ନବରଙ୍ଗପୁରରୁ ହଟିଲା ନାଇଟ କର୍ଫ୍ୟୁ : ବିଜ୍ଞପ୍ତି ଜାରି କଲା ଜିଲ୍ଲା ପ୍ରଶାସନ

ନବରଙ୍ଗପୁରରୁ ଜିଲ୍ଲା ପ୍ରଶାସନ ଏବି ନାଇଟ୍ କର୍ଫ୍ୟୁ ପ୍ରତ୍ୟାହାର କରିଛି

ନବରଙ୍ଗପୁର : ରାଜ୍ୟରେ କରୋନା ସ୍ଥିତିକୁ ନେଇ ପ୍ରଥମେ ମାଲକାନାଗିରି ଓ ପରେ ନବରଙ୍ଗପୁର ଜିଲ୍ଲାରେ ନାଇଟ କର୍ଫ୍ୟୁ ଲାଗୁ ହୋଇଥିଲା । ଗତ 25 ମାର୍ଚ୍ଚ ରାତି 8ଟାରୁ ସକାଳ 6ଟା ଯାଏଁ ନାଇଟ୍ କର୍ଫ୍ୟୁ ନବରଙ୍ଗପୁରରେ ଲାଗୁ କରଯାଇଥିଲା । ତେବେ ଏହି କର୍ଫ୍ୟୁ କେବେ ଉଠିବ ସେନେଇ କୌଣସି ସୂଚନା ଦିଆଯାଇନଥିଲା । ତେବେ ଆଜି ଜିଲ୍ଲା ପ୍ରଶାସନ ଏବି ନାଇଟ୍ କର୍ଫ୍ୟୁ ପ୍ରତ୍ୟାହାର କରିଛି । ଏସଂକ୍ରାନ୍ତରେ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଜ୍ଞପ୍ତ ଜାରି ହୋଇଛି । ତେବେ ସ୍ଥିତିରେ କିଛିଟା ସୁଧାର ଆସିବା ପରେ ଜିଲ୍ଲାପାଳ ରବିବାର ଜିଲ୍ଲାରୁ ନାଇଟ୍‌ କର୍ଫ୍ୟୁ ପ୍ରତ୍ୟାହାର କରାଯାଇଥିବା ଗଣମାଧ୍ୟମ ରିପୋର୍ଟରେ କୁହାଯାଇଛି ।

ନାଇଟ୍ କର୍ଫ୍ୟୁ

ଏଠାରେ ସୂଚନାଥାଉକି, ନାଇଟ୍ କର୍ଫ୍ୟୁ ସହ ଅନ୍ୟ କିଛି କଟକଣା ମଧ୍ୟ ଜାରି କରିଥିଲେ ନବରଙ୍ଗପୁର ଜିଲ୍ଲାପାଳ । ଯେପରିକି ସର୍ବସାଧାରଣ ସ୍ଥାନରେ 5ରୁ ଅଧିକ ଲୋକ ଏକାଠି ହେବା ବାରଣ କରାଯାଇଥିଲା । ଜରୁରୀ ନଥିବା ସେମିନାର, ଓ୍ଵାର୍କସପ୍‌, କନଫରେନ୍ସ କାର୍ଯ୍ୟକ୍ରମକୁ ବାତିଲ୍ କରାଯାଇଥିଲା । ଏପରିକି ଜନସମାଗମ ହେଉଥିବା ଧାର୍ମିକ କାର୍ଯ୍ୟକ୍ରମ ଓ ବାହାଘର ରିସେପସନ୍ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । କେବଳ ସେତିକି ନୁହେଁ ବାହାଘର ବରଯାତ୍ରୀ, ଶୋଭାଯାତ୍ରା ଓ ଅପେରା ଉପରେ ମଧ୍ୟ ରୋକ୍ ଲଗାଯାଇଥିଲା । ତେବେ ଏହି କଟକଣା ବଳବତ୍ତର ରହିବ ନା ନାହିଁ ସେନେଇ ସୂଚନା ମିଳି ନାହିଁ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+