ଆଜି ରାତିରୁ ସାରା ରାଜ୍ୟରେ ନାଇଟ୍ କର୍ଫ୍ୟୁ, ଟୁଇନ୍ ସିଟିରେ ବୁଲିବ ପୁଲିସ

ନୂଆବର୍ଷ ସେଲିବ୍ରେସନକୁ ଆଖି ଆଗରେ ରଖି ଆଜି ରାତିରୁ ସାରା ରାଜ୍ୟରେ ନାଇଟ୍ କର୍ଫ୍ୟୁ ଲାଗୁ କରାଯାଇଛି ।

ଭୁବନେଶ୍ୱର : ନୂଆବର୍ଷ ସେଲିବ୍ରେସନକୁ ଆଖି ଆଗରେ ରଖି ଆଜି ରାତିରୁ ସାରା ରାଜ୍ୟରେ ନାଇଟ୍ କର୍ଫ୍ୟୁ ଲାଗୁ କରାଯାଇଛି । ଆଜି ରାତି 10ଟା ସମୟରୁ ଆସନ୍ତାକାଲି ସକାଳ 5ଟା ଯାଏଁ ଏହି ନାଇଟ୍ କର୍ଫ୍ୟୁ ବଳବତ୍ତର ରହିବ ବୋଲି ସ୍ୱତନ୍ତ୍ର ରିଲିଫ୍ କମିଶନରନ୍ ପ୍ରଦୀପ ଜେନା ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ତେବେ ଏହି କର୍ଫ୍ୟୁ ସମୟରେ ସମସ୍ତ ଅତ୍ୟାବଶ୍ୟକ ସେବା ଜାରି ରହିବ । ଏହି କର୍ଫ୍ୟୁକୁ ସମସ୍ତଙ୍କୁ ସହଯୋଗ କରିବାକୁ ସେ ନିବେଦନ କରିଛନ୍ତି । ଏଠାରେ ସୂଚନାଥାଉକି, କୋଭିଡ୍ ଆଖି ଆଗରେ ରଖି ଲୋକଙ୍କ ଏକାଠିକୁ ବାରଣ କରାଯାଇଥିଲା । ହୋଟେଲ୍, ରେସ୍ତୋରାଁ ଓ କ୍ଲବରେ ନୂଆବର୍ଷ ସେଲିବ୍ରେସନ ପାଇଁ କଟକଣା ଲଗାଯାଇଥିଲା । ଘରେ ରହି ନୂଆବର୍ଷକୁ ସ୍ୱାଗତ କରିବା ଓ ସେଲିବ୍ରେସନ କରିବା ପାଇଁ ଲୋକଙ୍କୁ ଅନୁରୋଧ କରାଯାଇଥିଲା । ତେବେ ନାଇଟ୍ କର୍ଫ୍ୟୁକୁ କଡ଼ାକଡ଼ି ପାଳନ କରିବା ପାଇଁ ପୁଲିସ ଫୋର୍ସ ମୁତୟନ ହେବେ । ଅପରପକ୍ଷରେ ନୂଆବର୍ଷ ପାଇଁ ସରକାରୀ କାର୍ଯ୍ୟାଳୟକୁ ଆସି ଶୁଭେଚ୍ଛା ନ ଜଣାଇବାକୁ ରାଜ୍ୟ ସରକାର କଟକଣା ଜାରି କରିଛନ୍ତି । ବ୍ୟକ୍ତିଗତ ଭାବରେ ସାକ୍ଷାତ ନକରି ଭିଡିଓ କଲ୍, ଭର୍ଚୁଆଲ୍ ଓ ଟେଲିଫୋନ୍ ମାଧ୍ୟମରେ ଶୁଭେଚ୍ଛା ଜଣାଇବାକୁ କହିଛନ୍ତି ଶ୍ରୀ ଜେନା ।

ଟୁଇଟ୍ ସିଟିରେ ବୁଲିବ ପୁଲିସ

ନାଇଟ୍ କର୍ଫ୍ୟୁ
ଟୁଇନ୍ ସିଟି ପାଇଁ ନାଇଟ୍ କର୍ଫ୍ୟୁକୁ କଡ଼ାକଡ଼ି ପାଳନ କରିଯିବ । ଯେଉଁ ଆପାର୍ଟମେଣ୍ଟରେ ଲୋକମାନେ ଭୋଜିର ଆୟୋଜନ କରିଛନ୍ତି ସେମାନଙ୍କୁ ଏଥିରୁ ବିରତ ରହିବାକୁ କୁହାଯାଇଛି । ପୁଲିସ ସହରର ମୁଖ୍ୟ ରାସ୍ତା ଠାରୁ ଆରମ୍ଭ କରି ଗଳିକନ୍ଦି ପର୍ଯ୍ୟନ୍ତ ବୁଲିବ । ମେଡିସିନ୍ ଦୋକାନ ଖୋଲା ରହିବ ଅନ୍ୟ ଦୋକାନ ବଜାର ବନ୍ଦ କରାଯିବ । ବିଭିନ୍ନ ଛକରେ ପୁଲିସ ପକ୍ଷରୁ ଚେକିଂ ପୋଷ୍ଟ କରାଯିବ । ରାଜଧାନୀରେ 40 ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ ହେବେ । ରାତି 10ଟା ପରେ ଯାତାୟତ କରୁଥିବା ଲୋକଙ୍କୁ ଅଟକାଯିବ ଓ ଯାଞ୍ଚ୍ କରାଯିବ । ଲୋକଙ୍କ ଯାତାୟତ ଉପରେ କଟକଣା ରହିବ ବୋଲି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ପୁଲିସ କମିଶନର ସୁଧାଂଶୁ ଷଡଙ୍ଗୀ । ନିୟମକୁ କୌଣସି ଲୋକ ଅମାନ୍ୟ କଲେ ଆଇନ ଅନୁସାରେ କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି ।
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+