କିଟ୍‌ ଛାତ୍ରୀ ମୃତ୍ୟୁ, ମୁଖ୍ୟ ଶାସନ ସଚିବ ଓ ଡିଜିଙ୍କୁ ନୋଟିସ୍‌ କଲେ NHRC

କିଟ୍‌ ବିଶ୍ୱବିଦ୍ୟାଳରେ ପୁଣି ନେପାଳୀ ଛାତ୍ରୀ ମୃତ୍ୟୁ ଘଟଣା । ରାଜ୍ୟର ମୁଖ୍ୟ ଶାସନ ସଚିବ ଓ ପୋଲିସ ଡିଜିଙ୍କୁ ନୋଟିସ୍ କଲେ ଜାତୀୟ ମାନବାଧିକାର କମିଶନ । ତୁରନ୍ତ ଏତଲା ଦାଏର କରି ଘଟଣାର ତଦନ୍ତ କରିବାକୁ ନୋଟିସ୍‌ରେ ନିର୍ଦ୍ଦେଶ ଦେଇଛନ୍ତି NHRC । ଆସନ୍ତା ୯ ତାରିଖ ସୁଦ୍ଧା ତଦନ୍ତ ସାରି କାର୍ଯ୍ୟାନୁଷ୍ଠାନ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ହୋଇଛି । ରିପୋର୍ଟରେ ଏତଲା ଓ ପୋଷ୍ଟମର୍ଟମ୍ କପି ମଧ୍ୟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।

NHRC ପକ୍ଷରୁ ଜାରି ନୋଟିସରେ କୁହାଯାଇଛି ଯେ, ଛାତ୍ରୀ ମୃତ୍ୟୁ ଘଟଣାରେ ପୀଡ଼ିତାଙ୍କ ମାନବିକ ଅଧିକାର ଉଲ୍ଲଙ୍ଘନ ହୋଇଛି । ୩ ମାସ ଭିତରେ କିଟରେ ୨ ଜଣ ଛାତ୍ରୀ ମୃତ୍ୟୁ ଘଟଣାକୁ ଘୋର ଉଦ୍‌ବେଗଜନକ ବୋଲି ଦର୍ଶାଇଛନ୍ତି କମିଶନ୍ । ଏହା ପୂର୍ବରୁ ମଧ୍ୟ ପ୍ରଥମ ନେପାଳୀ ଛାତ୍ରୀ ମୃତ୍ୟୁ ଘଟଣାରେ ଜାତୀୟ ମାନବାଧିକାର କମିଶନ କିଟ୍ ଆସି ଘଟଣାର ସରଜମିନ୍ ତଦନ୍ତ ସହ ଛାତ୍ରୀ ମୃତ୍ୟୁ ପାଇଁ କିଟ୍ କର୍ତ୍ତୃପକ୍ଷଙ୍କ ଚରମ ଅବହେଳାକୁ ଦାୟୀ କରିଥିଲେ ।

NHRC issues notice

ଅନ୍ୟପଟେ ଆଜି ମୃତ ନେପାଳୀ ଛାତ୍ରୀଙ୍କ ହେବ ଶବ ବ୍ୟବଚ୍ଛେଦ । ଛାତ୍ରୀଙ୍କ ମୃତଦେହ ଏବେ ଭୁବନେଶ୍ବର ଏମ୍ସରେ ରହିଛି । ଗତକାଲି ତାଙ୍କର ପରିବାର ଲୋକେ ଭୁବନେଶ୍ବରରେ ପହଞ୍ଚିବା ପରେ ଏମ୍ସ ଯାଇ ଝିଅର ମୃତଦେହକୁ ଚିହ୍ନଟ କରିଥିଲେ । କେଉଁ ପରିସ୍ଥିତିରେ ଛାତ୍ରୀଙ୍କ ମୃତ୍ୟୁ ହେଲା ସେନେଇ ପୋଲିସ ଛାନଭିନ୍ ଚଳାଇଥିବା ବେଳେ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ତଦନ୍ତରେ ଆହୁରି ସହାୟକ ହୋଇପାରିବ । ସେହିପରି ନେପାଳୀ ଛାତ୍ରୀ ମୃତ୍ୟୁ ମାମଲାରେ ନ୍ୟାୟ ଦାବି କରିଛି ମୂଳ ପ୍ରବାହ ଅଖିଳ ଭାରତ ନେପାଳୀ ଏକତା ସମାଜ କମିଟି । ଯାହା ଘଟୁଛି କିଛି ଭଲ ହେଉନାହିଁ । ଆଗକୁ କାହା ସହ ବି ଏପରି ନହେଉ ବୋଲି କମିଟି ସଦସ୍ୟ କହିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+