ଖସିଲା ରାତି ତାପମାତ୍ରା, ଥରୁଛି ଓଡ଼ିଶା ; ଆସନ୍ତା ୪ ଦିନ ଯାଏଁ ରାଜ୍ୟରେ ଶୀତ ଲହରି
ଆଜିଠୁ ରାଜ୍ୟକୁ ପୁଣି ଫେରିଲା ଶୀତ । ରାତ୍ରିକାଳୀନ ତାପମାତ୍ରା ଆହୁରି ୨ରୁ ୪ ଡିଗ୍ରି ପର୍ଯ୍ୟନ୍ତ କମିପାରେ । ଫଳରେ ଶୀତ ବଢ଼ିବ । ସର୍ବନିମ୍ନ ତାପମାତ୍ରା ଦାରିଙ୍ଗବାଡ଼ିଠାରେ ୮.୫ ଡିଗ୍ରି ରେକର୍ଡ ହୋଇଥିବା ବେଳେ ଝାରସୁଗୁଡ଼ାରେ ୮.୮ ଡିଗ୍ରି, ରାଉରକେଲାରେ ୯ ଡିଗ୍ରି ରେକର୍ଡ କରାଯାଇଛି । ସେହିପରି କିରେଇରେ ୯.୮ ଡିଗ୍ରି, ଫୁଲବାଣୀରେ ୧୦ ଡିଗ୍ରି ଓ ଚିପିଲିମାରେ ୧୦.୨ ଡିଗ୍ରି ଲେଖାଏଁ ରାତି ତାପମାତ୍ରା ରେକର୍ଡ ହୋଇଛି । ରାଜଧାନୀ ଭୁବନେଶ୍ବରରେ ୧୬.୯ ଡିଗ୍ରି ରେକର୍ଡ ହୋଇଛି । ବୌଦ୍ଧରେ ଅତି ଘନ କୁହୁଡ଼ି ଦେଖିବାକୁ ମିଳିଥିବା ବେଳେ ବଲାଙ୍ଗୀର, କୋରାପୁଟ ଓ ଫୁଲବାଣୀରେ ଘନ କୁହୁଡ଼ି ଦେଖିବାକୁ ମିଳିଛି ।

ଶୀତ ସାଙ୍ଗକୁ କୋହଲା ପବନ, ତା ସାଙ୍ଗକୁ କୁହୁଡ଼ି ଲୋକଙ୍କୁ ଅସ୍ତବ୍ୟସ୍ତ କରିସାରିଲାଣି । ସକାଳୁ ଉଠି ଚାଷୀ ବିଲକୁ ଯାଉଥିବା ବେଳେ କୁହୁଡ଼ି ଶୀତ ପାଇଁ ବିଲକୁ ଯିବା ବି ସମ୍ଭବ ହୋଇପାରୁନି । ଚାଷ କାମ ବାଧାପ୍ରାପ୍ତ ହେଉଛି । ଦିନ ୧୧ଟା ଯାଏଁ ପ୍ରାୟ କୁହୁଡ଼ି ଲାଗି ରହିଛି । ତେଣୁ କେବଳ ଯେ ଚାଷ କାମ ତା ନୁହେଁ ଯାତାୟତ ଏବଂ ସକାଳୁ ଅଫିସ ଯାଉଥିବା ଲୋକଙ୍କ ପାଇଁ ବି ସମସ୍ୟା ସୃଷ୍ଟି ହେଉଛି । ଘନ କୁହୁଡ଼ି କାରଣରୁ ରାସ୍ତାଘାଟ ଠିକରେ ଦେଖାଯାଉନି । ଯାହା ଫଳରେ ଦୁର୍ଘଟଣା ସଂଖ୍ୟା ବି ବଢ଼ିବାରେ ଲାଗିଛି ।
-
ପିଆଜ ଖାଇବା ଦ୍ୱାରା ମିଳିଥାଏ ଚମତ୍କାର ଫାଇଦା, ଜାଣିଲେ ଆପଣ ବି ହେବେ ଆଶ୍ଚର୍ଯ୍ୟ -
IPS ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ରଥଯାତ୍ରା ଦାୟିତ୍ୱ -
ଉପଭୋକ୍ତାମାନଙ୍କ ପାଇଁ ହେଲ୍ପଲାଇନ୍ ନମ୍ୱର ଜାରି କଲେ ଗ୍ୟାସ୍ କମ୍ପାନୀ -
ପୁଣି ଖସିଲା ସୁନା-ରୂପା ରେଟ୍ -
ନିର୍ବାଚନକୁ ନେଇ ମୁହଁ ଖୋଲିଲେ ନବୀନ: କହିଲେ ଭାଜପା..... -
ଇରାନ ଉପରେ ଟ୍ରମ୍ପଙ୍କ ବଡ଼ ଦାବି, କହିଦେଲେ କିଛି ଏମିତି....... -
'ଭାରତର DNAରେ ବିଜୟ ରହିଛି, ପାକିସ୍ତାନ ଉପରେ ରାଗି ଗଲେ ପୂର୍ବତନ ଖେଳାଳି -
ନେପାଳ ଯାଇଥିଲେ ବୁଲିବା ପାଇଁ ଭୟଙ୍କର ଦୁର୍ଘଟଣା ଗଲା ୭ ଭାରତୀୟଙ୍କ ଜୀବନ -
୨ ବିଜେଡି ବିଧାୟକଙ୍କୁ କାରଣ ଦର୍ଶାଅ ନୋଟିସ୍, ରାତି ୯ଟା ଭିତରେ ନବୀନ ନିବାସକୁ ରିପୋର୍ଟ ନିର୍ଦ୍ଦେଶ -
୧ ଏପ୍ରିଲରୁ ଆୟକର ନିୟମରେ ହେବ ବଡ଼ ପରିବର୍ତ୍ତନ, ଆୟକର ବିଭାଗ ଆପଣଙ୍କର ସୋସିଆଲ ମିଡିଆ..... -
ଜାତୀୟ ରାଜପଥରେ ଯାତ୍ରା କରିବା ହେଲେ ମହଙ୍ଗା, ବାର୍ଷିକ FASTag ଟୋଲ୍ ପାସ୍ ଫି ହୋଲା ବୃଦ୍ଧି କଲେ ସରକାର -
ରାଜ୍ୟସଭା ନିର୍ବାଚନ ପାଇଁ ଏଜେଣ୍ଟ ଘୋଷଣା କଲେ ୩ ଦଳ , ଜାଣନ୍ତୁ କାହାର କିଏ ?












Click it and Unblock the Notifications