ସରକାରୀ ହସ୍ପିଟାଲରେ ରୋଗୀଙ୍କ ପାଇଁ ୨୪ ଘଣ୍ଟା ଖୋଲା ରହିବ ନିରାମୟ ଔଷଧ କେନ୍ଦ୍ର: କୃଷ୍ଣଚନ୍ଦ୍ର ମହାପାତ୍ର
ସରକାରୀ ହସ୍ପିଟାଲରେ ରୋଗୀଙ୍କ ପାଇଁ ୨୪ ଘଣ୍ଟା ଖୋଲା ରହିବ ନିରାମୟ ଔଷଧ କେନ୍ଦ୍ର । ଏଥିରେ ଖିଲାପ ହେଲେ ହେବ କଡା କାର୍ଯ୍ୟାନୁଷ୍ଠାନ ହେବ । ଏଭଳି କହିଛନ୍ତି ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ।

୨୪ ଘଣ୍ଟା ଖୋଲା ରହିବ ନିରାମୟ କେନ୍ଦ୍ର । ଏହାର ଯେପରି ଖିଲାପ ନ ହୁଏ, ସେଥିପାଇଁ ସ୍କ୍ୱାର୍ଡ ଗଠନ କଲା ସାଧାରଣ ଉଦ୍ୟୋଗ ବିଭାଗ । ଅଧିକାରୀ ଅଚାନକ ନିରାମୟ ପରିଦର୍ଶନ କରିବେ । ନିରାମୟ ଖୋଲା ନଥିଲେ ନିଆଯିବ କାର୍ଯ୍ୟାନୁଷ୍ଠାନ । ଔଷଧ ନିଗମର ସମୀକ୍ଷା ବୈଠକର ଏହି ନିର୍ଦ୍ଦେଶ ଦେଇଛନ୍ତି ମନ୍ତ୍ରୀ ଡ. କୃଷ୍ଣଚନ୍ଦ୍ର ମହାପାତ୍ର । ଔଷଧ ନିଗମର ଔଷଧ ଠିକଭାବେ ନିରାମୟକୁ ପହଞ୍ଚୁଛି କି ନାହିଁ , ନିରାମୟରେ ଯଥେଷ୍ଟ ଔଷଧ ଅଛି ନା ନାହଁ, ସେ ନେଇ ବୈଠକରେ ଆଲୋଚନା ହୋଇଛି ।ଓଡ଼ିଶାବାସୀଙ୍କୁ ବିଭିନ୍ନ ପ୍ରକାରର ଜୀବନରକ୍ଷକ ବ୍ୟୟବହୁଳ ଔଷଧଗୁଡ଼ିକୁ ବିନାମୂଲ୍ୟରେ ଯୋଗାଇଦେବା ବ୍ୟବସ୍ଥାକୁ ତ୍ୱରାନ୍ୱିତ କରିବା ଉଦ୍ଦେଶ୍ୟରେ ଓଡ଼ିଶା ସରକାରଙ୍କ ଏହା ଏକ ପ୍ରୟାସ ।
ଜନସାଧାରଣଙ୍କୁ ମାଗଣା ଚିକିତ୍ସା ଓ ମାଗଣା ଔଷଧ ଯେଭଳି ହାତ ପାଆନ୍ତାରେ ମିଳିବ ସେଥିନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏହି ନିରାମୟ ଯୋଜନା କାର୍ଯ୍ୟକାରୀ କରାଯାଇଛି । ଏହି ଯୋଜନାରେ ପର୍ଯ୍ୟାୟକ୍ରମେ ରାଜ୍ୟର ସମସ୍ତ ସରକାରୀ ଚିକିତ୍ସାଳୟକୁ ଆସୁଥିବା ରୋଗୀମାନଙ୍କୁ ମାଗଣାରେ ଜେନେରିକ୍ ମେଡିସିନ ଯୋଗାଇ ଦିଆଯିବ । ଏହାଦ୍ୱାରା ଗରୀବ ରୋଗୀଙ୍କ ଚିକିତ୍ସା ଖର୍ଚ୍ଚ ବହୁ ପରିମାଣରେ ହ୍ରାସ ହୋଇପାରିବ ।
ଏହି ଯୋଜନା ଓଡ଼ିଶା ରାଜ୍ୟ ଔଷଧ ନିଗମ(OSMCL)ଦ୍ୱାରା ପରିଚାଳିତ ହେଉଛି । ସ୍ୱାସ୍ଥ୍ୟସେବାକୁ ଅଧିକ ଜନାଭିମୁଖୀ କରିବାପାଇଁ ୨୦୧୪ ମସିହା ବଜେଟରେ ୨୦୦କୋଟି ଟଙ୍କାର ବ୍ୟବସ୍ଥା କରାଯାଇଥିଲା । ଏହିକ୍ରମରେ ଜନସାଧାରଣଙ୍କୁ କିଭଳି ଅଧିକରୁ ଅଧିକ ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯିବ ସେଥିଲାଗି ଔଷଧ ନିଗମ ପ୍ରସ୍ତୁତ କରାଯାଇଛି ।
କେନ୍ଦ୍ରୀୟ ପ୍ରକ୍ରିୟାରେ ଇ-ଟେଣ୍ଡର ମାଧ୍ୟମରେ ଔଷଧ କିଣାଯିବା ସାଙ୍ଗକୁ ସ୍ୱଚ୍ଛ ଉପାୟରେ ଶୀତଳଭଣ୍ଡାରରେ ରଖିବା, ସୁବଣ୍ଟନ ବ୍ୟବସ୍ଥା କରିବା ଏବଂ ଡାକ୍ତରମାନେ ଯେଭଳି ସରକାରୀ ଔଷଧକୁ ରୋଗୀଙ୍କୁ ଯୋଗାଇବେ ତା' ଉପରେ ଗୁରୁତ୍ୱ ଦିଆଯାଉଛି । ସମସ୍ତ ବିଧି ଏବଂ ବଣ୍ଟନ ପ୍ରକ୍ରିୟା ଅନଲାଇନରେ ବି ହେଉଛି ।












Click it and Unblock the Notifications