୧୪ଟି ହାତୀ କରିଡର ପାଇଁ ରାଜ୍ୟ ସରକାରଙ୍କୁ ନ୍ୟାସନାଲ ଗ୍ରୀନ ଟ୍ରିବୁନାଲଙ୍କ ନିର୍ଦ୍ଦେଶ
ରାଜ୍ୟରେ ୧୪ ହାତୀ କରିଡର କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ, ଏନଜିଟି । ୨ ମାସ ମଧ୍ୟରେ ଏ ନେଇ ବିଜ୍ଞପ୍ତି ପ୍ରକାଶ କରିବାକୁ କୁହାଯାଇଛି ।
ଭୁବନେଶ୍ୱର: ରାଜ୍ୟରେ ୧୪ ହାତୀ କରିଡର କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ, ଏନଜିଟି । ୨ ମାସ ମଧ୍ୟରେ ଏ ନେଇ ବିଜ୍ଞପ୍ତି ପ୍ରକାଶ କରିବାକୁ କୁହାଯାଇଛି ।

୨୦୧୫ ଯାଏଁ ହୀତ ଗଣନା ରିପୋର୍ଟ ଅନୁଯାୟୀ ରାଜ୍ୟରେ ୧୯୭୭ଟି ହାତୀ ଥିଲେ । ରାଜ୍ୟରେ ଏବେ ୩ଟି ହାତୀ ଅଭୟାରଣ୍ୟ ରହିଛି । ତେବେ ରାଜ୍ୟରେ ଗୋଟିଏ ହେଲେ ବି ହାତୀ କରିଡର ନାହିଁ । ରାଜ୍ୟରେ ମୋଟ ୮୭୦.୬୧ ବର୍ଗ କିଲୋମିଟର ମଧ୍ୟରେ ଏହି ୧୪ ହାତୀ କରିଡର କରିବାକୁ ସ୍ଥିର ହୋଇଛି । ଏହି କରିଡରର ଚଉଡ଼ା ୦.୦୮ କିଲୋମିଟରରୁ ୪.୬ କିଲୋମିଟର ପର୍ଯ୍ୟନ୍ତ ରହିଛି । ଏ ନେଇ ବିଜ୍ଞପ୍ତି ଜାରି କରିବାକୁ ପିସିସିଏଫ୍, ରାଜ୍ୟ ସରକାରଙ୍କୁ ୨୦୧୨ ଅକ୍ଟୋବର ୧୧ ତାରିଖରେ ପ୍ରସ୍ତାବ ଦେଇଥିଲେ । ତେବେ ବର୍ତ୍ତମାନ ସୁଦ୍ଧା କୌଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ ।
ଏ ସମ୍ପର୍କିତ ଏକ ପିଟିସର ଶୁଣାଣି କରି ହାତୀ କରିଡର ବିଜ୍ଞପ୍ତି ପ୍ରକାଶ ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ । ଏହାସହ ରେଳପଥ ଓ ଜାତୀୟ ରାଜପଥରେ ସୁରକ୍ଷିତ ଯାତାୟତ ବ୍ୟବସ୍ଥା କରିବାକୁ କୁହାଯାଇଛି ।












Click it and Unblock the Notifications