ଆଜିଠୁ ମିଳିବ ନୀଳାଚଳ ଅଭଡ଼ା
ପୁଣି ରତ୍ନବେଦିରେ ଦର୍ଶନ ଦେବେ ମହାବାହୁ..ଆଜିଠୁ ମିଳିବ ନୀଳାଚଳ ଅଭଡ଼ା
ପୁରୀ: ଆଜିଠୁ ମିଳିବ ନୀଳାଚଳ ଅଭଡ଼ା। ଏହି ଅଭଡ଼ା ଟିକେ ପାଇବା ପାଇଁ ଭକ୍ତ ବ୍ୟାକୁଳ ହୋଇଥାଏ। ପୁଣି ରତ୍ନବେଦିରେ ଦର୍ଶନ ଦେବେ ମହାବାହୁ। ସରିଲା କାଳିଆ ସାଆନ୍ତେଙ୍କ ପର୍ବ । ପୁଣି ଆଉ ବର୍ଷେ । ରତ୍ନବେଦିକୁ ବାହୁଡ଼ିଲେ ମହାବାହୁ । ଏବେ ଠାରୁ ଚଳଚଞ୍ଚଳ ହୋଇଉଠିଛି ଶ୍ରୀମନ୍ଦିର । ନୀଳାଦ୍ରି ବିଜେ ଅବସରରେ ଶ୍ରୀମନ୍ଦିର ରତ୍ନସିଂହାସନରେ ଉଭା ହୋଇଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ରଥାରୁଢ଼ ଠାକୁରମାନେ ପହଣ୍ଡିରେ ଯାଇ ରତ୍ନସିଂହାସନରେ ବିଜେ ହୋଇଥିଲେ । ସ୍ନାନପୂର୍ଣ୍ଣିମା ଭୋରରେ ମହାପ୍ରଭୁ ରତ୍ନସିଂହାସନ ଛାଡ଼ିଥିଲେ ।ବଡ଼ଦେଉଳ ପରମ୍ପରାକ୍ରମେ ଶ୍ରୀମନ୍ଦିରରେ ଲକ୍ଷ୍ମୀନାରାୟଣ କଳି ଅନୁଷ୍ଠିତ ହୋଇଥିଲା । କାଳିଆ ସାଆନ୍ତେ ରସଗୋଲା ଦେଇ ପତ୍ନୀ ମା'ଲକ୍ଷ୍ମୀ ଠାକୁରାଣୀଙ୍କ ମାନଭଞ୍ଜନ କରିଥିଲେ ।

ମହାପ୍ରଭୁଙ୍କ ପ୍ରବେଶ ସମୟରେ ସିଂହଦ୍ୱାର ଓ ଜୟବିଜୟ ଦ୍ୱାର ବନ୍ଦ କରାଯାଇ ପୁଣି ଖୋଲାଯାଇଥିଲା । ରସଗୋଲା ଦେଇ ପତ୍ନୀ ମା'ଲକ୍ଷ୍ମୀ ଠାକୁରାଣୀଙ୍କ ମାନଭଞ୍ଜନ କରିଥିଲେ । ଏହି ଅବସରରେ ବହୁ ବ୍ୟକ୍ତି ତଥା ଅନୁଷ୍ଠାନ ପକ୍ଷରୁ ଠାକୁରଙ୍କୁ ରସଗୋଲା ଭୋଗ ଲଗାଯାଇଥିଲା ।

ତେବେ ଆଜିଠୁ ଉପଲବ୍ଧ ହେବ ନୀଳାଚଳ ଅଭଡ଼ା । ଏହି ଅଭଡ଼ା ପାଇବାକୁ ଭକ୍ତଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳ । ଭକ୍ତମାନେ କିପରି ସୁବିଧାରେ ଏହି ଅଭଡ଼ା ପାଇବେ ସେଥିପାଇଁ ପ୍ରଶାସନ ପକ୍ଷରୁ ବିଶେଷ ବ୍ୟବସ୍ଥା କରାଯାଇଛି।
-
ବିଶ୍ୱକପରେ ହେବ ଟଙ୍କା ବର୍ଷା, ଜାଣନ୍ତୁ କେଉଁ ଦଳ ପାଇବେ କେତେ… -
ଉପ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା;କାଲି ମିଳିବ ସୁଭଦ୍ରା ଚତୁର୍ଥ କିସ୍ତି ଟଙ୍କା -
ରବିବାର ମହାମୁକାବିଲା; ଟିମ୍ ଇଣ୍ଡିଆର ପ୍ଲେଇଂ ଇଲେଭେନରେ ହେବ ବଡ଼ ପରିବର୍ତ୍ତନ! -
ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ଆନ୍ନା ହଜାରେ, ଜାଣନ୍ତୁ କେଉଁ କାରଣ ପାଇଁ ଲେଖିଲେ ପତ୍ର? -
ମମତା ବାନାର୍ଜୀଙ୍କ ଉପରେ ଅସନ୍ତୋଷ ପ୍ରକାଶ କଲେ ରାଷ୍ଟ୍ରପତି, କହିଲେ..... -
ରାଷ୍ଟ୍ରପତିଙ୍କୁ TMC ସରକାର ଅପମାନ କରିବା ଲଜ୍ଜାଜନକ ;ମୋଦି -
ସୋମବାର ଶ୍ରୀମନ୍ଦିରରେ ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ -
ଓଜନ ହ୍ରାସ ପାଇଁ କେଉଁ ପନିପରିବା ଖାଇବା ଉଚିତ ? -
ସୁଭଦ୍ରା ଯୋଜନା ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ଚତୁର୍ଥ କିସ୍ତି ଟଙ୍କା, ପଠାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ -
ନବୋଦୟ ବିଦ୍ୟାଳୟର ୩ ଦଶମ ଛାତ୍ର ପାଣିରେ ବୁଡି ମୃତ -
ପଡୋଶୀ ଦେଶଗୁଡିକୁ କ୍ଷମା ମାଗିଲେ ଇରାନ ରାଷ୍ଟ୍ରପତି, ଜାଣନ୍ତୁ ଯୁଦ୍ଧ ଭିତରେ ଏମିତି କାହିଁକି କଲା ..... -
ଇରାନର ଯୁଦ୍ଧ ଜାହାଜକୁ ଆଶ୍ରୟ ଦେଲା ଭାରତ












Click it and Unblock the Notifications