ମହଙ୍ଗା ପଡ଼ିଲା ପ୍ରାଙ୍କ୍ କରିବା, କାନ ଧରି ଉଠବସ୍ କରାଇଲେ ଛାତ୍ରୀ
ମହଙ୍ଗା ପଡ଼ିଲା ପ୍ରାଙ୍କ୍ କରିବା, କାନ ଧରି ଉଠବସ୍ କରାଇଲେ ଛାତ୍ରୀ
ନିମାପଡା: ମହଙ୍ଗା ପଡ଼ିଲା ପ୍ରାଙ୍କ୍ କରିବା । ଫସିଲେ ଦୁଇ ଛାତ୍ର । କ୍ଷମା ମାଗିଲେ, କାନ ଧରି ହେଲେ ଉଠବସ୍ । ଭାଇରାଲ ହେଲା ଭିଡିଓ । ନିମାପଡା ମହାବିଦ୍ୟାଳୟରେ ଦେଖିବା ପାଇଁ ମିଳିଛି ଏଭଳି ଘଟଣା ।

କଲେଜ ପରିସରରେ ଉଠବସ୍ କରାଇଲେ ଛାତ୍ରୀ । ମନାକରିବା ସତ୍ୱେ ବାରମ୍ବାର ଛାତ୍ରୀଙ୍କୁ ପ୍ରାଙ୍କ୍ କରିବା ଆଳରେ ହଇରାଣ କରିଥିଲେ ଦୁଇ ଛାତ୍ର । ଯାହା ପରେ କଲେଜର କିଛି ଛାତ୍ରୀ ଏକାଠି ହୋଇ ଦୁଇ ଛାତ୍ରଙ୍କୁ ଦେଇଥିଲେ ଦଣ୍ତ । ଏଭଳି ଘଟଣା ଦେଖିବା ପାଇଁ ମିଳିଛି ନିମାପଡା ମହାବିଦ୍ୟାଳରେ ।
ସୂଚନା ଅନୁସାରେ, କଲେଜର ଦୁଇ ଛାତ୍ର ପ୍ରାଙ୍କ୍ କରୁଥଲେ ଯାହାକୁ ବିରୋଧ କରିଥିଲେ ଛାତ୍ରୀ । ମନା କରିବା ସତ୍ୱେ ମାନି ନଥିଲେ ଫଳରେ କିଛି ଛାତ୍ରୀ ଏକାଠି ହୋଇ ଦୁଇ ଛାତ୍ରଙ୍କୁ ଧରିଥିଲେ ଏବଂ କାନ ଧରି ଉଠ ବସ କରାଇଥିଲେ । ପରେ ଦୁଇ ଛାତ୍ର କ୍ଷମା ମଧ୍ୟ ମାଗିଥିଲେ । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।












Click it and Unblock the Notifications