କଟକରୁ ବାଂଲାଦେଶୀ ନାବାଳିକା ଉଦ୍ଧାର ଘଟଣାର ତଦନ୍ତ କରିବ NIA

କଟକରୁ ବାଂଲାଦେଶୀ ନାବାଳିକା ଉଦ୍ଧାର ଘଟଣାର ତଦନ୍ତ କରିବ ନେସନାଲ ଇନଭେଷ୍ଟିଗେସନ ଏଜେନ୍ସି ବା ଏନ୍‌ଆଇଏ । କମିଶନରେଟ୍ ପୋଲିସ ଠାରୁ ବିଧିବଦ୍ଧ ଭାବେ ଏନ୍‌ଆଇଏ ତଦନ୍ତ ଭାର ଗ୍ରହଣ କରିଛି । ବିଦେଶୀ ନାବାଳିକାଙ୍କୁ ବେଆଇନ ଭାବେ କିପରି ଭାରତରେ ଅନୁପ୍ରବେଶ କରାଯାଉଥିଲା ଓ ଏହା ପଛରେ କେଉଁମାନେ ଅଛନ୍ତି ସେ ନେଇ ଏନ୍‌ଆଇଏ ତଦନ୍ତ କରିବ । ଏହାସହ ବିଦେଶୀ ମାନଙ୍କୁ ବେଆଇନ ଭାବେ ଭାରତ ଭିତରକୁ ପ୍ରବେଶରେ ସହାୟତା କରୁଥିବା ଗୋଷ୍ଠୀ ସମ୍ପର୍କରେ ତଦନ୍ତ କରିବ ଏନ୍‌ଆଇଏ । ଏ ନେଇ କଟକ ଡିସିପି ସୂଚନା ଦେଇଛନ୍ତି ।

NIA

ଗତବର୍ଷ ନଭେମ୍ବର ୯ ତାରିଖରେ କଟକ ମଧୁପାଟଣା ଛକରୁ କମିଶନରେଟ୍ ପୋଲିସ ବାଂଲାଦେଶୀ ନାବାଳିକାଙ୍କୁ ଉଦ୍ଧାର କରିଥିଲା । ବାଂଲାଦେଶୀ ନାବାଳିକାଙ୍କୁ ଢାକାର ଏକ ଗୋଷ୍ଠୀ ସହାୟତାରେ କୋଲକାତା ଓ କଟକର କିଛି ଲୋକ ଭାରତକୁ ଆଣିଥିଲେ । ସମ୍ପୃକ୍ତ ନାବାଳିକାଙ୍କୁ କୋଲକାତା, କଟକ, ଭୁବନେଶ୍ୱର ଆଦି ଅଞ୍ଚଳରେ ରଖି ଦୁର୍ବୃତ୍ତ ମାନେ ଦେହ ବ୍ୟବସାୟରେ ଲଗାଉଥିଲେ । କମିଶନରେଟ୍ ପୋଲିସ ଏ ସମ୍ପର୍କରେ ଖୋଳତାଡ କରି କୋଲକାତାର ମାଷ୍ଟର ମାଇଣ୍ଡ ସମେତ ୬ ଜଣଙ୍କୁ ଗିରଫ କରିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+