ଭୁବନେଶ୍ବର ଭିଏସଏସ ନଗରରେ ଖୋଲିବ NIA ଅଫିସ, ଜାରି ହେଲା ବିଜ୍ଞପ୍ତି

ଭୁବନେଶ୍ବରରେ ଖୋଲିବ NIA ଏସପି ଅଫିସ । ଭୁବନେଶ୍ବରରେ ଜାତୀୟ ତଦନ୍ତକାରୀ ସଂସ୍ଥା-ଏନଆଇଏର ଏସପି କାର୍ଯ୍ୟାଳୟ ଖୋଲିବ । ଭିଏସଏସ ନଗର ରିଜିଅନାଲ ଟେଲିକମ ଟ୍ରେନିଂ ସେଣ୍ଟରରେ ଅଫିସ କାର୍ଯ୍ୟ କରିବ । ଏନେଇ ରାଜ୍ୟ ଗୃହ ମନ୍ତ୍ରାଳୟ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ଜାରି କରାଯାଇଛି ।

nia

ପାକିସ୍ତାନ ଗୁପ୍ତଚର ଜ୍ୟୋତିଙ୍କ ଗିରଫ ପରେ ତଦନ୍ତ ପାଇଁ ପୁରୀ ଆସିପାରେ ଏନଆଇଏ । ଜାତୀୟ ସୁରକ୍ଷା ସଂପର୍କିତ ମାମଲା ହୋଇଥିବାରୁ ପୁରୀ ଆସି ଏନଆଇଏ ଖୋଳତାଡ କରିପାରେ । କାରଣ ଜ୍ୟୋତି ଗତ ସେପ୍ଟେମ୍ବରରେ ପୁରୀ ଆସିଥିଲେ । ପୁରୀର ବେଳାଭୂମି, ଶ୍ରୀମନ୍ଦିର ସହ ଅନ୍ୟାନ୍ୟ ସ୍ଥାନ ବୁଲିଥିଲେ ।

ପୁରୀ ଆସିଥିବା ସମୟରେ ଜ୍ୟୋତି କେଉଁଠିକୁ ଯାଇଥିଲେ, କାହା କାହକୁ ଭେଟିଥିଲେ ? ସେ ସଂପର୍କରେ ତଦନ୍ତ କରିପାରେ NIA। ଓଡ଼ିଶାରେ NIA ଅଫିସ ହେଲେ ଓଡ଼ିଶା ପୋଲିସ ଓ ଜାତୀୟ ତଦନ୍ତକାରୀ ସଂସ୍ଥା ସହ ସମନ୍ବୟ ରକ୍ଷା ହେବ । ଜାତୀୟ ସୁରକ୍ଷା ପ୍ରସଙ୍ଗରେ ତଥ୍ୟ ବିନିମୟ ଓ ମିଳିତ ଅପରେସନ ତ୍ବରାନିତ ହୋଈପାରିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+