ନଅଟା ବାଜିଲା, ଆରମ୍ଭ ହେଲା ନାଇଟ କର୍ଫ୍ୟୁ: ଛକ ଛକରେ ପୋଲିସ ଛାଉଣୀ
ଘଣ୍ଟାରେ ବାଜିଲା ନଅଟା । ଆରମ୍ଭ ହେଲା ନାଇଟ କର୍ଫ୍ୟୁ । ଆଜିଠୁ ନୂଆ କୋଭିଡ ଗାଇଡଲାଇନ ରାଜ୍ୟରେ ଲାଗୁ ହୋଇଛି । ରାଜ୍ୟର ସବୁ ସହରାଞ୍ଚଳରେ ରାତି ୯ଟାରୁ ନାଇଟ କର୍ଫ୍ୟୁ ଲାଗୁ ହୋଇଛି।
ଭୁବନେଶ୍ୱର: ଘଣ୍ଟାରେ ବାଜିଲା ନଅଟା । ଆରମ୍ଭ ହେଲା ନାଇଟ କର୍ଫ୍ୟୁ । ଆଜିଠୁ ନୂଆ କୋଭିଡ ଗାଇଡଲାଇନ ରାଜ୍ୟରେ ଲାଗୁ ହୋଇଛି । ରାଜ୍ୟର ସବୁ ସହରାଞ୍ଚଳରେ ରାତି ୯ଟାରୁ ନାଇଟ କର୍ଫ୍ୟୁ ଲାଗୁ ହୋଇଛି। ଫଳରେ ଜୋରଦାର ଚେକିଂ ଆରମ୍ଭ କରିଛି ପୋଲିସ । ଛକ ଛକରେ ଗାଡି ଚେକିଂ କରିଛି ପୋଲିସ ।

ନିୟମ ଉଲ୍ଲଘଂନକାରୀଙ୍କ ବିରୋଧରେ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଥିବା ସୂଚନା ମିଳିଛି । କରୋନା କଟକଣା ଲାଗୁ ଓ କାର୍ଯ୍ୟାନୁଷ୍ଠାନ ପାଇଁ ୧୫ ପ୍ଲାଟୁନ୍ ଫୋର୍ସ ନିୟୋଜିତ ହୋଇଛନ୍ତି । ମୋବାଇଲ୍ ପାଟ୍ରୋଲିଂ କଡ଼ାକଡ଼ି କରାଯାଇଛି । ତେବେ ରାଜ୍ୟର ସମସ୍ତ ସହରାଞ୍ଚଳରେ ରାତି ୯ଟାରୁ ଏହି ନାଇଟ୍ କର୍ଫ୍ୟୁ ଆରମ୍ଭ ହୋଇ ସକାଳ ୫ଟା ଯାଏଁ ବଳବତ୍ତର ରହିବ । ଆଜିଠୁ ଫେବୃୟାରୀ ୧ତାରିଖ ପର୍ଯ୍ୟନ୍ତ ଏହି କଟକଣା କଡାକଡି କରାଯିବ ।
ସେପଟେ ରାଜ୍ୟରେ ସମସ୍ତ ସ୍କୁଲ ସମ୍ପୂର୍ଣ୍ଣ ବନ୍ଦ ରହିବ । ମ୍ୟାଟ୍ରିକ ସମ୍ମିଟିଭ୍ ପରୀକ୍ଷା ଜାରି ରହିବ । ବିବାହ ଓ ବ୍ରତରେ ସର୍ବାଧିକ ୧୦୦ଜଣ, ଶୁଦ୍ଧିକ୍ରୟାରେ ସର୍ବାଧିକ ୫୦ଜଣ ସମେତ ଧାର୍ମିକ, ରାଜନୀତିକ ଓ ଏକାଡେମିକ କାର୍ଯ୍ୟକ୍ରମରେ ସର୍ବାଧିକ ୧୦୦ଜଣ ଲୋକଙ୍କୁ ଅନୁମତି ମିଳିବ । ତେବେ ଯାତ୍ରା ବା ଅପେରା ନିମନ୍ତେ ସର୍ବାଧିକ ୧ହଜାର ଲୋକଙ୍କୁ ଅନୁମତି ମିଳିବ । ପିକନିକ୍ , ସାଂସ୍କୃତିକ ଓ ନୃତ୍ୟ କାର୍ଯ୍ୟକ୍ରମ ଉପରେ ସମ୍ପୂର୍ଣ୍ଣ ବାରଣ ହୋଇଥିବାବେଳେ ହୋଟେଲ ଓ ରେଷ୍ଟୁରାଣ୍ଟ, ବାର ଓ ପବଗୁଡ଼ିକ ସର୍ବାଧିକ ରାତି ୯ଟା ପର୍ଯ୍ୟନ୍ତ ଖୋଲିବ। ଫିଲ୍ମ ହଲ୍ ମଧ୍ୟ ୫୦ ପ୍ରତିଶତ ଦର୍ଶକଙ୍କୁ ନେଇ ରାଜ୍ୟର ସମସ୍ତ ଫିଲ୍ମ ହଲ୍ ଖୋଲା ରହିବ ।
