Get Updates
Get notified of breaking news, exclusive insights, and must-see stories!

ଅମ୍ଫାନ ଓ ଫନି ପରେ ମେ' ମାସରେ ଆସିବାକୁ ଯାଉଛି ଆଉ ଏକ ବାତ୍ୟା ! ଜାଣନ୍ତୁ କଣ କହୁଛି ଆକଳନ

ଏବେ ଆଉ ଏକ ବାତ୍ୟା ମେ ମାସରେ ଆସିପାରେ ବୋଲି ଆକଳନ କରିଛି ପାଣିପାଗ ବିଭାଗ

ଭୁବନେଶ୍ୱର । 2019ର ମେ ମାସରେ ଫନି ବାତ୍ୟା ଆସିଥିଲା । ଏହାପରେ 2020 ମେ ମାସରେ ଅମ୍ଫାନ ବାତ୍ୟା ଓଡ଼ିଶାରେ ତାଣ୍ଡବ ରଚିଥିଲା । କରୋନାର ଦ୍ୱିତୀୟ ଲହରରେ ଓଡି଼ଶା ଅଣାୟତ ହେଉଥିବା ବେଳେ ଏବେ ଆଉ ଏକ ବାତ୍ୟା ମେ ମାସରେ ଆସିପାରେ ବୋଲି ଆକଳନ କରିଛି ପାଣିପାଗ ବିଭାଗ । ସେହିପରି ଯେହେତୁ ମେ ମାସରେ ପ୍ରାକ୍ ମୌସୁମି ବର୍ଷା ଆରମ୍ଭ ସହ ବଙ୍ଗୋପସାଗରରେ ସାଇକ୍ଲୋନ ହେବାର ପୂର୍ବରୁ ନଜିର ରହିଛି ତେଣୁ ଏଭଳି ଆକଳନ କରାଯାଉଛି ।
କ'ଣ ରହିଛି ବାତ୍ୟା ଆକଳନ ?

ପାଣିପାଗ
ମେ 12 ତାରିଖ ବେଳକୁ ତାମିଲନାଡୁ ନିକଟ ଦକ୍ଷିଣ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ । ଏହା ଘନୀଭୂତ ହୋଇ ମେ 13 ରୁ 14 ତାରିଖ ମଧ୍ୟରେ ବାତ୍ୟା ହେବାର ସମ୍ଭାବନା ରଖିଛି । ତେବେ ବଡ କଥା ହେଉଛି ଏହି ସମ୍ଭାବ୍ୟ ବାତ୍ୟା ଓଡିଶା ଓ ପଶ୍ଚିମବଙ୍ଗ ଉପକୂଳ ଛୁଇଁବା ସମ୍ଭାବନା ରହିଛି । ଅନ୍ୟ କେତେକ ପାଣିପାଗ ବିଭାଗ ଆକଳନ କରୁଛନ୍ତି ଯେ କେବଳ ଓଡ଼ିଶା ଓ ପଶ୍ଚିମବଙ୍ଗ ନୁହେଁ ବରଂ ବିହାର ଓ ଝାଡଖଣ୍ଡ ମଧ୍ୟ ଏହି ବାତ୍ୟା ଛୁଇଁପାରେ । ଅପରପକ୍ଷରେ ମେ 9 ତାରିଖ ଆଡକୁ ଆଣ୍ଡାମାନ ନିକଟରେ ଆଉ ଏକ ଘୂର୍ଣ୍ଣି ବଳୟ ସୃଷ୍ଟି ହେବ ବୋଲି ପୂର୍ବାନୁମାନ କରାଯାଉଛି । ଏହି ଘୂର୍ଣ୍ଣିବଳୟ ଘନିଭୂତ ହୋଇ ମିଆଁମାର ଆଡକୁ ଗତି କରିବ ବୋଲି ଆକଳନ କରାଯାଉଛି । ଆଗାମୀ ସପ୍ତାହରେ ସୃଷ୍ଟି ହେବାକୁ ଥିବା ଏହି ଦୁଇ ଘୂର୍ଣିବଳୟ କିଭଳି ରୂପ ନେବ ଓ ଏହାର ପ୍ରଭାବ ଓଡିଶା ଉପରେ ରହିବ କି ନାହିଁ ସେନେଇ ଏବେଠୁ ଆକଳନ କରାଯାଇ ପାରିବନି ବୋଲି ଗଣମାଧ୍ୟମ ରିପୋର୍ଟରେ କୁହାଯାଇଛି ।
More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+