ପାର୍ବଣ ପାଇଁ କଡା କଟକଣା: ଆଜିଠୁ ଟୁଇନ ସିଟିରେ ନାଇଟ୍ କର୍ଫ୍ୟୁ
ପାର୍ବଣ ପାଇଁ କଡା କଟକଣା । ଆଜିଠୁ ଟୁଇନ ସିଟିରେ ଲାଗୁ ହେଉଛି ନାଇଟ୍ କର୍ଫ୍ୟୁ । ଆଜି ମଣ୍ଡପରେ ଜଗଜ୍ଜନନୀ ମା’ ଦୁର୍ଗାଙ୍କ ଷଷ୍ଠୀ ପୂଜା ଆରମ୍ଭ ହୋଇଛି । ଶାଦରଦୀୟ ଦୂର୍ଗା ପୂଜା ପାଇଁ କଟକ-ଭୁବନେଶ୍ୱରରେ ନାଇଟ୍ କର୍ଫ୍ୟୁ ଲାଗିବ ।
ଭୁବନେଶ୍ୱର: ପାର୍ବଣ ପାଇଁ କଡା କଟକଣା । ଆଜିଠୁ ଟୁଇନ ସିଟିରେ ଲାଗୁ ହେଉଛି ନାଇଟ୍ କର୍ଫ୍ୟୁ । ଆଜି ମଣ୍ଡପରେ ଜଗଜ୍ଜନନୀ ମା' ଦୁର୍ଗାଙ୍କ ଷଷ୍ଠୀ ପୂଜା ଆରମ୍ଭ ହୋଇଛି । ଶାଦରଦୀୟ ଦୂର୍ଗା ପୂଜା ପାଇଁ କଟକ-ଭୁବନେଶ୍ୱରରେ ନାଇଟ୍ କର୍ଫ୍ୟୁ ଲାଗିବ । ଆଜିଠୁ ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ଟୁଇନ ସିଟିରେ ରାତି ୮ଟାରୁ ଭୋର୍ ୫ଟା ଯାଏଁ ଲାଗୁ ହେବ ନାଇଟ୍ କର୍ଫ୍ୟୁ ।

ପୂଜାକୁ ଶାନ୍ତିଶୃଙ୍ଖଳା ଓ ସୁରକ୍ଷିତ ଢଙ୍ଗରେ ଶେଷ କରିବାପାଇଁ ରାତି ୮ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ଏହି କଟକଣା ରହିବ । ପୂଜାରେ ସହରକୁ ଜଗିବା ପାଇଁ ୧୦୦ଜଣ ଅଧିକାରୀଙ୍କ ନେତୃତ୍ବରେ ୩୨ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି ।
ରାତି ୮ଟା ପରେ କାହାରିକୁ ବାହାରକୁ ବାହାରିବାକୁ ଅନୁମତି ନାହିଁ । ଏଭଳି କଟକଣାକୁ ଆଖି ଆଗରେ ରଖି ମୋ ବସ୍ ଚଳାଚଳ ଉପରେ ମଧ୍ୟ କଟକଣା କରାଯାଇଛି । ରାତି ୮ଟା ପରେ ଆଉ ମୋ ବସ୍ ସେବା ଉପଲବ୍ଧ ହେବ ନାହିଁ । ଏଥିପାଇଁ ସମସ୍ତ ରୁଟ୍ରେ ବସ୍ ଛାଡ଼ିବା ଓ ପହଞ୍ଚିବା ସମୟ ପରିବର୍ତ୍ତନ କରାଯାଇଛି । ମୋ ବସ୍ ଆପ୍ ଜରିଆରେ ଯାତ୍ରୀ ଏହି ପରିବର୍ତ୍ତିତ ସମୟ ସମ୍ବନ୍ଧରେ ଜାଣିପାରିବେ ବୋଲି କ୍ରୁଟ୍ ପକ୍ଷରୁ କୁହାଯାଇଛି ।
ଅପରପକ୍ଷେ ମଣ୍ଡପରେ ଭକ୍ତଙ୍କ ଦର୍ଶନ ଉପରେ କଟକଣା ଲାଗୁ କରାଯାଇଥିବାରୁ ଫେସବୁକ୍, ୟୁଟ୍ୟୁବ ମାଧ୍ୟମରେ ପୂଜାର ଲାଇଭ୍ ବ୍ୟବସ୍ଥା କରିଛନ୍ତି ବିଭିନ୍ନ ପୂଜା କମିଟି । ସେପଟେ ଦେବୀ ପୀଠ ଗୁଡିକରେ ମା'ଙ୍କ ସପ୍ତମୀ ପୂଜା ହେଉଛି । ଗତକାଲି କଟକ ଚଣ୍ଡୀ ଓ ଗଡ଼ଚଣ୍ଡୀ ଗାୟତ୍ରୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଥିଲେ । ତେବେ ପ୍ରଶାସନର କରୋନା ପାଇଁ ଗତବର୍ଷ ଭଳି ଏବର୍ଷ ମଧ୍ୟ ଦଶହରା ପ୍ରସ୍ତୁତି ସମ୍ପୂର୍ଣ୍ଣ ଫିକା ହୋଇଯାଇଛି ।












Click it and Unblock the Notifications