For Quick Alerts
Turn On Notification  
For Daily Alerts
Oneindia App Download

ଆଜି ରାତିରୁ ସାରା ରାଜ୍ୟରେ ନାଇଟ୍ କର୍ଫ୍ୟୁ, ଟୁଇନ୍ ସିଟିରେ ବୁଲିବ ପୁଲିସ

ନୂଆବର୍ଷ ସେଲିବ୍ରେସନକୁ ଆଖି ଆଗରେ ରଖି ଆଜି ରାତିରୁ ସାରା ରାଜ୍ୟରେ ନାଇଟ୍ କର୍ଫ୍ୟୁ ଲାଗୁ କରାଯାଇଛି ।

|

ଭୁବନେଶ୍ୱର : ନୂଆବର୍ଷ ସେଲିବ୍ରେସନକୁ ଆଖି ଆଗରେ ରଖି ଆଜି ରାତିରୁ ସାରା ରାଜ୍ୟରେ ନାଇଟ୍ କର୍ଫ୍ୟୁ ଲାଗୁ କରାଯାଇଛି । ଆଜି ରାତି 10ଟା ସମୟରୁ ଆସନ୍ତାକାଲି ସକାଳ 5ଟା ଯାଏଁ ଏହି ନାଇଟ୍ କର୍ଫ୍ୟୁ ବଳବତ୍ତର ରହିବ ବୋଲି ସ୍ୱତନ୍ତ୍ର ରିଲିଫ୍ କମିଶନରନ୍ ପ୍ରଦୀପ ଜେନା ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ତେବେ ଏହି କର୍ଫ୍ୟୁ ସମୟରେ ସମସ୍ତ ଅତ୍ୟାବଶ୍ୟକ ସେବା ଜାରି ରହିବ । ଏହି କର୍ଫ୍ୟୁକୁ ସମସ୍ତଙ୍କୁ ସହଯୋଗ କରିବାକୁ ସେ ନିବେଦନ କରିଛନ୍ତି । ଏଠାରେ ସୂଚନାଥାଉକି, କୋଭିଡ୍ ଆଖି ଆଗରେ ରଖି ଲୋକଙ୍କ ଏକାଠିକୁ ବାରଣ କରାଯାଇଥିଲା । ହୋଟେଲ୍, ରେସ୍ତୋରାଁ ଓ କ୍ଲବରେ ନୂଆବର୍ଷ ସେଲିବ୍ରେସନ ପାଇଁ କଟକଣା ଲଗାଯାଇଥିଲା । ଘରେ ରହି ନୂଆବର୍ଷକୁ ସ୍ୱାଗତ କରିବା ଓ ସେଲିବ୍ରେସନ କରିବା ପାଇଁ ଲୋକଙ୍କୁ ଅନୁରୋଧ କରାଯାଇଥିଲା । ତେବେ ନାଇଟ୍ କର୍ଫ୍ୟୁକୁ କଡ଼ାକଡ଼ି ପାଳନ କରିବା ପାଇଁ ପୁଲିସ ଫୋର୍ସ ମୁତୟନ ହେବେ । ଅପରପକ୍ଷରେ ନୂଆବର୍ଷ ପାଇଁ ସରକାରୀ କାର୍ଯ୍ୟାଳୟକୁ ଆସି ଶୁଭେଚ୍ଛା ନ ଜଣାଇବାକୁ ରାଜ୍ୟ ସରକାର କଟକଣା ଜାରି କରିଛନ୍ତି । ବ୍ୟକ୍ତିଗତ ଭାବରେ ସାକ୍ଷାତ ନକରି ଭିଡିଓ କଲ୍, ଭର୍ଚୁଆଲ୍ ଓ ଟେଲିଫୋନ୍ ମାଧ୍ୟମରେ ଶୁଭେଚ୍ଛା ଜଣାଇବାକୁ କହିଛନ୍ତି ଶ୍ରୀ ଜେନା ।

ଟୁଇଟ୍ ସିଟିରେ ବୁଲିବ ପୁଲିସ

ନାଇଟ୍ କର୍ଫ୍ୟୁ
ଟୁଇନ୍ ସିଟି ପାଇଁ ନାଇଟ୍ କର୍ଫ୍ୟୁକୁ କଡ଼ାକଡ଼ି ପାଳନ କରିଯିବ । ଯେଉଁ ଆପାର୍ଟମେଣ୍ଟରେ ଲୋକମାନେ ଭୋଜିର ଆୟୋଜନ କରିଛନ୍ତି ସେମାନଙ୍କୁ ଏଥିରୁ ବିରତ ରହିବାକୁ କୁହାଯାଇଛି । ପୁଲିସ ସହରର ମୁଖ୍ୟ ରାସ୍ତା ଠାରୁ ଆରମ୍ଭ କରି ଗଳିକନ୍ଦି ପର୍ଯ୍ୟନ୍ତ ବୁଲିବ । ମେଡିସିନ୍ ଦୋକାନ ଖୋଲା ରହିବ ଅନ୍ୟ ଦୋକାନ ବଜାର ବନ୍ଦ କରାଯିବ । ବିଭିନ୍ନ ଛକରେ ପୁଲିସ ପକ୍ଷରୁ ଚେକିଂ ପୋଷ୍ଟ କରାଯିବ । ରାଜଧାନୀରେ 40 ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ ହେବେ । ରାତି 10ଟା ପରେ ଯାତାୟତ କରୁଥିବା ଲୋକଙ୍କୁ ଅଟକାଯିବ ଓ ଯାଞ୍ଚ୍ କରାଯିବ । ଲୋକଙ୍କ ଯାତାୟତ ଉପରେ କଟକଣା ରହିବ ବୋଲି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ପୁଲିସ କମିଶନର ସୁଧାଂଶୁ ଷଡଙ୍ଗୀ । ନିୟମକୁ କୌଣସି ଲୋକ ଅମାନ୍ୟ କଲେ ଆଇନ ଅନୁସାରେ କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି ।
ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Night Curfew Imposed in Odisha for New Year 2021
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X