ରାଜ୍ୟରେ ତଳମୁହାଁ ହେଉଛି ରାତିର ତାପମାତ୍ରା: ବଢୁଛି ଶୀତ
Odisha Weather: ରାଜ୍ୟରେ ତଳମୁହାଁ ହେଉଛି ରାତିର ତାପମାତ୍ରା । ରାଜ୍ୟର ବିଭିନ୍ନ ସ୍ଥାନରେ ଶୀତ ଧିରେ ଧିରେ ବଢିବାରେ ଲାଗିଲାଣି । ଆସନ୍ତା ୨୧ ତାରିଖ ଯାଏ ରାଜ୍ୟରେ ଶୀତ ବଢିବା ସହ ଘନ କୁହୁଡିର ଆସନ ଦେଖିବା ପାଇଁ ମିଳିବ । ଝାରସୁଗୁଡ଼ା, ସୁନ୍ଦରଗଡ଼, ସମ୍ବଲପୁର, ବରଗଡ଼, କନ୍ଧମାଳ, ବରଗଡ଼,କଳହାଣ୍ତିରେ ହାଲୁକାରୁ ମଧ୍ୟମ ଧରଣର କୁହୁଡିବା ନେଇ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଜାରି କରାଯାଇଛି ।

ଆଇଏମଡି ପକ୍ଷରୁ ଯାରି କରାଯାଇଥିବା ସୂଚନା ଅନୁସାରେ, ନଭେମ୍ବର ୨୦ ଏବଂ ୨୧ ରେ ଆସାମ, ମେଘାଳୟ, ନାଗାଲାଣ୍ଡ, ମଣିପୁର, ମିଜୋରାମ ଏବଂ ତ୍ରିପୁରା ଉପରେ ବିଚ୍ଛିନ୍ନ ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା ହେବାର ସମ୍ଭାବନା ରହିଛି। ସେହିଭଳି, ନଭେମ୍ବର ୧୮ ଏବଂ ୧୯ ରେ ତାମିଲନାଡୁ ଏବଂ ପୁଡୁଚେରୀ ଉପରେ ବିଚ୍ଛିନ୍ନ ପ୍ରବଳ ବର୍ଷା ହେବାର ସମ୍ଭାବନା ଅଧିକ ରହିଛି। ନଭେମ୍ବର ୨୦ ଏବଂ ୨୧ ରେ ଆସାମ ଏବଂ ମେଘାଳୟର କିଛି ଅଂଚଳରେ କୁଆପଥର ହେବାର ପୂର୍ବାନୁମାନ କରିଛି।












Click it and Unblock the Notifications