ନବବଧୂଙ୍କ ସନ୍ଦେହଜନକ ମୃତ୍ୟୁ, ହତ୍ୟା ଅଭିଯୋଗ ଆଣିଲେ ପରିବାର
ଗୁଣୁପୁର ଥାନା ଅନ୍ତର୍ଗତ ଗଣେଶବିହାର ଠାରେ ଭଡ଼ାଟିଆ ଘରେ ନବବଧୂଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି। ମୃତକ ହେଲେ ରଶ୍ମୀରଞ୍ଜନୀ ବଡ଼କୁମାର। ଯୌତୁକଜନିତ ହତ୍ୟା ଅଭିଯୋଗ କରିଛନ୍ତି ମୃତ ନବବଧୂଙ୍କ ବାପା କୁଞ୍ଜବିହାରୀ ବଡ଼କୁମାର। ୮ ମାସ ତଳେ ଜଣେ କନେଷ୍ଟବଳଙ୍କୁ ବିବାହ କରିଥିଲେ ରଶ୍ମୀରଞ୍ଜନୀ। ଘଟଣା ସ୍ଥଳରେ ଗୁଣୁପୁର ପୋଲିସ୍ ପହଞ୍ଚି ତଦନ୍ତ କରୁଛି।

ସୂଚନା ମୁତାବକ ମୃତକ ନବବଧୁ ଜଣକ ଘର ପାରଳାଖେମୁଣ୍ଡି ସହରର ବିଦ୍ୟାନଗର ବୋଲି ଜଣାପଡ଼ିଛି। ନବବଧୂଜଣକ ୨୦୨୪ ଜୁଲାଇ ୩ ତାରିଖରେରେ କୁଞ୍ଜ ବିହାରୀ ବଡ଼କୁମାର ତାଙ୍କ ଝିଅକୁ ରାୟଗଡ଼ା ଜିଲ୍ଲା ଚନ୍ଦ୍ରପୁର ଗ୍ରାମର ଶରତ ଚନ୍ଦ୍ର ମାଝୀଙ୍କ ପୁଅ ଦେବାଶିଷ ମାଝୀଙ୍କ ସହ ବିବାହ କରାଇଥିଲେ। ନବବଧୂ ଜଣକ ଜଣେ ପୋଷ୍ଟାଲ କର୍ମଚାରୀ ଥିବା ଜଣାପଡ଼ିଛି। ଝିଅକୁ ବିବାହ ଦେବା ପରଠୁ ଯୌତୁକଜନିତ ନିର୍ଯାତନା ଦିଆଯାଉଥିବା ନେଇ ମୃତକ ବାପା ଗୁଣୁପୁର ଥାନାରେ ଅଭିଯୋଗ କରିଛନ୍ତି।। ମୃତକ ନବବଧୁକୁ ଶବବ୍ୟବଛେଦ ନିମନ୍ତେ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ରାୟଗଡ଼ାରୁ ସାଇଣ୍ଟିଫିକ ଟିମ ପହଞ୍ଚିବା ପରେ ତଦନ୍ତ ଆରମ୍ଭ କରାଯିବ ବୋଲି ସୂଚନା ମିଳିଛି।












Click it and Unblock the Notifications