DD Odia: ଡିଡି ଓଡ଼ିଆରେ ଆରମ୍ଭ ହେଲା ସାନ୍ତାଳୀ ଭାଷାରେ ସମାଚାର

ଡିଡି ଓଡ଼ିଆ ଚାନେଲ ପକ୍ଷରୁ ସାନ୍ତାଳୀ ସମାଚାର ପ୍ରସାରଣ ଶୁଭାରମ୍ଭ ହୋଇଛି । ସାନ୍ତାଳୀ ଭାଷାରେ ସମାଚାର ଆରମ୍ଭ ହେବା ଜାଣି ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଖୁସି ବ୍ୟକ୍ତ କରିଛନ୍ତି ଏବଂ ଦୂରଦର୍ଶନ ଓ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟକୁ ଏଥିପାଇଁ ଧନ୍ୟବାଦ ଜଣାଇଛନ୍ତି ।

କଟରେ ବାଙ୍ଗିରିପୋଷିରେ ବିଭିନ୍ନ ରେଳ ପ୍ରକଳ୍ପ ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମରେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଡିଡି ଓଡ଼ିଆରେ ସାନ୍ତାଳୀ ଭାଷାରେ ସମାଚାର ପ୍ରସାରଣ ସମ୍ପର୍କରେ ସୂଚନା ଦେଇଥିଲେ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଆଗ୍ରହ କ୍ରମେ ଏହାକୁ ଖୁବ୍ ଶୀଘ୍ର ଆରମ୍ଭ କରାଯିବ ବୋଲି ସେ ପ୍ରତିଶ୍ରୁତି ଦେଇଥିଲେ ।

DD Odia

ଆଜି ଭୁବନେଶ୍ଵର ଦୂରଦର୍ଶନ କେନ୍ଦ୍ର ଠାରେ ଆୟୋଜିତ ଶୁଭାରମ୍ଭ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପତ୍ର ସୂଚନା କାର୍ଯ୍ୟାଳୟ ଓ କେନ୍ଦ୍ରୀୟ ସଂଚାର ବ୍ୟୁରୋ ଓଡ଼ିଶା ଶାଖାର ଅତିରିକ୍ତ ମହାନିର୍ଦ୍ଦେଶକ ଅଖିଳ କୁମାର ମିଶ୍ର ଯୋଗ ଦେଇଥିଲେ । ସେ କହିଥିଲେ, ଦୂରଦର୍ଶନରେ ସାନ୍ତାଳୀ ସମାଚାର ଆରମ୍ଭ ହେବା ଅତ୍ୟନ୍ତ ଆନନ୍ଦର ବିଷୟ । ସବୁ ଭାଷା ମହାନ । ସାନ୍ତାଳୀ ସମାଚାର ସାନ୍ତାଳୀ ସମୁଦାୟର ସ୍ୱପ୍ନ ଓ ଆକାଂକ୍ଷାର ପ୍ରତୀକ । ଦୂରଦର୍ଶନ, ଭୁବନେଶ୍ୱର ପକ୍ଷରୁ ସମାଚାର ପ୍ରସାରଣ ସାନ୍ତାଳୀ ସମୁଦାୟକୁ ନିଜ ଭାଷାରେ ଖବର ଜାଣିବାରେ ବେଶ୍ ସହାୟକ ହେବ ବୋଲି ଶ୍ରୀ ମିଶ୍ର କହିଛନ୍ତି ।ଦୂରଦର୍ଶନ କେନ୍ଦ୍ରର ମୁଖ୍ୟ ତଥା ଉପ ମହାନିର୍ଦ୍ଦେଶକ (ଯାନ୍ତ୍ରିକ) ନରସିଂହ ଜେଠୀ କହିଥିଲେ, ସାନ୍ତାଳୀ ଭାଷାରେ ସମାଚାର ପ୍ରସାରଣ କରି ଡିଡି ଓଡ଼ିଆ ଚାନେଲ ଏକ ନୂଆ ଅଧ୍ୟାୟ ଆରମ୍ଭ କରିଛି । ଏହା ସାନ୍ତାଳୀ ସମୁଦାୟଙ୍କ ମଧ୍ୟରେ ଅତ୍ୟନ୍ତ ଲୋକପ୍ରିୟ ହୋଇପାରିବ ବୋଲି ସେ ଆଶା ବ୍ୟକ୍ତ କରିଥିଲେ ।

ସମ୍ମାନିତ ଅତିଥି ଭାବେ ଆଦିବାସୀ ସମାଜିକ-ଶିକ୍ଷା ଏବଂ ସାଂସ୍କୃତିକ ସଂଗଠନ, ଭୁବନେଶ୍ୱରର ସଭାପତି ହେମନ୍ତ କୁମାର ସୋରେନ ଓ ସାନ୍ତାଳୀ ଭାଷା ବିଶେଷଜ୍ଞ ଚୈତନ୍ୟ ମାଝୀ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମ ମୁଖ୍ୟ ପ୍ରଦୀପ କୁମାର ବେହେରା, ପିଆଇବି ଓ ସିବିସିର ଭାରତୀୟ ସୂଚନା ସେବାର ଅଧିକାରୀ, ଦୂରଦର୍ଶନ କେନ୍ଦ୍ରର ଅଧିକାରୀ, କର୍ମଚାରୀଙ୍କ ସହ ସାନ୍ତାଳୀ ସମୁଦାୟର ବହୁ ମାନ୍ୟଗଣ୍ୟ ବ୍ୟକ୍ତି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ଆଞ୍ଚଳିକ ସମାଚାର ପ୍ରଭାଗର ମୁଖ୍ୟ ତଥା ଉପନିର୍ଦ୍ଦେଶକ ଡ. ଅଭିଷେକ ମିଶ୍ର ସାନ୍ତାଳୀ ସମାଚାର ଆରମ୍ଭର ପୃଷ୍ଠଭୂମି ସମ୍ପର୍କରେ ଆଲୋକପାତ କରିଥିଲେ । ବାର୍ତ୍ତା ସମ୍ପାଦକ ସୁଦର୍ଶନ ସାହୁ କାର୍ଯ୍ୟକ୍ରମକୁ ସଂଚାଳନ କରିଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+