ଆଜିଠାରୁ ୧୦ ଜିଲ୍ଲାରେ ନାଇଟ୍ କର୍ଫ୍ୟୁ
ଆଜି ଠାରୁ ୧୦ ଜିଲ୍ଲାରେ ଆରମ୍ଭ ହେବାକୁ ଯାଉଛି ରାତ୍ରିକାଳୀନ କର୍ଫ୍ୟୁ । ତେବେ ଏହି ଜିଲ୍ଲା ଗୁଡିକ ହେଲା- ସୁନ୍ଦରଗଡ, ଝାରସୁଗୁଡା, ସମ୍ବଲପୁରରେ, ବରଗଡ, ବଲାଙ୍ଗିର, ନୂଆପଡା, କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ, ମାଲକାନଗିରି ।
ଭୁବନେଶ୍ୱର: ଆଜି ଠାରୁ ୧୦ ଜିଲ୍ଲାରେ ଆରମ୍ଭ ହେବାକୁ ଯାଉଛି ରାତ୍ରିକାଳୀନ କର୍ଫ୍ୟୁ । ତେବେ ଏହି ଜିଲ୍ଲା ଗୁଡିକ ହେଲା- ସୁନ୍ଦରଗଡ, ଝାରସୁଗୁଡା, ସମ୍ବଲପୁରରେ, ବରଗଡ, ବଲାଙ୍ଗିର, ନୂଆପଡା, କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ, ମାଲକାନଗିରି ।

ରାତି 10ରୁ ସକାଳ 5ଟା ଯାଏ ଏହି ନାଇଟ୍ କର୍ଫ୍ୟୁ ଲାଗୁ ହେବ । ତେବେ ଏହି ସମୟରେ ଜରୁରୀକାଳିନ ସେବା ଜାରି ରହିବ ବୋଲି କୁହାଯାଇଛି । ସମସ୍ତ କାରଖାନା ଓ ନିର୍ମାଣ କାମ ଜାରି ରହିବ । ଦୋକାନ, ବାଣିଜ୍ୟିକ ପ୍ରତିଷ୍ଠାନ, ଅଫିସ, ଅନୁଷ୍ଠାନ ବନ୍ଦ ରହିବ । ତେବେ ଜିଲ୍ଲା ଓ ମ୍ୟୁନିସପାଲ କର୍ମଚାରୀ, ପୋଲିସ, ସରକାରୀ କର୍ମଚାରୀଙ୍କୁ ଛାଡ଼ ।
ଏହି ସମୟରେ ହୋମ ଡେଲିଭରୀ, ପେଟ୍ରୋଲ ପମ୍ପ, ଜାତୀୟ ରାଜପଥ କଡରେ ଥିବା ଢାବା, ପ୍ରିଣ୍ଟ ଓ ଇଲୋକ୍ଟ୍ରୋନିକ ମିଡିଆ, ଏଲପିଜି ବିତରଣ କଟକଣାରୁ ବାଦ ଦିଆଯିବ ବୋଲି କୁହାଯାଇଛି । ସେହିପରି ଡାକ୍ତର, ମେଡିକାଲ ଓ ପାରା ମେଡିକାଲ କର୍ମଚାରୀଙ୍କୁ କଟକଣାରୁ ବାଦ ଦିଆଯାଇଛି ।












Click it and Unblock the Notifications