ରାତି ପାହିଲେ ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା, ଜାଣନ୍ତୁ ପୁରୀ ଯାଉଥିଲେ କେଉଁଠି ରଖିବେ ଗାଡ଼ି; ଜାରି ହେଲା ଟ୍ରାଫିକ କଟକଣା
ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ଓ ସୁନାବେଶ ପାଇଁ ପୁରୀ ପୁଲିସ ପ୍ରଶାସନ ପକ୍ଷରୁ ସହରରେ ଟ୍ରାଫିକ କଟକଣା ଜାରି କରାଯାଇଛି। ପୁରୀ ଅଭିମୁଖେ ବାହାରୁ ଆସୁଥିବା ଯାନ େକଉଁଠି ପାର୍କିଂ କରିବ େସ େନଇ ପୁଲିସ ପକ୍ଷରୁ ମାର୍ଗଦର୍ଶିକା ଜାରି େହାଇଛି।

ଦୁଇ ଚକିଆ ଯାନ
ଭୁବନେଶ୍ୱର ପଟୁ ଆସୁଥିବା ଦୁଇଚକିଆ ଯାନଗୁଡ଼ିକ ମଙ୍ଗଳାଘାଟ ଛକ ଠାରୁ ମଶାଣି ଚଣ୍ଡୀ ଛକ, ଦେବୀଘାଟ ଛକ ଦେଇ ଜଗନ୍ନାଥବଲ୍ଲଭ ଠାରେ ଗାଡ଼ି ପାର୍କିଂ କରିବେ। ଜଗନ୍ନାଥବଲ୍ଲଭ ପାର୍କିଂ ପୂର୍ଣ୍ଣ ହୋଇଯିବା ପରେ ସମସ୍ତ ଦୁଇଚକିଆ ଯାନ ମଶାଣି ଚଣ୍ଡୀ ଛକ ଠାରୁ ମାଟିତୋଟା ଖେଳ ପଡ଼ିଆ ଠାରେ ପାର୍କିଂ କରିବେ। ସେଠାରେ ଗାଡି ପୂର୍ଣ୍ଣ ହୋଇଯିବା ପରେ ଦୁଇଚକିଆ ଯାନ ଗୁଡିକ ମଙ୍ଗଳାଘାଟ ଛକ ଠାରୁ ଶ୍ରୀ ସେତୁ ଦେଇ ମାଟିତୋଟା ହେଲିପ୍ୟାଡ ପଡ଼ିଆରେ ପାର୍କିଂ କରିବେ। ଜଗନ୍ନାଥବଲ୍ଲଭ ଠାରେ ଥିବା ଗାଡି ନରେନ୍ଦ୍ରକୋଣ, ଜଟିଆବାବା ଛକ, କୁମ୍ଭାରପଡ଼ା ଥାନା, ଅଠରନଳା ଓ ବାଟଗାଁ ଛକ ଦେଇ ଭୂବନେଶ୍ୱର ଆଡକୁ ପ୍ରସ୍ଥାନ କରିପାରିବେ।
କୋଣାର୍କ ଆଡୁ ଆସୁଥିବା ଦୁଇଚକିଆ ଯାନଗୁଡ଼ିକ ବାଇଦାସ ନଗର, ଗ୍ରୀଡ ଷ୍ଟେସନ ଛକ, ପେଣ୍ଠକଟା ଛକ, ସୁଭାଷ ବୋଷ ଛକ ଦେଇ ବ୍ଲୁ ଫ୍ଲାଗ ବେଳାଭୂମି ଓ ନୀଳାଚଳ ଅଶୋକା ପରିସର ମଧ୍ୟରେ ଗାଡି ଗୁଡିକ ପାର୍କିଂ କରିବେ। ପୁଣି ସେଠାରୁ ସେହି ସମାନ ବାଟ ଦେଇ ପ୍ରସ୍ଥାନ କରିବେ।
ବ୍ରହ୍ମଗିରି ଆଡୁ ଆସୁଥିବା ସମସ୍ତ ଦୁଇଚକିଆ ଯାନଗୁଡ଼ିକ ମଙ୍ଗଳାଘାଟ ଛକ ଠାରୁ ମଶାଣୀ ଚଣ୍ଡି ଛକ, ଦେବୀଘାଟ ଛକ ଦେଇ ଜଗନ୍ନାଥ ବଲ୍ଲଭ ଠାରେ ପାର୍କିଂ କରିବେ। ଜଗନ୍ନାଥବଲ୍ଲଭ ପାର୍କିଂ ପୂର୍ଣ୍ଣ ହୋଇଯିବା ପରେ ସମସ୍ତ ଦୁଇଚକିଆ ଯାନ ମଶାଣି ଚଣ୍ଡୀ ଛକ ଠାରୁ ମାଟିତୋଟା ଖେଳ ପଡ଼ିଆ ଠାରେ ପାର୍କିଂ କରିବେ। ସେଠାରେ ଗାଡି ପୂର୍ଣ୍ଣ ହୋଇଯିବା ପରେ ଦୁଇଚକିଆ ଯାନ ଗୁଡିକ ମଙ୍ଗଳାଘାଟ ଛକ ଠାରୁ ଶ୍ରୀସେତୁ ଦେଇ ମାଟିତୋଟା ହେଲିପ୍ୟାଡ ପଡ଼ିଆରେ ପାର୍କିଂ କରିବେ। ଜଗନ୍ନାଥବଲ୍ଲଭ ଠାରେ ଥିବା ଯାନଗୁଡିକ ନରେନ୍ଦ୍ରକୋଣ, ମଙ୍ଗଳାଘାଟ ଛକ ଦେଇ ବ୍ରହ୍ମଗିରି ପ୍ରସ୍ଥାନ କରିବେ।












Click it and Unblock the Notifications