ଆଇଏଏସ୍ ନିଖିଲ ପବନ କଲ୍ୟାଣଙ୍କୁ ନୂଆ ଦାୟିତ୍ବ, ହେଲେ ଓଡ଼ିଶାର ନୂଆ ଜନଗଣନା ନିର୍ଦ୍ଦେଶକ
ନିଖିଲ ପବନ କଲ୍ୟାଣଙ୍କୁ ମିଳିଲା ନୂଆ ଦାୟିତ୍ୱ। ସେ ସେନସସ୍ ଅପରେସନର ନିର୍ଦ୍ଦେଶକର ଦାୟିତ୍ୱ ସମ୍ଭାଳିବେ। ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖିଛି ଡିଓପିଟି। ଜନଗଣନା ପ୍ରସ୍ତୁତି ପ୍ରକ୍ରିୟା ଆରମ୍ଭ ହୋଇଛି।କେନ୍ଦ୍ର କାର୍ମିକ ଏବଂ ତାଲିମ ମନ୍ତ୍ରଣାଳୟ ପକ୍ଷରୁ ଓଡ଼ିଶା ସରକାରଙ୍କ ମୁଖ୍ୟ ସଚିବଙ୍କୁ ପଠାଯାଇଥିବା ଏକ ଚିଠି ଅନୁସାରେ, କଲ୍ୟାଣ ୨୦୨୫ ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ବା ପରବର୍ତ୍ତୀ ନିର୍ଦ୍ଦେଶ ନ ମିଳିବା ପର୍ଯ୍ୟନ୍ତ ଏହି ଦାୟିତ୍ୱ ନିର୍ବାହ କରିବେ।

ନିଖିଳ ପବନ କଲ୍ୟାଣ(ଓଡିଶା କ୍ୟାଡର-୨୦୧୨)ର ଜଣେ ଅଭିଜ୍ଞ ଆଇଏଏସ ଅଧିକାରୀ ଭାବେ ପରିଚିତ ଏବଂ ତାଙ୍କ ନେତୃତ୍ୱରେ ଓଡ଼ିଶାରେ ଜନଗଣନା ଏବଂ ନାଗରିକ ପଞ୍ଜୀକରଣ କାର୍ଯ୍ୟ ସୁଚାରୁ ରୂପେ ସମ୍ପନ୍ନ ହେବ ବୋଲି ଆଶା କରାଯାଉଛି।












Click it and Unblock the Notifications