Get Updates
Get notified of breaking news, exclusive insights, and must-see stories!

ରାତି ୧୦ରୁ ଶୂନଶାନ ୧୦ ସହର...

ଗତକାଲ (ସୋମବାର) ରାତି 10ଟାରୁ ରାଜ୍ୟର 10 ଜିଲ୍ଲାରେ ଲାଗୁ ହୋଇଛି ନାଇଟ୍ କର୍ଫ୍ୟୁ। ପଶ୍ଚିମ ଓଡ଼ିଶାର ୭ ଏବଂ ଦକ୍ଷିଣ ଓଡ଼ିଶାର ୩ଟି ଜିଲ୍ଲାରେ ଗତକାଲି ରାତି ୧୦ଟାରୁ ଆଜି ଭୋର ୫ଟା ପର୍ଯ୍ୟନ୍ତ ଲାଗୁ ହୋଇଥିଲା ନାଇଟ୍ କର୍ଫ୍ୟୁ ।

ଭୁବନେଶ୍ୱର: ଶୂନଶାନ ରାଜରାସ୍ତ । ଶୂନଶାନ ଗଳିକନ୍ଦି । ରାତି 10 ରୁ ଶୂନଶାନ ପଡିଗଲା 10 ସହର । ରାସ୍ତରେ ଖାଲି ଜଳୁଥିଲା ଷ୍ଟ୍ରିଟ୍ ଲାଇଟ । ନା ଗଡୁଥିଲା ଯାନବାହାନ ନା ଖୋଲାଥିଲା ଦୋକାନ ବଜାର । ରାଜରାସ୍ତା ଉପରେ କେବଳ ଥିଲେ ପୋଲିସ । ଅମାନିଆଙ୍କୁ ଜଗିଥିଲେ ପୋଲିସ କର୍ମଚାରୀ ।

night curfew in odisha

ଗତକାଲ (ସୋମବାର) ରାତି 10ଟାରୁ ରାଜ୍ୟର 10 ଜିଲ୍ଲାରେ ଲାଗୁ ହୋଇଛି ନାଇଟ୍ କର୍ଫ୍ୟୁ। ପଶ୍ଚିମ ଓଡ଼ିଶାର ୭ ଏବଂ ଦକ୍ଷିଣ ଓଡ଼ିଶାର ୩ଟି ଜିଲ୍ଲାରେ ଗତକାଲି ରାତି ୧୦ଟାରୁ ଆଜି ଭୋର ୫ଟା ପର୍ଯ୍ୟନ୍ତ ଲାଗୁ ହୋଇଥିଲା ନାଇଟ୍ କର୍ଫ୍ୟୁ ।

ନାଇଟ୍ କର୍ଫ୍ୟୁ ଲାଗିବା ପରେ କଳାହାଣ୍ଡି ଜିଲ୍ଲାରେ ପୋଲିସ ପକ୍ଷରୁ ଚେକିଂକୁ କଡାକଡି କରାଯାଇଛି । ଭବାନୀପାଟଣା ସହରର ବିଭିନ୍ନ ଛକ ଓ ପ୍ରବେଶ ପଥରେ ପୋଲିସର କଡା ପହରା ଦେଖିବାକୁ ମିଳିଥିଲା । ସହର ଭିତରକୁ ଓ ସହର ବାହାରକୁ ଯାଉଥିବା ଗାଡ଼ି ମଟର ଓ ଲୋକଙ୍କ ସମ୍ପୂର୍ଣ ବିବରଣୀ ଯାଞ୍ଚ କରୁଛି ପୋଲିସ।

ସେହିପରି ବଲାଙ୍ଗିରରେ ମଧ୍ୟ ନାଇଟ୍ କର୍ଫ୍ୟୁକୁ କଡାକଡି ପାଳନ କରାଯାଉଛି । ରାତି ୧୦ଟା ପରେ ବାହାରୁଥିବା ଲୋକଙ୍କ ଉପରେ ପୋଲିସର ସତର୍କ ଦୃଷ୍ଟି ରହିଛି। ସହର ଭିତରେ ବଲାଙ୍ଗିର ଜିଲ୍ଲାପାଳଙ୍କ ସହ ଏସ୍‌ପି ବୁଲି କଟକଣା କେମିତି ପାଳନ କରାଯାଉଛି ତାହାର ଯାଞ୍ଚ କରିଥିଲେ।

ଅନ୍ୟପକ୍ଷେ ନବରଙ୍ଗପୁର ଜିଲ୍ଲାରେ ନାଇଟ କର୍ଫ୍ୟୁ ଆରମ୍ଭ ହେବା ପରେ ପୋଲିସ ପକ୍ଷରୁ ବ୍ୟାପକ ଚେକିଂ ସହ ଲୋକଙ୍କୁ ଘର ମଧ୍ୟରେ ରହିବାକୁ ସଚେତନ କରାଯାଇଥିଲା। ସେହିପରି ନୂଆପଡ଼ା ଜିଲ୍ଲାରେ ମଧ୍ୟ ନାଇଟ କର୍ଫ୍ୟୁକୁ କଡ଼ାକଡ଼ି ପାଳନ କରାଯାଇଥିଲା । ରାତି ୧୦ଟା ପରେ ଯାତାୟତ କରୁଥିବା ଗାଡି ଗୁଡିକୁ ଯାଞ୍ଚ କରିଥିଲେ । ଘରେ ରହି ଲୋକେ ସୁରକ୍ଷିତ ରହିବାକୁ ପରାମର୍ଶ ଦେଇଥିଲା ପୋଲିସ ପ୍ରଶାସନ।

ସୁନ୍ଦରଗଡ଼ ବାଲିସଙ୍କରା ବ୍ଲକ ଲୁଲୁକିଡ଼ିହି ଏବଂ ବନଡେଗାର କିଛି ଅଂଚଳରେ ସଂକ୍ରମଣ ବଢ଼ୁଥିବାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସେହି ସବୁ ଅଞ୍ଚଳକୁ ନୋ ଆକ୍ସେସ୍ ଜୋନ ବା micro containment ଜୋନ ଭାବରେ ଘୋଷଣା କରିଛି । ଗତକାଲିଠାରୁ ଆସନ୍ତା ୧୨ ତାରିଖ ପର୍ଯ୍ୟନ୍ତ ଏହି ଅଂଚଳରେ କଟକଣା ଜାରି ରହିବ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+