Get Updates
Get notified of breaking news, exclusive insights, and must-see stories!

ବିଜ୍ଞାପନ ପାଇଁ ଖବର କାଗଜରେ ସର୍ବାଧିକ ୬୯ କୋଟି ୭୮ ଲକ୍ଷ ଖର୍ଚ୍ଚ

ପ୍ରଚାର ପାଇଁ ସରକାର ଖର୍ଚ୍ଚ କରିଛନ୍ତି ୮୩ କୋଟି ୮୪ ଲକ୍ଷ ଟଙ୍କା । ଏନେଇ ରାମଚନ୍ଦ୍ର କାଡାମଙ୍କ ପ୍ରଶ୍ନରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଉତ୍ତର ରଖିଛନ୍ତି । ଉତ୍ତର ରଖି କହିଛନ୍ତି ଯେ ୨୦୨୪ ଜୁଲାଇରୁ ଏଯାବତ୍ ୮୩ କୋଟି ୮୪ ଲକ୍ଷ ୮୧ ହଜାର ଟଙ୍କା ଖର୍ଚ୍ଚ ହୋଇଛି । ବିଜ୍ଞାପନ ପାଇଁ ଖବର କାଗଜରେ ସର୍ବାଧିକ ୬୯ କୋଟି ୭୮ ଲକ୍ଷ ଖର୍ଚ୍ଚ ହୋଇଛି । ଟିଭି ଚ୍ୟାନେଲରେ ୯ କୋଟି ୩୫ ଲକ୍ଷ ୬୩ ହଜାର ଟଙ୍କା ଖର୍ଚ୍ଚ ହୋଇଛି ।

assembly

ରେଡିଓ ଚ୍ୟାନେଲରେ ୨.୧୪ କୋଟି ଏବଂ ୱେବ୍ ଚ୍ୟାନେଲରେ ୧.୮୭କୋଟି ଖର୍ଚ୍ଚ ହୋଇଛି । ହୋଡିଂ ବାବଦରେ ୩୯ ଲକ୍ଷ ୩୨ ହଜାର ଟଙ୍କା ଖର୍ଚ୍ଚ ହୋଇଛି । କମ୍ୟୁନିଟି ରେଡିଓରେ ୧୨ ଲକ୍ଷ ୭୦ ହଜାର ଟଙ୍କା ଖର୍ଚ୍ଚ ହୋଇଛି । ସୂଚନାଥାଉକି, ଆଜି ବିଧାନସଭା ଶୀତକାଳୀନ ଅଧିବେଶନର ସପ୍ତମ ଦିନ ।

ପ୍ରଶ୍ନକାଳ ଆରମ୍ଭରୁ ହିଁ କଂଗ୍ରେସ ସଦସ୍ୟମାନେ ଗୃହର ମଧ୍ୟଭାଗକୁ ଆସି ସରକାର ବିରୋଧୀ ନାରାବାଜି କରି ବିଶୃଙ୍ଖଳା ସୃଷ୍ଟି କରିଥିଲେ । ଫଳରେ ଗୃହ ସ୍ୱାଭାବିକ ଭାବେ ଚାଲିପାରିନଥିଲା । ଏନେଇ ବାଚସ୍ପତି ସୁରମା ପାଢୀ ଗୃହକୁ ସାଢେ ୧୧ଟା ଯାଏଁ ମୁଲତବି ଘୋଷଣା କରିଥିଲେ । ଏହା ପରେ ଏ ପର୍ଯ୍ୟନ୍ତ ସ୍ୱାଭାବିକ ଚାଲିଛି ଗୃହ । ବିଭିନ୍ନ ବିଭାଗର ମନ୍ତ୍ରୀ ବିଧାୟକ, ବିଧାୟିକାଙ୍କ ପ୍ରଶ୍ନର ଉତ୍ତର ରଖୁଛନ୍ତି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+