ରାସ୍ତାକଡ଼ରେ ପଡି ରହିଛି ଶିଶୁ କନ୍ୟା...
Odisha News: ଓଡ଼ିଶା ରାଜଧାନୀ ଭୁବନେଶ୍ୱରେ ଆଲୋଡ଼ା ଶିଶୁ କନ୍ୟା । ରାସ୍ତାକଡ଼଼ରେ ପଡି ରହିଥିଲା ଶିଶୁ କନ୍ୟା, କାନ୍ଦ ଶୁଣି ବସ୍ତିବାସିନ୍ଦା କଲେ ଉଦ୍ଧାର । ଉଦ୍ଧାର କରାଯାଇଥିବା ଶିଶୁ କନ୍ୟାକୁ ସହିଦନଗର ଥାନା ପୋଲିସକୁ ହସ୍ତାନ୍ତର କରାଯାଇଛି । ଶିଶୁକନ୍ୟାଟିକୁ ଉଦ୍ଧାର କରାଯାଇଛି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ଶିଶୁ କନ୍ୟାକୁ ୨୧ ଦିନ ହୋଇଥିବା ଜଣାପଡିଛି ।

ସୂଚନା ଅନୁସାରେ, ଆଜି ସକାଳେ ଆରଟିଓ ନିକଟସ୍ଥ ବସ୍ତି ପାଖରେ କେହି ଶିଶୁ କନ୍ୟାକୁ ଛାଡି ଚାଲିଯାଇଥିବା କୁହାଯାଉଛି । ଯାହା ପରେ ରାସ୍ତା ଉପରେ ଶିଶୁ କନ୍ୟାକୁ ଦେଖି ପୋଲିସକୁ ସୂଚନା ଦେଇଥିଲେ ଯାହା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶିଶୁକୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲା । ତେବେ ଶିଶୁ କନ୍ୟାଟି କାହାରି କିଏ ତାକୁ ଏଠାରେ ଛାଡି ଚାଲି ଯାଇଛି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ । ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି ।












Click it and Unblock the Notifications