଜଣକ ନୟାପଲ୍ଲୀ ଅଞ୍ଚଳରେ ଜଣେ ବ୍ୟବସାୟୀଙ୍କ ଘରେ ପସି ପ୍ରାୟ ୨ କୋଟି ଟଙ୍କାର ସୁନା ଗହଣା ଲୁଟ ଘଟଣାରେ ମଧ୍ୟ ସ୍ପାଇଡର ସାମିଲ ଥିବା ନେଇ ସୂଚନା ରହିଛି ।












Click it and Unblock the Notifications