ସରିଲା ଶୀତ, ଆଗକୁ ତାତି: କାଲିଠୁ ବଢିବ ରାତି ତାପମାତ୍ରା
ଆଗାମୀ ୪ରୁ ୫ ଦିନ ମଧ୍ୟରେ ରାଜ୍ୟରୁ ଶୀତ ସମ୍ପୂର୍ଣ୍ଣ ବିଦାୟ ନେଇଯିବ ବୋଲି କହିଛି ପାଣିପାଗ କେନ୍ଦ୍ର । ଏଥି ସହିତ କିଛି ସ୍ଥାନରେ ୨ରୁ ୩ ଡିଗ୍ରୀ ତାପମାତ୍ରା (ରାତି ତାପମାତ୍ରା) ବଢିଯିବ ଓ ତାତି ଆରମ୍ଭ ହୋଇଯିବ ।
ଭୁବନେଶ୍ୱର: ଆଜି (ରବିବାର) ଥିଲା ଅଗ୍ନି ଉତ୍ସବ । ଅଗ୍ନି ପୂର୍ଣ୍ଣିମା ସହ ରାଜ୍ୟରୁ ଶୀତ ବିଦାୟ ନେବାର ପରମ୍ପରା ରହିଛି । ତେବେ ପରମ୍ପରା ଅନୁଯାୟୀ, ସଠିକ୍ ସମୟରେ ରାଜ୍ୟରୁ ଶୀତ ବିଦାୟ ନେବ ବୋଲି ପୂର୍ବନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ଆଗାମୀ ୪ରୁ ୫ ଦିନ ମଧ୍ୟରେ ରାଜ୍ୟରୁ ଶୀତ ସମ୍ପୂର୍ଣ୍ଣ ବିଦାୟ ନେଇଯିବ ବୋଲି କହିଛି ପାଣିପାଗ କେନ୍ଦ୍ର । ଏଥି ସହିତ କିଛି ସ୍ଥାନରେ ୨ରୁ ୩ ଡିଗ୍ରୀ ତାପମାତ୍ରା (ରାତି ତାପମାତ୍ରା) ବଢିଯିବ ଓ ତାତି ଆରମ୍ଭ ହୋଇଯିବ ।
ଆଜି ଭୁବନେଶ୍ୱରରେ ୩୪ ଡିଗ୍ରୀ ଛୁଇଁଥିଲା ତାପମାତ୍ରା । ଅନ୍ୟପଟେ ଗତକାଲି (ଶନିବାର) ଜି. ଉଦୟଗିରିରେ ପ୍ରବଳ ଶୀତ ଅନୁଭୂତ ହୋଇଥିଲା । ୩.୨ ଡିଗ୍ରୀ ଥଣ୍ଡାରେ ଲୋକେ ଥରିଥିଲେ । ଫୁଲବାଣୀରେ ୫.୬ଡିଗ୍ରୀ, କିରେଇରେ ୭.୨, ରାଉରକେଲାରେ ୮.୫, ଝାରସୁଗୁଡାରେ ୮.୬, ଭବାନୀପାଟଣାରେ ୮.୮, ଦାରିଙ୍ଗିବାଡିରେ ୯, ହୀରାକୁଦରେ ୧୦.୬, କେନ୍ଦୁଝରରେ ୧୧, ବୌଦ୍ଧରେ ୧୧.୫, ଢେଙ୍କାନାଳରେ ୧୨, ସମ୍ବଲପୁରରେ ୧୨.୪, ବାରିପଦା, କୋରାପୁଟରେ ୧୨.୫ ଓ ଟିଟିଲାଗଡରେ ୧୨.୮ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି ।

Click it and Unblock the Notifications