ସମସ୍ତ ସରକାରୀ ଓ ଘରୋଇ ଅଫିସଗୁଡ଼ିକ ସର୍ବନିମ୍ନ କର୍ମଚାରୀ ଅବା ୱାର୍କ ଫ୍ରମ ହୋମ୍ ମାଧ୍ୟମରେ କାର୍ଯ୍ୟ କରିବାକୁ ପ୍ରୋତ୍ସାହିତ କରିବେ। ସମସ୍ତ ସାମାଜିକ ଓ ଧାର୍ମିକ କାର୍ଯ୍ୟକ୍ରମ ବନ୍ଦ ରହିବ । ତେବେ ରାଜନୀତିକ, ର୍ୟାଲି, ଶୈକ୍ଷିକ ଓ କ୍ରୀଡ଼ା କାର୍ଯ୍ୟକ୍ରମ ପାଇଁ ସର୍ବାଧିକ ୧୦୦ଜଣଙ୍କୁ ଅନୁମତି ମିଳିବ। ସମସ୍ତ ପ୍ରକାରର ପ୍ରଦର୍ଶନୀ, ମେଳା ଓ ଏକ୍ସପୋ ଉପରେ କଟକଣା ଜାରି ହୋଇଛି । ପିକନିକ୍ , ଶିକ୍ଷାନୁଷ୍ଠାନ ଦ୍ୱାରା ପିକନିକ୍ ବା ଏକ୍ସର୍କସନ ପାଇଁ ବାରଣ ରହିଛି। ତେବେ ଧାର୍ମିକ ଅନୁଷ୍ଠାନ ଯଥା ମଠ, ମନ୍ଦିର, ଚର୍ଚ୍ଚ, ମସଜିଦ୍ ଆଦିରେ ପୂଜକଙ୍କ ସମେତ ହାତଗଣତି କର୍ମଚାରୀଙ୍କୁ ନେଇ ରୀତିନୀତି ସମ୍ପନ୍ନ କରାଯିବ।
ମାଛ ହାଟ ସମେତ ପରିବା ହାଟ ଓ ବଜାରରେ ସର୍ବାଧିକ ୩୦ଫୁଟ ଦୂରତ୍ୱ ରହିବ। ଦୋକାନୀ ଓ ଗ୍ରାହକମାନେ ନିଶ୍ଚିତ ଭାବେ କୋଭିଡ୍ ଗାଇଡଲାଇନ ପାଳନ କରିବେ। ହୋଟେଲ, ବାର ଓ ରେଷ୍ଟୁରାଣ୍ଟଗୁଡ଼ିକରେ ରାତି ୯ଟା ପର୍ଯ୍ୟନ୍ତ ଖୋଲିବ। ମାତ୍ର ୫୦ ପ୍ରତିଶତ କ୍ଷମତା ସହ ଏସବୁ କାର୍ଯ୍ୟ କରିବ। ରାସ୍ତାକଡ଼ ଉଠାଦୋକାନୀମାନେ ମଧ୍ୟ ସାମାଜିକ ଦୂରତ୍ୱ ଓ ଭିଡ଼ ନକରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସମସ୍ତ ହାଟ,ବଜାର, ସିନେମା ହଲ, ସୁଇମିଂ ପୁଲ, ପ୍ରେକ୍ଷାଳୟ, ଅଡିଟୋରିୟମ ଆଦି ରାତି ୯ଟା ସୁଦ୍ଧା ବନ୍ଦ ହେବ। ସିନେମା ହଲଗୁଡ଼ିକ ୫୦ ପ୍ରତିଶତ କ୍ଷମତା ସହ ଚାଲିପାରିବ।












Click it and Unblock the Notifications