ମାଲକାନାଗିରିରେ ନାଇଟ୍ କର୍ଫ୍ୟୁ : ମାନିବାକୁ ପଡିବ ଏହି ସବୁ ନିୟମ
ମାଲକାନାଗିରିରେ ଜାରି ହୋଇଛି ନାଇଟ୍ କର୍ଫ୍ୟୁ । କୋଭିଡ୍ ସ୍ଥିତିକୁ ନଜରରେ ରଖି ଜିଲ୍ଲା ପ୍ରଶାସନ ନେଇଛି ନିଷ୍ପତ୍ତି ।
ଭୁବନେଶ୍ୱର । କୋଭିଡ ସଂକ୍ରମଣର ଦ୍ୱିତୀୟ ପର୍ଯ୍ୟାୟ ଦେଖା ଦେଇତିବା ବେଳେ ଏହାକୁ ନେଇ ରାଜ୍ୟ ସରକାର ତପ୍ତରତା ପ୍ରକାଶ କରିଛନ୍ତି । ଆଜି ଲକଡାଉନ୍ ଓ ସଟ୍ ଡାଉନକୁ ବର୍ଷେ ବିତୁଥିବା ବେଳେ କୋଭିଡ୍ ସଂକ୍ରମଣର ଭୟ ମଧ୍ୟ ପୁଣି ଦେଖା ଦେଇଛି । ଏହି ଭିତରେ ଆଗକୁ ଅନେକ ବଡ ଉତ୍ସବ ପର୍ବ ପାଳନ କରାଯିବ । ଏହି ସମସ୍ତ ଦିଗକୁ ଆଖି ଆଗରେ ରଖି ରାଜ୍ୟ ସରକାର ବହୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେଇ ପାରନ୍ତି ବୋଲି କୁହାଯାଉଛି । ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୋଭିଡ୍ ସ୍ଥିତିର ସମୀକ୍ଷା କରିବେ । ତେବେ ଏହାର ଗୋଟିଏ ଦିନ ପୂର୍ବରୁ ଅର୍ଥାତ ଆଜି ମାଲକାନାଗିରିରେ ନାଇଟ୍ କର୍ଫ୍ୟୁ ନେଇ ନିଷ୍ପତ୍ତି ନେଇଛି ଜିଲ୍ଲା ପ୍ରଶାସନ । ଆସନ୍ତକାଲି ଠାରୁ ଏହି ନାଇଟ୍ କର୍ଫ୍ୟୁ ଆରମ୍ଭ ହେବ । ମାଲକାନାଗିରିରେ 23 ରୁ 31 ଯାଏଁ ନାଇଟ୍ କର୍ଫ୍ୟୁ ହେବ ।

ରାତି 9ଟାରୁ ସକାଳ 6 ଟା ଯାଏଁ ଲାଗୁ ହେବ ନାଇଟ୍ କର୍ଫ୍ୟୁ । ମାସ୍କ ବ୍ୟବହାର ଓ ସାମାଜିକ ଦୂରତା ପାଳନ କରିବା ବାଧ୍ୟତାମୂଳକ । ବଡ଼ ଯାତ୍ରା, ଦୋଳଯାତ୍ରା ଓ ହୋଲିକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ନେଇଛି ଏହି ନିଷ୍ପତ୍ତି । ବଡଯାତ୍ରାରେ ସର୍ବାଧିକ 200 ଶହ ଲୋକଙ୍କୁ ଏକାଠି ହେବାକୁ ଅନୁମତି ଦେଇଛି ଜିଲ୍ଲା ପ୍ରଶାସନ । ବଡଯାତ୍ରାରେ ଯାତ୍ରା, ରାମଲୀଳା ଓ ଦାଶିଆ ନାଟ ପରିବେଷଣ ବନ୍ଦ ରହିବ । ସେହିପରି ମୀନାବଜାର, ଫୁଡ ଷ୍ଟଲ ଓ ପୋଷାକ ଆଦି ବିକ୍ରି ମନା । ସର୍ବସାଧାରଣ ସ୍ଥାନରେ ଦୋଳଯାତ୍ରା ଓ ହୋଲିରେ ଏକାଠି ହେବାକୁ ମନା କରାଯାଇଛି । ମନ୍ଦିର ଓ ଧର୍ମାନୁଷ୍ଠାନରେ ନୀତି ଅନୁସାରେ ଦୋଳଯାତ୍ରା ପାଳନ କରିବେ ବୋଲି ଏକ ବିଜ୍ଞପ୍ତି ଯୋଗେ ପ୍ରକାଶ କରିଛି ଜିଲ୍ଲା ପ୍ରଶାସନ ।
-
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
କେନ୍ଦ୍ର ସରକାରଙ୍କୁ କଡ଼ା ନିର୍ଦ୍ଦେଶ, କୋଭିଡ ୧୯ ଭ୍ୟାକସିନ ଯୋଗୁଁ ଯେଉଁ ଜୀବନ ଯାଇଛି, ସେମାନଙ୍କୁ କ୍ଷତିପୂରଣ ମିଳୁ -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ -
ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇଇଲେ ନୂଆ ରେକର୍ଡ କଲେ ଜସପ୍ରିତ ବୁମରାହ -
ବାଚସ୍ପତିଙ୍କ ବିପକ୍ଷରେ ବିରୋଧୀଙ୍କ ଅବିଶ୍ୱାସ ପ୍ରସ୍ତାବ ଖାରଜ -
ଓଡ଼ିଶାର ଏହି ୯ଟି ଷ୍ଟେସନ ଦେଇ ଚାଲିବ ଅମୃତ ଭାରତ ଟ୍ରେନ୍ -
ଗ୍ୟାସ ସଙ୍କଟକୁ ଏଡାଇବା ପାଇଁ କେନ୍ଦ୍ର ସରକାରଙ୍କ ବଡ ନିଷ୍ପତ୍ତି; ଲାଗୁ କଲେ ESMA ଆଇନ -
ମଧ୍ୟପ୍ରାଚ୍ୟରେ ଲକ୍ଷ ଲକ୍ଷ ଫସିଛନ୍ତି ଓଡ଼ିଆ, ଫେରାଇ ଆଣିବାର ଅନୁରୋଧ କଲେ ନବୀନ -
ମହାରାଷ୍ଟ୍ର ରାଜ୍ୟସଭା ନିର୍ବାଚନ; ୨୬ ନେତା ନିର୍ଦ୍ୱନ୍ଦ୍ୱରେ ବିଜୟୀ -
ଡାଇବେଟିସରେ ରୋଗୀ ଭାତ ଖାଇବା ଉଚିତ୍ ନା ନୁହେଁ, ଜାଣନ୍ତୁ ଏନେଇ....











Click it and Unblock the Notifications