ଏଣିକି ନବଜାତକଙ୍କ ଗୋଡରେ ଲାଗିବ ଟ୍ୟାଗ୍, ଶିଶୁ ଅଦଳବଦଳକୁ ନେଇ ମୁହାଁମୁହିଁ

ଏଣିକି ନବଜାତକଙ୍କ ଗୋଡରେ ଲାଗିବ ଟ୍ୟାଗ୍ । କ୍ୟାପିଟାଲ ହସ୍ପିଟାଲରେ ବାରମ୍ବାର ଛୁଆ ଅଦଳବଦଳ ଅଭିଯୋଗ ପରେ ଏହି ପଦକ୍ଷେପ ନିଆଯାଇଅଛି । ଜନ୍ମ ହେବା ମାତ୍ରେ ରଖାଯିବ ଫୁଟ ପ୍ରିଣ୍ଟ । କ୍ୟାପିଟାଲ ହସ୍ପିଟାଲରେ ଶିଶୁ ବଦଳ ଅଭିଯୋଗ ଆସିବା ପରେ ଏଭଳି ପଦକ୍ଷେପ ନେଇଛନ୍ତି ହସ୍ପିଟାଲ କର୍ତ୍ତୃପକ୍ଷ । ବିଭିନ୍ନ ସ୍ଥାନରେ ଡେଲିଭରି ପରେ ଏଭଳି ଦ୍ଵନ୍ଦ ସୃଷ୍ଟି କରୁଛନ୍ତି ।

ପୁଅ କିମ୍ବା ଝିଅ ହୋଇଛି ସେ ନେଇ ଡାକ୍ତରଙ୍କ ପାଖରୁ ଖବର ନେଇ ପରିବାରକୁ ଦେବେ ଆଟେଣ୍ଡାଣ୍ଟ । ଫଳରେ ଆଉ ଭୁଲ ମେସେଜ ଯିବ ନାହିଁ ।

କ୍ୟାପିଟାଲ ହସ୍ପିଟାଲ୍‌ରେ ଶିଶୁ ଅଦଳବଦଳ ଘଟଣାକୁ ନେଇ ମୁହାଁମୁହିଁ ହେଲେ ହସ୍ପିଟାଲ୍‌ କର୍ତ୍ତୁପକ୍ଷ ଓ ନବଜାତ ଶିଶୁଙ୍କ ବାପା । ଅଦଳବଦଳ ଅଭିଯୋଗ କରିଥିବା ପ୍ରାଣକୃଷ୍ଣ ବିଶ୍ୱାଳ କହିଛନ୍ତି , ମୁଁ ମିଛରେ ଅଭିଯୋଗ କରିନଥିଲି, ତାଙ୍କ ଷ୍ଟାଫ୍‌ ମୋତେ କହିଥିଲେ । ତାଙ୍କ ଷ୍ଟାଫ୍‌ ଭୁଲ୍ କରିଥିବାରୁ ତାକୁ ସେମାନେ ସସ୍‌ପେଣ୍ଡ କଲେ ।

capital_hospital

ମୁଁ ୧୨ ଦିନ କାଳ ଏଠି ପଡ଼ି ରହିଲି, ମୋ ସମୟ ବରବାଦ ହେଲା । ସେ କ'ଣ ମୋ ନାଁରେ କେସ୍‌ କରିବେ, ମୁଁ ତାଙ୍କ ନାଁରେ କେସ୍‌ କରିବି । ହସ୍ପିଟାଲ ନାଁରେ ମାନହାନୀ କେସ୍‌ କରିବି କହିଲେ ପ୍ରାଣକୃଷ୍ଣ ବିଶ୍ୱାଳ ।

କେବଳ ସେତିକି ନୁହେଁ ଲେବର ରୁମରେ ଛୁଆ ଜନ୍ମ ପରେ ପ୍ରଥମେ ମାଆକୁ କୁହାଯାଏ, ଏହାପରେ ଖାତାରେ ମଧ୍ୟ ଉଲ୍ଲେଖ କରାଯାଏ ବୋଲି କହିଛନ୍ତି କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ । ଏହାସହ ସେ କହିଛନ୍ତି ଯେ ଯଦି ଶିଶୁଟି ଅସୁସ୍ଥ ଥିବ ତେବେ ଟ୍ୟାଗ ଛଡ଼ା ଅନ୍ୟ ସମସ୍ତ ପ୍ରକ୍ରିୟା କରାଯିବ ।

ପୋଲିସ ଠାରୁ ଆରମ୍ଭ କରି କୋର୍ଟ ସମସ୍ତଙ୍କ ସମୟ ବର୍‌ବାଦ ହେଲା। ଏଭଳି ଲୋକ ବିରୋଧରେ ଯାହା ଆଇନଗତ କାର୍ଯ୍ୟାନୁଷ୍ଠାନ ହେବ କରାଯିବ ବୋଲି କହିଲେ କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ । ଡିଏନ୍‌ଏ ରିପୋର୍ଟ ଆସିବା ପରେ ହସ୍ପିଟାଲ ନିର୍ଦ୍ଦେଶକ କହିଲେ- ଜଣେ ଲୋକଙ୍କ ହୀନ ମାନସିକତା ପାଇଁ ହସ୍ପିଟାଲ ବଦନାମ ହୋଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+