ନବରଙ୍ଗପୁର ଜିଲ୍ଲାରେ ଆସନ୍ତାକାଲିଠୁ ନାଇଟ୍ କର୍ଫ୍ୟୁ
ନବରଙ୍ଗପୁର ଜିଲ୍ଲାରେ ଆସନ୍ତାକାଲି ଅର୍ଥାତ 25 ତାରିଖରୁ ନାଇଟ୍ କର୍ଫ୍ୟୁ। ରାତି 8ଟାରୁ ସକାଳ 6 ଟା ଯାଏଁ ନାଇଟ୍ କର୍ଫ୍ୟୁ ଲାଗୁ ହେବ ।
ନବରଙ୍ଗପୁର: ଜିଲ୍ଲାରେ ଆସନ୍ତାକାଲି ଅର୍ଥାତ 25 ତାରିଖରୁ ନାଇଟ୍ କର୍ଫ୍ୟୁ। ରାତି 8ଟାରୁ ସକାଳ 6 ଟା ଯାଏଁ ନାଇଟ୍ କର୍ଫ୍ୟୁ ଲାଗୁ ହେବ । କେବେ ଯାଏଁ ରହିବ ନାଇଟ୍ କର୍ଫ୍ୟୁ ସେନେଇ ସ୍ପଷ୍ଟ ହୋଇନି କରୋନା ସ୍ଥିତିକୁ ଦେଖି ନାଇଟ୍ କର୍ଫ୍ୟୁ ହଟିବା ଉପରେ ନିଆଯିବ ନିଷ୍ପତ୍ତି ।

ପାଞ୍ଚରୁ ଅଧିକ ଲୋକ ସର୍ବସାଧାରଣ ସ୍ଥାନରେ ଏକାଠି ହେବେ ନାହିଁ । ଅନାବଶ୍ୟକ ସଭା, ସେମିନାର ଓ କନଫରେନ୍ସ ବାତିଲ କଲା ପ୍ରଶାସନ । ଧାର୍ମିକ କାର୍ଯ୍ୟକ୍ରମ, ବାହାଘର ଭୋଜି ଓ ପାର୍ଟି ଉପରେ କଟକଣା । ବାହାଘର ବରଯାତ୍ରୀ, ଅପେରା ଓ ଅନ୍ୟ କାର୍ଯ୍ୟକ୍ରମ ଉପରେ ରୋକ
ରାଜନୈତିକ ରାଲି ଓ ବିକ୍ଷୋଭ ସମାବେଶ ଉପରେ ରୋକ । କଲ୍ୟାଣ ମଣ୍ଡପରେ କୌଣସି ଜନ ସମାଗମ ହୋଇ ପାରିବ ନାହିଁ ।
କୌଣସି ବ୍ୟକ୍ତିଙ୍କର କୋଭିଡ୍ ଲକ୍ଷଣ ଦେଖାଗଲେ ପ୍ରଶାସନକୁ ଜଣାଇବାକୁ ନିର୍ଦ୍ଦେଶ
ନିୟମ ଉଲଂଘନକାରୀଙ୍କ ଉପରେ ହେବ ଦୃଢ କାର୍ଯ୍ୟାନୁଷ୍ଠାନ । ମିଛ ଖବର ଓ ଗୁଡବକୁ ପ୍ରଶୟ ଦିଆଯିବ ନାହିଁ । ନବରଙ୍ଗପୁରରେ ଏବେ 11 ସକ୍ରିୟ ମାମଲା ରହିଛି ।












Click it and Unblock the Notifications